ଋଷ୍ ରାଷ୍ଟ୍ରପତିଙ୍କ ଉପରେ ରାଗିଗଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, କହିଲେ ଏମିତି କିଛି
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ରାଗି ଯାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଏପରିକି ରାଗି ଯାଇ ତାଙ୍କ ଉଦ୍ଦେଶ୍ୟରେ 'ହ୍ବାଟ୍ ଦ ହେଲ୍' ବୋଲି କହିଛନ୍ତି। ରୁଷ- ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ୍ ଏଥର ୟୁକ୍ରେନ ଉପରେ ସବୁଠାରୁ ବଡ଼ ବିମାନ ଆକ୍ରମଣ କରିବା ପରେ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇଛନ୍ତି ଟ୍ରମ୍ପ୍।

ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଧୈର୍ଯ୍ୟ ଦେଖାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥର କିନ୍ତୁ ବିରକ୍ତ ହୋଇ ପଡ଼ିଛନ୍ତି। ଡୋନାଲ୍ଡ ଟ୍ରମ୍ପ ନିଜର ମତ ଦେଇ କହିଥିଲେ, "ଯଦି ସେ ସମଗ୍ର ୟୁକ୍ରେନ ଚାହାଁନ୍ତି, ତେବେ ଏହା ରୁଷର ପତନ ଆଣିବ।"
ରବିବାର ନ୍ୟୁ ଜର୍ସିର ମୋରିଷ୍ଟାଉନ ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ପୁଟିନଙ୍କୁ ସମାଲୋଚନା କରି କହିଥିଲେ, "ମୁଁ ପୁଟିନଙ୍କ ଉପରେ ଖୁସି ନୁହେଁ।"
"ସେ ବହୁତ ଲୋକଙ୍କୁ ହତ୍ୟା କରୁଛନ୍ତି। ଆଉ ମୁଁ ଜାଣିନାହିଁ ପୁଟିନଙ୍କର କ'ଣ ହୋଇଛି! ମୁଁ ତାଙ୍କୁ ବହୁତ ଦିନ ଧରି ଜାଣେ। ସବୁବେଳେ ତାଙ୍କ ସହିତ ମିଶି ରହୁଥିଲି। କିନ୍ତୁ ସେ ସହରଗୁଡ଼ିକୁ ରକେଟ୍ ପଠାଉଛନ୍ତି ଏବଂ ଲୋକଙ୍କୁ ହତ୍ୟା କରୁଛନ୍ତି। ଏବଂ ମୁଁ ଏହାକୁ ଆଦୌ ପସନ୍ଦ କରୁନାହିଁ," ବୋଲି ଟ୍ରମ୍ପ୍ ମତ ବ୍ୟକ୍ତ କରିଛନ୍ତି।












Click it and Unblock the Notifications