ଇସ୍ରାଏଲରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି: ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
US President Joe Bidan Arries In Israel: ଇସ୍ରାଏଲ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତେଲ୍ ଅବିବ୍ରେରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ୱାଗତ କରିଛନ୍ତି । ତେବେ ଗାଜା ହସ୍ପିଟାଲରେ ଆକ୍ରମଣ ପରେ ବାଇଡେନଙ୍କ ଜୋର୍ଡାନ ଗସ୍ତ ବାତିଲ କରାଯାଇଛି ।

ସୂଚନାଥାଉ ଯେ, ଗତକାଲି ଗାଜା ସ୍ଥିତ ଏକ ଡାକ୍ତରଖାନ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ପ୍ରାୟ 500 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଏୟାରଷ୍ଟ୍ରାକିଲ୍ ପାଇଁ ଇସ୍ରାଏଲ ଦାୟ ବୋଲି ହମାସ ଦାବି କରିଥିଲା । ହେଲେ ହମାସର ଦାବିକୁ ଭିତ୍ତିହୀନ ବୋଲି କହିଛି ଇସ୍ରାଏଲ ସେନା । ତେବେ ଇସ୍ରାଏଲ ସେନା ଆକ୍ରମଣ କରିଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି କହିଛି ଇସ୍ରାଏଲ ।
ଅନ୍ୟପଟେ ଇସ୍ରାଏଲକୁ ବଦନାମ କରିବା ପାଇଁ ହମାସର ଏହା ଷଡଜନ୍ତ୍ର ବୋଲି କହିଛି ଇସ୍ରାଏଲ । ସୂଚନାଥାଉ ଯେ, ହମାସକୁ ଧ୍ୱଂସ କରିବା ନେଇ ଏକ ମାତ୍ର ଲକ୍ଷ୍ୟରେ ଅଟଳ ରହିଛି ଇସ୍ରାଏଲ୍ । ଇସ୍ରାଏଲ୍ କ୍ରମାଗତ ଭାବରେ ହମାସ ଉପରେ ଏୟାର ଷ୍ଟ୍ରାଇକ୍ କରୁଛି । ଏହି ସମୟରେ ଇସ୍ରାଏଲ ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଯେଉଁଥିରେ 500 ଲୋକଙ୍କର ମୃତ୍ୟୁ ହୋଇଛି ।
ମଙ୍ଗଳବାର ଦିନ ଗାଜା ସିଟି ହସ୍ପିଟାଲରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ହୋଇଛି । ଏଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ମିଳିତ ଜାତିସଂଘ କହିଛି ଯେ ଇସ୍ରାଏଲ ମଧ୍ୟ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଉଥିବା ଏକ ବିଦ୍ୟାଳୟକୁ ଟାର୍ଗେଟ୍ କରାଯାଉଛି ।
ଅଲ-ଜଜିରା ଟେଲିଭିଜନରେ ଗାଜା ସୁରକ୍ଷା ମୁଖ୍ୟ କହିଛନ୍ତି ଯେ ଅଲ-ଅହଲି ଅଲ-ଆରବୀ ଡାକ୍ତରଖାନାରେ 300 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଅତି କମରେ 500 ଲୋକଙ୍କର ମୃତ୍ୟୁ ହୋଇଛି ।
ତେବେ ଇସ୍ରାଏଲ୍ ସେନା ଏହାକୁ ଅସ୍ୱୀକାର କରିଛି । ଇସ୍ରାଏଲ୍ ପକ୍ଷରୁ କୁହାଯାଇଛି ଯେ, ଏହି ବିସ୍ଫୋରଣ ବିଷୟରେ ଆମ ନିକଟରେ କୌଣସି ବିବରଣୀ ନାହିଁ । ମିଳିତ ଜାତିସଂଘର ପାଲେଷ୍ଟାଇନ ଶରଣାର୍ଥୀ ଏଜେନ୍ସି UNRWA କହିଛି ଯେ ଏହି ଆକ୍ରମଣରେ ବିସ୍ଥାପିତଙ୍କ ଆଶ୍ରୟସ୍ଥଳୀ ଭାବରେ ବ୍ୟବହୃତ ଏକ ବିଦ୍ୟାଳୟକୁ ଟାର୍ଗେଟ କରାଯାଇଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ଅତି କମରେ 6 ଜଣଙ୍କର ମୃତ୍ୟୁ ଘଟିଛି ।












Click it and Unblock the Notifications