Get Updates
Get notified of breaking news, exclusive insights, and must-see stories!

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମହାବିତର୍କ

US Presidential Debate: ଆଉ ମାତ୍ର ଏକ ସପ୍ତାହ ପରେ ହେବା ପାଇଁ ଯାଉଛି ଆମେରିକା ନିର୍ବାଚନ, ଏହା ଉପରେ ରହିଛି ପୁରା ବିଶ୍ୱର ନଜର । ତେବେ ନିର୍ବାଚନ ପୂର୍ବରୁ ପରମ୍ପରା ଅନୁଯାୟୀ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟ ହୋଇଛି ମହାବିତର୍କ । ବିତର୍କ ସମୟରେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଉଠିଥିଲା।

ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଭାବରେ ଟାର୍ଗେଟ କରିଥିଲେ, ସେତେବେଳେ କମଲା ହାରିସଙ୍କଠାରୁ ଏକ ଦୃଢ ପ୍ରତିକ୍ରିୟା ଆସିଥିଲା। କମଲା ହାରିସ୍ ଟ୍ରମ୍ପଙ୍କୁ ମନେ ପକାଇ ଦେଇ କହିଥିଲେ 'ତୁମେ ମନେ ରଖିବା ଉଚିତ ଯେ ତୁମେ ଜୋ ବାଇଡେନ ନୁହେଁ ବରଂ ମୋ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛ।'

US Presidential Debate

ଏହି ବିତର୍କ ବେଳେ ଟ୍ରମ୍ପ କହିଥିଲେ, ଯଦି ଏଥର ସେ ରାଷ୍ଟ୍ରପତି ହୁଅନ୍ତି ତେବେ ୨୪ ଘଣ୍ଟା ମଧ୍ୟ ଦୀର୍ଘ ଦିନ ଥରି ଚାଲିଥିବା ଯୁଦ୍ଧର ଅନ୍ତ ହେବ । ସେହିପରି ୟୁକ୍ରେନ ଆଜି ଏକ ସ୍ୱତନ୍ତ୍ର ଦେଶ ଭାବେ ଉଭା ହେବା ପଛରେ ରହିଛି ଆମେରିକାର ହାତ । ହେଲେ ଟ୍ରମ୍ପଙ୍କର ଏହି ବିବୃତ୍ତିକୁ ଘଣ୍ତନ କରିଛନ୍ତି କମଳା ହାରିସ । କମଲା ହାରିସ କହିଛନ୍ତି, ଟ୍ରମ୍ପକ ବିଦେଶ ନୀତି ସବୁଠାରୁ ଦୁର୍ବଳ ।

ଟ୍ରମ୍ପ କମଲା ହାରିସଙ୍କୁ ଆମେରିକାର ଇତିହାସରେ ସବୁଠାରୁ ଖରାପ ଉପରାଷ୍ଟ୍ରପତି ବୋଲି ବର୍ଣ୍ଣନା କରିଥିଲେ। ଟ୍ରମ୍ପ କହିଛନ୍ତି ଯେ କମଲା ହାରିସ୍ ଋଷ ଏବଂ ୟୁକ୍ରେନ ମଧ୍ୟରେ ବୁଝାମଣା କରି ଯୁଦ୍ଧ ବନ୍ଦ କରିବାରେ ବିଫଳ ହୋଇଛନ୍ତି। ସେହିପରି ହମାସ- ଇସରାଏଲ ଯୁଦ୍ଧକୁ ନେଇ ମଧ୍ୟ ଟ୍ରମ୍ପ ବାଇଡେନ୍ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ହେଲେ ଏବାର ଉତ୍ତରରେ କମଲା ହାରିସ କହିଛନ୍ତି, ବାଇଡେନ୍ ସରକାର ଆରମ୍ଭରୁ ଅସ୍ରାଏଲ ସହ ଠିଆ ହୋଇଛି । ଆଗକୁ ମଧ୍ୟ ସେ ସମର୍ଥନ ଜାରି ରଖିବେ । ଅନ୍ୟପକ୍ଷରେ ନଷ୍ଟ ହୋଇଯାଇଥିବା ଗାଜାର ପୁନଃ ନିର୍ମାଣ କରିବେ ବୋଲି ହାରିସ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+