Get Updates
Get notified of breaking news, exclusive insights, and must-see stories!

ଆୱାମୀ ଲିଗ୍‌ ଉପରୁ ପ୍ରତିବନ୍ଧକ ଉଠାଇବା ମହମ୍ମଦ ୟୁନୁସଙ୍କୁ ଚେତାବନୀ ଦେଲେ ଆମେରିକା ସାଂସଦ, କହିଲେ ନଚେତ୍..

ଆସନ୍ତା ଫେବୃଆରୀେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଦଳ ଆୱାମୀ ଲିଗ୍‌ ଖୁସି ତଥା ଗୁରୁତ୍ୱପୂର୍ଣ୍ଣ ଖବର ପାଇପାରେ । ଶେଖ୍‌ ହାସିନା ବାଂଲାଦେଶ ଫେରିବାର ସମ୍ଭାବନା ଅଧିକ ଦେଖାଯାଉଛି । କାରଣ ଏବେ ଆମେରିକୀୟ ସାଂସଦମାନେ ଆୱାମୀ ଲିଗ୍‌ ଉପରୁ ପ୍ରତିବନ୍ଧକ ଉଠାଇବା ପାଇଁ ଦାବି କରି ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଚେତାବନୀ ଦେଇ ଏକ ଚିଠି ଲେଖିଛନ୍ତି । ଚିଠିରେ, ଆମେରିକୀୟ ସାଂସଦମାନେ ମୁକ୍ତ ଏବଂ ନିରପକ୍ଷେ ନିର୍ବାଚନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେମାନେ କହିଛନ୍ତି ଯେ ରାଜନୈତିକ ଦଳକୁ ଅଂଶଗ୍ରହଣ କରିବାକୁ ଅନୁମତି ନିଆଯିବା ଉଚିତ । ଏହାସହିତ ଆମେରିକୀୟ ସାଂସଦମାନେ ଚେତାବନୀ ଦେଇଛନ୍ତି ଯେ କୌଣସି ଦେଶରେ ଏକ ପ୍ରମୁଖ ଦଳକୁ ପ୍ରତିବନ୍ଧକ ଲଗାଇବା ଗଣତନ୍ତ୍ରକୁ ଦୁର୍ବଳ କରିଥାଏ ।

Muhammad Yunus

ଉଲ୍ଲେଖ ଯୋଗ୍ୟ ଗତ ଜୁଲାଇ ବିଦ୍ରୋହ ପରେ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆୱାମୀ ଲିଗ୍ ଏବଂ ବାଂଲାଦେଶ ଛାତ୍ର ଲିଗ୍ ଉପରେ ନିଷେଧ ଲଗାଇଥିଲେ। ଆମେରିକାର ଆଇନ ପ୍ରଣୟନକାରୀମାନେ ସ୍ପଷ୍ଟ କରିଥିଲେ ଯେ ସେମାନେ ଜାତୀୟ ସଙ୍କଟ ସମୟରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଭୂମିକା ବୁଝନ୍ତି, କିନ୍ତୁ କୌଣସି ଦଳକୁ ଦୋଷ ଦେବା ମାନବାଧିକାରର ଉଲ୍ଲଂଘନ କରେ। ଚିଠିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ରାଜନୈତିକ କାର୍ଯ୍ୟକଳାପକୁ ସୀମିତ କରିବା ଏବଂ ସମାନ ଭାବରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ପୁନଃଆରମ୍ଭ କରିବା ନିର୍ବାଚନ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇପାରେ।

ସୂଚନା ଅନୁସାରେ ୟୁନୁସ୍ ଆମେରିକାର ସ୍ୱତନ୍ତ୍ର ଦୂତ ସର୍ଗିଓ ଗୋର୍‌ଙ୍କ ସହିତ ଫୋନ୍‌ରେ କଥା ହେବା ପରେ ଏହି ଚିଠି ଆସିଛି। ଏହି ଆଲୋଚନାରେ ବାଣିଜ୍ୟ, ଶୁଳ୍କ, ନିର୍ବାଚନ ଏବଂ ଛାତ୍ର ନେତା ସରିଫ୍ ଓସମାନ ହାଦିଙ୍କ ହତ୍ୟା ବିଷୟରେ ଆଲୋଚନା ହୋଇଥିଲା। ୟୁନୁସ୍ କହିଥିଲେ ଯେ ଦେଶ ଫେବୃଆରୀ ୧୨ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ତାଙ୍କ ସରକାର ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ମତଦାନ କରିବ। ୟୁନୁସ୍ ଶେଖ୍ ହାସିନାଙ୍କୁ ଟାର୍ଗେଟ କରି କହିଥିଲେ ଯେ ନିରଙ୍କୁଶ ଶାସନର ସମର୍ଥକମାନେ ନିର୍ବାଚନ ପ୍ରକ୍ରିୟାକୁ ବାଧା ଦେବା ପାଇଁ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରୁଛନ୍ତି ଏବଂ ବିଦେଶରୁ ହିଂସାକୁ ପ୍ରୋତ୍ସାହିତ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+