ଇସ୍ରାଏଲ-ହମାସ ଭୟଙ୍କର ଯୁଦ୍ଧ:ଆସନ୍ତାକାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି, ଇରାନ ଦେଲା ଚେତାବନୀ
Biden Isrel Visit: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଦିନ ଇସ୍ରାଏଲ ଗସ୍ତ କରିବେ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା କରିବେ ଏବଂ ତେଲ ଅଭିବରେ ସ୍ପଷ୍ଟ କରିବେ ଯେ ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାର ରହିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ମଙ୍ଗଳବାର ଦିନ ବାଇଡେନଙ୍କ ଇସ୍ରାଏଲ ଗସ୍ତ ନେଇ ଘୋଷଣା କରିଛନ୍ତି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ ଇସ୍ରାଏଲ ସହ ଏକତାକୁ ନିଶ୍ଚିତ କରିବେ ଯାହା ଦ୍ୱାରା ଗାଜାରେ ଗ୍ରାଉଣ୍ଡ ଆକ୍ରମଣ ହେବାର ସମ୍ଭାବନା ରହିଛି ।

ଅକ୍ଟୋବର 7 ରେ ହମାସ ଆତଙ୍କବାଦୀମାନେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଏକ ହଜାରରୁ ଅଧିକ ଇସ୍ରାଏଲୀୟଙ୍କ ମୃତ୍ୟୁ ହୋଇଥିଲେ। ଏହି ଆକ୍ରମଣ ପରେ ଇସ୍ରାଏଲ ଗାଜାକୁ ଶାସନ କରୁଥିବା ହମାସକୁ ସଂପୂର୍ଣ୍ଣ ଧ୍ୱଂସ କରିବାକୁ ଶପଥ ନେଇଛି।

ତେବେ ଏହା ପୂ୍ର୍ବରୁ ଆମେରିକା ସମେତ ୫ ଶକ୍ତିଶାଳୀ ରାଷ୍ଟ୍ରୀ ଇସ୍ରାଏଲ ସମର୍ଥନରେ ବାହାରିଥିଲା । ଫୋନ୍ ଯୋଗେ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ସେଠିକାର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ତେବେ ଏପରି ସ୍ଥିତିରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଇସ୍ରାଏଲ ଯୁଦ୍ଧଭୂମି ଗସ୍ତ କରିବା ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ହେଲେ ଗାଜା ଉପରେ ଆକ୍ରମଣ କରିବା ଭୁଲ ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି ବାଇଡେନ୍ ।
ବାଇଡେନଙ୍କ ଗସ୍ତ ପୂର୍ବରୁ ଇରାନର ଚେତାବନୀ । ଇରାନର ବୈଦେଶିକ ମନ୍ତ୍ରୀ ରାଜ୍ୟ ଟିଭିକୁ କହିଛନ୍ତି ଯେ ପ୍ରତିରୋଧର ନେତାମାନେ ଜିଓନିଷ୍ଟ ଶାସନକୁ ଗାଜାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେବେ ନାହିଁ। ସମସ୍ତ ବିକଳ୍ପ ଖୋଲା ଅଛି। " ଏବଂ ଗାଜାବାସୀଙ୍କ ବିରୁଦ୍ଧରେ ହୋଇଥିବା ଯୁଦ୍ଧ ଅପରାଧ ପ୍ରତି ଆମେ ଚୁପ୍ ରହିପାରିବୁ ନାହିଁ। " ସେ କହିଛନ୍ତି, "ପ୍ରତିରୋଧ ଫ୍ରଣ୍ଟ ଶତ୍ରୁ (ଇସ୍ରାଏଲ) ସହିତ ଦୀର୍ଘକାଳୀନ ଯୁଦ୍ଧ କରିବା ପାଇଁ ସକ୍ଷମ ... କିଛି ଘଣ୍ଟା ମଧ୍ୟରେ ଆମେ ପ୍ରତିରୋଧ ଫ୍ରଣ୍ଟ ଦ୍ୱାରା ଏକ 'ପ୍ରାଥମିକ କାର୍ଯ୍ୟାନୁଷ୍ଠାନ' କରିପାରୁ । ହେଲେ ଏ ବିଷୟରେ ସେ ଅଧିକ କିଛି ସୂଚନା ଦେଇ ନାହାଁନ୍ତି ।












Click it and Unblock the Notifications