ଗାଜା ସଂଘର୍ଷ ପରିସମାପ୍ତି କରିବା ଲକ୍ଷ୍ୟ ନେଇ ଏକ ନୂତନ ଶାନ୍ତି ବୋର୍ଡ ଗଠନ କଲେ ଆମେରିକା ରାଷ୍ଟ୍ରପତି

ଗାଜା ସଂଘର୍ଷ ପରିସମାପ୍ତି କରିବା ଲକ୍ଷ୍ୟ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ ଏକ ନୂତନ ଶାନ୍ତି ବୋର୍ଡଗଠନ କରିଛନ୍ତି । ଶ୍ରୀ ଟ୍ରମ୍ପ୍‍ଙ୍କ ୨୦ସୂତ୍ରୀ ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବା ଲକ୍ଷ୍ୟ ନେଇ ଏହି ବୋର୍ଡ୍‍ ଗଠନ କରାଯାଇଥିବା ଜଣାପଡ଼ିଛି । ଶ୍ରୀ ଟ୍ରମ୍ପ୍‍ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୋର୍ଡ଼୍‍ରେ ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ବ୍ରିଟେନ୍‍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍‍, ଟ୍ରମ୍ପ୍‍ଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍‍ ୱେଟ୍‍କଫ୍‍, ବିଶ୍ୱବ୍ୟାଙ୍କ୍‍ ସଭାପତି ଅଜୟ ବଙ୍ଗା, ଟ୍ରମ୍ପ୍‍ଙ୍କ ଜ୍ୱାଇଁ ଜାରେଡ୍‍ କୁସନର୍‍, ଆପୋଲୋ ଗ୍ଲୋବାଲ୍‍ ମ୍ୟାନେଜ୍‍ମେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ରୋୱାନ୍‍ ଏବଂ ଅମେରିକାର ଉପଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ୍‍ ଗାବ୍ରିଏଲ୍‍ ପ୍ରମୁଖ ଅଛନ୍ତି ।

ଗାଜାରେ ଶାସନ ବ୍ୟବସ୍ଥା, ଆଞ୍ଚଳିକ ସହଯୋଗ, ପୁନଃ ନିର୍ମାଣ, ପାଣ୍ଠି ନିବେଶ ଏବଂ ଦୀର୍ଘମିଆଦୀ ସ୍ଥିରତା ଉପରେ ଏହି ବୋର୍ଡ଼ କାର୍ଯ୍ୟ କରିବ ବୋଲି କୁହାଯାଇଛି । ଶ୍ରୀ ଟ୍ରମ୍ପ୍‍ଙ୍କ ବରିଷ୍ଠ ପରାମର୍ଶଦାତା ଆରୈହ୍ୟ ଲାଇଟ୍‍ଷ୍ଟୋନ୍‍ ଏବଂ ଜୋସ୍‍ ଗ୍ରୁଏନ୍‍ବାଉମ୍‍ ବୋର୍ଡ଼୍‍ର ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀ ନେଇ ସହଯୋଗ ପ୍ରଦାନ କରିବେ ।

trump

ଅନ୍ୟ ପକ୍ଷରେ ଇସ୍ରାଏଲ୍‍ ଏବଂ ହମାସ୍‍ ଗାଜାରେ ଯୁଦ୍ଧ ବିରତି ଉଲ୍ଲଙ୍ଘନ ନେଇ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଯୁଦ୍ଧ ବିରତି ଉଲ୍ଲଙ୍ଘନ ଅବସରରେ ୪୫୦ରୁ ଅଧିକ ପାଲେନ୍‍ଷ୍ଟାଇନ୍‍ ଏବଂ ୩ ଜଣ ଇସ୍ରାଏଲ୍‍ ସୈନିକଙ୍କ ମୃତ୍ୟୁ ହୋଇଥିବା ଏକ ରିପୋର୍ଟ୍‍ରେ କୁହାଯାଇଛି । ଗତ ୨୦୨୩ ଅକ୍ଟୋବର ମାସଠାରୁ ଗାଜା ଉପରେ ଇସ୍ରାଏଲ୍‍ର ଆକ୍ରମଣ
ଦ୍ୱାରା ବହୁ ଲୋକ ପ୍ରାଣ ହରାଇବା ସହ ଅନେକ ବିସ୍ଥାପିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+