Get Updates
Get notified of breaking news, exclusive insights, and must-see stories!

ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ୍

US President Joe Biden:ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ୍ । କଲୋରାଡୋରେ ବାୟୁସେନାର କାର୍ଯ୍ୟକ୍ରମ ବେଳେ ଅଭିଭାଷଣ ସାରି ଫେରିବା ବେଳେ ଗୋଡ଼ ଖସିଯିବାରୁ ପଡିଗଲେ । ସୁରକ୍ଷାକର୍ମୀଙ୍କ ସହାୟତାରେ ତୁରନ୍ତ ଉଠିପଡିଥିଲେ ବାଇଡେନ୍ । ତେବେ ବାଇଡେନ୍ ସୁରକ୍ଷିତ ଥିବା ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଗୁରୁବାର ଦିନ ଆମେରିକାର ବାୟୁସେନା ଏକାଡେମୀ ସମାରୋହରେ ଯୋଗଦେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଫେରୁଥିବା ସମୟରେ ଷ୍ଟେଜ୍ ଉପରେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ୮୦ ବର୍ଷୀୟ ବାଇଡେନ ପଡିଯାଇଥିଲେ ।

ବାଇଡେନଙ୍କୁ ତୁରନ୍ତ ଆମେରିକା ବାୟୁସେନା ଅଧିକାରୀମାନେ ଉଠାଇବାରେ ସହାଯ୍ୟ କରିଥିଲେ । ଅନ୍ୟପଟେ ବାଇଡେନ ମଞ୍ଚ ଉପରେ ପଡ଼ିବା ପରେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ଏବଂ ଲୋକଙ୍କର ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବା ପାଇଁ ମିଳୁଛି ।

us president

ସୂଚନାଥାଉ ଯେ, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍ ​​ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଜାପାନର ହିରୋସିମାଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ମଧ୍ୟ ଜୋ ବାଇଡେନ୍ ତଳେ ପଡିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଚଳିତ ବର୍ଷ ତାଙ୍କ ସରକାରୀ ଡାକ୍ତର ତାଙ୍କୁ ଶାରୀରିକ ଭାବେ ସୁସ୍ଥ ବୋଲି, ଘୋଷଣା କରିଥିଲେ । ବାଇଡେନ୍ ନିୟମିତ ବ୍ୟାୟାମ କରନ୍ତି । 2020 ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନରେ ​​ଜିତିବା ପରେ ବାଇଡେନ୍ ପୋଷା କୁକୁର ସହିତ ଖେଳିବା ସମୟରେ ମଧ୍ୟ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+