ଇରାନର ସବୁଠୁ ଶକ୍ତିଶାଳୀ ମୁଖ୍ୟାଳୟକୁ ଧ୍ୱଂସ କଲା ଆମେରିକା ସେନା

ମଧ୍ୟପ୍ରାଚ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ । ଇରାନ ଉପରେ ଘନଘନ ମିସାଇଲ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଏବଂ ଆମେରିକା । ଇରାନ ମଧ୍ୟ ପାଲଟା ଜବାବ ଦେଇ ବିଭିନ୍ନ ଦେଶରେ ଥିବା ୟୁଏସ ସେନା ବେସକୁ ଟାର୍ଗେଟ୍ କରୁଛି । ଏହାରି ଭିତରେ ଆମେରିକା ସେନା ବଡ ଦାବି କରିଛି । ସେମାନେ ଇରାନର ରିଭଲ୍ୟୁସନାରୀ ଗାର୍ଡର ମୁଖ୍ୟାଳୟକୁ ଧ୍ୱଂସ କରି ଦେଇଛନ୍ତି । ଆଇଆରିସିର ଏବେ କୌଣସି ମୁଖ୍ୟାଳୟ ନଥିବା ୟୁଏସ ମିଲିଟାରୀ ଫୋର୍ସ କହିଛି ।

US military

ୟୁଏସ ସେନା ଦାବି କରିଛି ଯେ, ଇରାନ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ ହଜାରେରୁ ଅଧିକ ଆମେରିକୀୟୀ ସୈନ୍ୟଙ୍କୁ ହତ୍ୟା କରିଛି । ଦୀର୍ଘ ୪୭ ବର୍ଷ ହେଲା ଇରାନ ଏପରି କାଣ୍ଡ ଘଟାଇ ଆସୁଛି । କିନ୍ତୁ ଏବେ ସାପର ମୁଣ୍ଡ କଟିଯାଇଛି । ଅର୍ଥାତ ଆଇଆରଜିର ମୁଖ୍ୟାଳୟକୁ ସେମାନେ ଧ୍ୱଂସ କରିଦେଇଛନ୍ତି ।

ଖାମେନିଙ୍କୁ ହତ୍ୟା

ଯୁଦ୍ଧର ଦ୍ୱିତୀୟ ଦିନରେ ଆମେରିକା ଏବଂ ଇସ୍ରାଏଲ ଅଧିକ ଆକ୍ରମଣ କରିଥିଲେ । ଭୟଙ୍କର ବୋମା ଏବଂ ମିସାଇଲରେ ତେହେରାନ ଥରି ଉଠିଥିଲା । ଏଥିରେ ଇରାନର ସର୍ବୋଚ୍ଚ ନେତା ଖାମେନି ପ୍ରାଣ ହରାଇଥିଲେ । ଅନ୍ୟ ଟପ୍ ନେତା ମଧ୍ୟ ନିହତ ହୋଇଛନ୍ତି ।

ଅନ୍ୟ ଦିଗରେ ଯୁଦ୍ଧ ୨୮ ଦିନ ଚାଲିବ ବୋଲି କହିଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆଗରୁ ଏପରି ଯୁଦ୍ଧ ହୋଇଛି । ଆମେରିକା ୨୮ ଦିନ କିମ୍ବା ତା ପୂର୍ବରୁ ଯୁଦ୍ଧ ଶେଷ କରିଛି । ଏବେ ସମାନ ଘଟଣାର ପୁନରାବୃତ୍ତି ହେବ । ଇରାନର ନେତୃତ୍ୱକୁ ଧ୍ୱଂସ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+