ଇରାନକୁ ଖୋଲା ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି, କହିଲେ ଆମ ସହ ଲାଗିଲେ ଧ୍ଵଂସ କରିଦେବୁ

ଇସ୍ରାଏଲକୁ ଯେଉଁ ଦେଶ ସହଯୋଗ କରିବ ତା' ଉପରେ ଇରାନ ଆକ୍ରମଣ କରିବ। ଗତ ଶନିବାର ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସମେତ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଇରାନ ଏଭଳି ଧମକ ଦେଇଥିଲା। ରବିବାର ଏହାର ଜବାବ ଦେଇଛି ଆମେରିକା। ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି।

US President

ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି ଖାମନେଇ ନେତୃତ୍ଵାଧୀନ ଇସଲାମିକ ରିପବ୍ଲିକ ଇରାନକୁ କଡ଼ା ଶବ୍ଦରେ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପଛରେ ଆମେରିକାର କୌଣସି ଭୂମିକା ନାହିଁ। ଏହା ସତ୍ବେ ଯଦି ଆମେରିକା ଉପରେ କୌଣସି ବାଟରେ ଇରାନ ଆକ୍ରମଣ କରେ, ତେବେ ଆମେରିକା ଏହାର ସେନାକୁ ନିୟନ୍ତ୍ରଣମୁକ୍ତ କରିଦେବ। ଯାହାର ପରିଣାମ ଇରାନ କେବେ ଚିନ୍ତା କରି ନ ଥିବ। ତେବେ ଟ୍ରମ୍ପ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଡିଲ୍‌ କରି ଏହି ଯୁଦ୍ଧ ରୋକିପାରିବେ ବୋଲି କହିଛନ୍ତି।

ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ ଯେ ଇରାନ ତା'ର ପରମାଣୁ କାର୍ଯ୍ୟକ୍ରମକୁ ରୋକିବା ପାଇଁ ଯଥାଶୀଘ୍ର ଏକ ଚୁକ୍ତି କରିବା ଉଚିତ। ଟ୍ରମ୍ପ କହିଥିଲେ ଯେ ଇରାନ ପାଖରେ ଦ୍ୱିତୀୟ ସୁଯୋଗ ମଧ୍ୟ ଅଛି ଯାହା ମାଧ୍ୟମରେ ଅଧିକ ବିନାଶକୁ ଏଡାଯାଇପାରିବ। ଇସ୍ରାଏଲ ଦ୍ୱାରା ଇରାନ ଉପରେ କରାଯାଉଥିବା ଆକ୍ରମଣ ମଧ୍ୟରେ ଟ୍ରମ୍ପ ତାଙ୍କ ଜାତୀୟ ସୁରକ୍ଷା ଦଳ ସହିତ ଏକ ବୈଠକ ମଧ୍ୟ କରିଛନ୍ତି।

ଆପଣଙ୍କୁ କହି ରଖୁଛୁ ଯେ ଇସ୍ରାଏଲ ଶୁକ୍ରବାର ଦିନ ଅପରେସନ ରାଇଜିଂ ଲାୟନ ଆରମ୍ଭ କରିଛି। ଏହି ଅପରେସନ ଅନ୍ତର୍ଗତ ଇସ୍ରାଏଲ ଇରାନର ପରମାଣୁ ପ୍ଲାଣ୍ଟ, କ୍ଷେପଣାସ୍ତ୍ର ଏବଂ ସାମରିକ କମ୍ପ୍ଲେକ୍ସକୁ ଟାର୍ଗେଟ କରିଛି। ଇସ୍ରାଏଲ ଏହି ଅପରେସନରେ ଇରାନର ଅନେକ ପ୍ରମୁଖ ସାମରିକ କମାଣ୍ଡର ଏବଂ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+