ପୁଣି ଭାରତକୁ ଖୋଲା ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ରୁଷ ତେଲ କିଣୁଥିବା ଭାରତକୁ ପୁଣି ଥରେ ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯଦି ଭାରତ ତେଲ କିଣା ବନ୍ଦ ନ କରିବ ତେବେ ଶୁଳ୍କ ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ଭାରତ ଉପରେ ଆମେରିକା ୨୫ ପ୍ରତିଶତର ପାଲଟା ଶୁଳ୍କ ଓ ରୁଷ ତେଲ କିଣୁଥିବାରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କକୁ ଜରିମାନା ଆକାରରେ ଲଗାଇଛି।

ଭାରତ ଉପରେ ଆମେରିକାର ମୋଟ୍‌ ଶୁଳ୍କ ୫୦ ପ୍ରତିଶତ ରହିଛି। ଟ୍ରମ୍ପ କହିଛନ୍ତି ଯେ ଭାରତ ମୋତେ ଖୁସି କରିବାକୁ ଚାହୁଛି। ମୋଦୀ ଜଣେ ବହୁତ ଭଲ ଲୋକ। ସେ ଜଣେ ଭଲ ମଣିଷ। ସେ ଜାଣିଛନ୍ତି ଯେ ମୁଁ ଖୁସି ନାହିଁ ଓ ମୋତେ ଖୁସି କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମେ ଭାରତ ଉପରେ ଶୁଳ୍କ ଆହୁରି ବଢ଼ାଇବାକୁ ଚାହୁଛୁ। ଏହା ସେମାନଙ୍କ ପାଇଁ ବହୁତ ଖରାପ ହେବ ବୋଲି ଟ୍ରମ୍ପ କହିଛନ୍ତି।

US President Donald Trump again openly threatens India

ଗତବର୍ଷ ଅଗଷ୍ଟ ପରଠାରୁ ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଶୁଳ୍କ ବଜାୟ ରହିଛି। ବାଣିଜ୍ୟ ରାଜିନାମା ଜରିଆରେ ଶୁଳ୍କ କମ୍‌ କରିବାକୁ ଭାରତ ଉଦ୍ୟମ କରୁଛି। କିନ୍ତୁ ଭାରତର କୃ‌ଷିଜାତ ଓ ଦୁଗ୍ଧଜାତ ବଜାରରେ ପ୍ରବେଶ କରିବାକୁ ଆମେରିକା ଜିଦ୍‌ ଧରିଥିବାରୁ ଆଲୋଚନା ଆଗେଇ ପାରୁନାହିଁ। ଫଳରେ ଦୁଇ ଦେଶ ଏବେ ଦୁଇ ପ୍ରକାର ଅଲଗା ଅଲଗା ଆଲୋଚନା କରୁଛନ୍ତି। ଗୋଟିଏ ହେଉଛି ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସମ୍ପର୍କିତ ଓ ଅନ୍ୟଟି ହେଉଛି ୫୦ ପ୍ରତିଶତ ଶୁଳ୍କକୁ ଯଥାଶୀଘ୍ର କମ୍‌ କରିବା।

କୌଣସି ଆାଲୋଚନାରେ ଏପର୍ଯ୍ୟନ୍ତ ବୁଝାମଣାର ବାଟ ବାହାରିପାରିନାହିଁ। ଭାରତ ତରଫରୁ ମୁଲଚାଲ କରୁଥିବା ଅଧିକାରୀମାନେ କହିଛନ୍ତି ଯେ ରୁଷ ତେଲ ପାଇଁ ଲାଗିଥିବା ୨୫ ପ୍ରତିଶତ ଶୁଳ୍କ ନ ହଟିବା ପର୍ଯ୍ୟନ୍ତ ଆମେରିକା ସହ ରାଜିନାମା କରିବା କଷ୍ଟକର। ଗତ ନଅ ମାସ ଧରି ଉଭୟ ପକ୍ଷ ଆଲୋଚନା କରୁଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହିଁ। ଉଭୟ ଦେଶର ପ୍ରତିନିଧି ୧୨ରୁ ଅଧିକ ଥର ଆଲୋଚନା କରିସାରିଲେଣି। ଆମେରିକାର ସିନେଟର ଲିଣ୍ଡ୍‌ସେ ଗ୍ରାହମ୍‌ କହିଛନ୍ତି ଯେ ଆମେରିକା ଶୁଳ୍କ ଲଗାଇବା ପରେ ରୁଷ୍‌ଠାରୁ ଭାରତ ତେଲ କିଣା ଯଥେଷ୍ଟ କମ୍‌ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+