ହ୍ୱାଇଟ୍ ହାଉସରେ ଜୋ ବାଇଡେନଙ୍କର ଶେଷ ଦୀପାବଳି ପାଳନ
Joe Biden Diwali: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ହ୍ୱାଇଟ୍ ହାଉସରେ ଦିପାବଳୀ ପାଳନ କରିଛନ୍ତି । ହ୍ୱାଇଟ୍ ହାଉସରେ ଦିପାବଳୀ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ସାଂସଦ, ଅଧିକାରୀ ତଥା କର୍ପୋରେଟ କାର୍ଯ୍ୟନିର୍ବାହୀ ସମେତ 600 ରୁ ଅଧିକ ବିଶିଷ୍ଟ ଭାରତୀୟ ଆମେରିକୀୟ ଯୋଗ ଦେଇଥିଲେ।

ଆମେରିକାର ରାଷ୍ଟ୍ରପତି ହ୍ୱାଇଟ୍ ହାଉସରେ ଦିପାବଳୀ ପାଳନ କରିବା ସମୟରେ କହିଛନ୍ତି, "ରାଷ୍ଟ୍ରପତି ଭାବରେ ମୋତେ ହ୍ୱାଇଟ୍ ହାଉସରେ ଆୟୋଜିତ ହୋଇଥିବା ସର୍ବ ବୃହତ୍ତ ଦୀପାବଳି ପାଳନ କରିବାର ମୌକା ମିଳିଛି । ମୋ ପାଇଁ ଏହା ସୌଭାଗ୍ୟର ବିଷୟ। ମୁଁ ଆମେରିକାର ପ୍ରତିନିଧିତ୍ୱ କରିବାକୁ ଗର୍ବିତ, ଏକ ଦୃଢ ପ୍ରଶାସନ ଗଠନ ପ୍ରତିବଦ୍ଧତା ।
US President Joe Biden marked the start of #Diwali celebration by warmly praising Vice President #KamalaHarris, who is locked in a tight battle for the White House with former president #DonaldTrump. pic.twitter.com/8QPf7nVMef
— DD News (@DDNewslive) October 29, 2024
ଉପରାଷ୍ଟ୍ରପତି କମଳା ହାରିସ୍ ଏବଂ ଦେଶର ପ୍ରଥମ ଲେଡି ଡକ୍ଟର ଜିଲ୍ ବାଇଡେନ୍ ରାଷ୍ଟ୍ରପତି ଭବନରେ ଦୀପାବଳି ଉତ୍ସବରେ ଯୋଗ ଦେଇପାରିନଥିଲେ। ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଉଭୟ ବ୍ୟସ୍ତ ଥିବା ନେଇ ସୂଚନା ରହିଛି । ଆମେରିକାର ସର୍ଜନ ଜେନେରାଲ୍; ଅବସରପ୍ରାପ୍ତ ନୌସେନା ଅଧିକାରୀ ତଥା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଏକ ରେକର୍ଡ ଭିଡିଓ ବାର୍ତ୍ତା ପଠାଇଛନ୍ତି ଏବଂ ଭାରତୀୟ-ଆମେରିକୀୟ ଯୁବ କାର୍ଯ୍ୟକର୍ତ୍ତା ଶ୍ରୁତି ଅମୁଲା ରାଷ୍ଟ୍ରପତିଙ୍କ ପରିଚୟ କରାଇଥିଲେ ।
ରାଷ୍ଟ୍ରପତି ବାଇଡେନ କହିଛନ୍ତି, "ନଭେମ୍ବର 2016 ଶେଷରେ, ଦକ୍ଷିଣ ଏସୀୟ ଆମେରିକୀୟଙ୍କ ସମେତ ପ୍ରବାସୀମାନଙ୍କ ପ୍ରତି ଘୃଣା ଏବଂ ଶତ୍ରୁତା ଉପରେ ଏକ ଘନ ମେଘ ସୃଷ୍ଟି ହୋଇଥିଲା। ତେବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଗତବର୍ଷଠାରୁ ଏହି ପରମ୍ପରା ଆରମ୍ଭ କରାଯାଇଛି ।












Click it and Unblock the Notifications