ଯୁଦ୍ଧକ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି! ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଜୋ ବାଇଡେନ୍
Joe Biden Visit Israel: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଦିନ ଇସ୍ରାଏଲ ଗସ୍ତରେ । ଇସ୍ରାଏଲକୁ ସମର୍ଥନ ଜଣାଇବା ପାଇଁ ଯୁଦ୍ଧ ଭୂମି ଗସ୍ତ କରିଛନ୍ତି ବାଇଡେନ୍ । ସେ ଇସ୍ରାଏଲର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ । ଇସ୍ରାଏଲ ନେତାଙ୍କ ସହିତ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରିବା ନେଇ ସୂଚନା ରହିଛି ।

ଅନ୍ୟପକ୍ଷରେ ଗାଜାର ଏକ ହସ୍ପିଟାଲରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ 500 ଜଣଙ୍କର ମୃତ୍ୟୁ ଘଟିଛି ଯାହା ପରେ ଜୋର୍ଡାନରେ ହେବାକୁ ଥିବା ଆରବ ନେତା ଏବଂ ବାଇଡେନଙ୍କ ଶିଖର ବୈଠକକୁ ବାତିଲ କରାଯାଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ବାଇଡେନଙ୍କୁ ନମନ୍ତ୍ରଣ କରିଛନ୍ତି ।
#WATCH | Joint Base Andrews, Maryland: US President Joe Biden departs for Israel.
(Source: Reuters) pic.twitter.com/lp2A0PHErf
— ANI (@ANI) October 17, 2023
ଅନ୍ୟପଟେ ଗାଜାକୁ ଇସ୍ରାଏଲ ମାନବୀୟ ସହାୟତା ଦେବା ବନ୍ଦ କରିବାରୁ ସ୍ଥିତି ବିଗିଡିବାରେ ଲାଗିଛି । ଲୋକଙ୍କ ପାଖରେ ଖାଦ୍ୟ, ପାନୀୟଜଳ, ଦରକାରୀ ସାମଗ୍ରୀ ଏବେ ଶେଷ ହେବାକୁ ଯାଉଛି । ସେପଟେ ହମାସ ଆତଙ୍କବାଦୀ ସମ୍ପୂର୍ଣ୍ଣ ନିପାତ ନ ହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ବନ୍ଧ ହେବ ନାହିଁ ବୋଲି ଇସ୍ରାଏଲ କାର୍ଯ୍ୟାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି ।












Click it and Unblock the Notifications