ଜେଲ୍ ଯାଇପାରନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପୁଅ ହଣ୍ଟର
ଆମେରିକା: ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନଙ୍କ ପୁଅ ହୋଇପାରନ୍ତି ଗିରଫ । ବେଆଇନ୍ ଭାବେ ବନ୍ଧୁକ ରଖିବା ଏବଂ ବନ୍ଧୁକ କିଣିବା ସମୟରେ ଭୁଲ୍ ତଥ୍ୟ ଦେବା, ଟ୍ୟାକ୍ସ ଫାଙ୍କିବା ଡ୍ରଗ୍ସ ଅଭ୍ୟାସ ପରି ଅନେକ ଅଭିଯୋଗରେ ଏବେ ଆଇନ ଘେରର ଆମେରିକା ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର ବାଇଡେନ୍ ।
ଗଣମାଧ୍ୟମ ସୂଚନା ଅନୁସାରେ, ହଣ୍ଟର ୧୦୧୮ରେ ଡେଲାବେୟର କଲ୍ଟ କୋବ୍ରା ସ୍ପେଶାଲ ଷ୍ଟୋରରୁ ବନ୍ଧୁକ କିଣିବା ବେଳେ ତାଙ୍କୁ ଏକ ଫର୍ମ ପୂରଣ କରିବା ପାଇଁ ଦିଆଯାଇଥିଲା । ସେଥିରେ ଭୁଲ୍ ତଥ୍ୟ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ଫର୍ମରେ ସେ ଡ୍ରେଗ୍ସ ନେଉ ନଥିବା କଥା ଲେଖିଥିଲେ ହେଲେ ସେହି ସମୟରେ ସେ ଡ୍ରଗ୍ସ ଅଭ୍ୟାସରେ ଥିବା ଜଣାପଡିଛି ।

ସେହିପରି ନିଜ ବିଜନେସ୍ ଡିଲକୁ ନେଇ ମଧ୍ୟ ହଣ୍ଟର ଆଇନ ଘେରକୁ ଆସିଛନ୍ତି । ସେ ଆବଶ୍ୟକ ଟ୍ୟାକ୍ସ ଭରିନଥିବାର ଅଭିଯୋଗ ହୋଇଛି । ଏନେଇ ତାଙ୍କ ବିରୋଧରେ ୱାଶିଂଟନ୍ କିମ୍ବା କାର୍ଲିଫର୍ଣ୍ଣିଆରେ ଖୁବଶୀଘ୍ର ମାମଲା ରୁଜୁ କରାଯାଇପାରେ ବୋଲି ସୂଚନା ରହିଛି ।
ହଣ୍ଟର୍ ବାଇଡେନଙ୍କ ବିରୋଧରେ ଏହି ମାମଲା ପରେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମସ୍ୟା 2024 ନିର୍ବାଚନ ସମୟରେ ବଢିପାରେ । ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଜୋ ବାଇଡେନଙ୍କ ପଥରେ ହଣ୍ଟର୍ ବାଇଡେନଙ୍କ ମାମଲା ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିପାରେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଚାରିଟି ଅପରାଧିକ ମାମଲାର ସମ୍ମୁଖୀନ ହୋଇଛନ୍ତି ।
ରିପୋର୍ଟ ଅନୁସାରେ, ଜୋ ବାଇଡେନଙ୍କ ପୁଅ ହଣ୍ଟର୍ ବାଇଡେନ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ସମେତ ତିନିଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ ହଣ୍ଟର ବାଇଡେନ୍ ୨୫ ବର୍ଷ ପାଇଁ ଜେଲ୍ ଯାଇପାରନ୍ତି ।
ସୂଚନାଯୋଗ୍ୟ ଯେ, ହଣ୍ଟର୍ ବାଇଡେନଙ୍କୁ 53 ବର୍ଷ ବୟସ । 2018ରେ ସେ ଏକ ଡ୍ରଗ୍ସ ମାମଲାରେ ମିଛ କହିଥିବା ଅଭିଯୋଗ ହୋଇଥିଲା । ହଣ୍ଟର୍ ବେଆଇନ ଭାବେ ଏକ ରିଭଲଭର କିଣିଥିଲେ । ଡ୍ରଗ୍ସ ବ୍ୟବହାର କରୁଥିବା ନେଇ ହଣ୍ଟର୍ ବାଇଡେନ ନିଜେ ସ୍ୱୀକାର କରିଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications