ତାଲିବାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଆମେରିକା, ବାଗ୍‌ରାମ ଏୟାରବେସ୍‌ ଦଖଲ ପାଇଁ ଟ୍ରମ୍ପଙ୍କ ଘୋଷଣା

ତାଲିବାନ ଶାସିତ ଆଫ୍‌ଗାନିସ୍ତାନ ଖୁବ୍‌ଶୀଘ୍ର ଆମେରିକା ଦ୍ବାରା ବଡ଼ ଆକ୍ରମଣର ସମ୍ମୁଖୀନ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଲିବାନ ସରକାରକୁ ରଣନୀତିକ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ ବାଗ୍‌ରାମ ଏୟାର୍‌ ବେସ୍‌ ଫେରାଇ ଦେବାକୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ବାଗ୍‌ରାମ ଏୟାର ବେସ୍‌ ପୁନଃ ଦଖଲ କରିବା ପାଇଁ ଆଫଗାନିସ୍ତାନ ସହ ଆଲୋଚନା କରୁଛୁ ଏବଂ ଆମେ ଏହାକୁ ଶୀଘ୍ର ଫେରାଇ ଆଣିବା ପାଇଁ ଚାହୁଛୁ। ଯଦି ଆଫଗାନିସ୍ତାନ ବାଗ୍‌ରାମ ଏୟାର୍‌ ବେସ୍‌ ଫେରାଇ ନ ଦିଏ, ତେବେ ବହୁତ ଖରାପ ପରିଣାମ ଭୋଗିବ। ୨୦୨୧ରେ ଆଫ୍‌ଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାରକୁ ତତ୍କାଳୀନ ବାଇଡେନ ସରକାରର ବିପର୍ଯ୍ୟୟ ବୋଲି ଟ୍ରମ୍ପ ଟିପ୍ପଣୀ କରିଛନ୍ତି। ଚୀନ୍‌ ଏବେ ବାଗ୍‌ରାମ ଏୟାର ବେସ୍‌ ହାସଲ କରିବା ପାଇଁ ତାଲିବାନ ସହିତ ତାଳମେଳ ରଖି କାମ କରୁଛି ଏବଂ ଆମ ପାଇଁ ଏହା ଗ୍ରହଣୀୟ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟକୁ ତାଲିବାନ ଜୋର୍‌ଦାର ବିରୋଧ କରିଥିବା ବେଳେ ଚୀନ୍‌ ମଧ୍ୟ ଟ୍ରମ୍ପଙ୍କୁ ତାଙ୍କର ପଦକ୍ଷେପ ପାଇଁ ସତର୍କ କରାଇ ଦେଇଛି।

Trump
ଆଫଗାନିସ୍ତାନ ଉପରେ ଆକ୍ରମଣ କରିପାରେ ଆମେରିକା
ବାଗ୍‌ରାମ ଏୟାରବେସ୍‌ ଦଖଲ ପାଇଁ ଟ୍ରମ୍ପଙ୍କ ଘୋଷଣା

ସୂଚନାଯୋଗ୍ୟ, ବାଗ୍‌ରାମ ଏୟାର ବେସ୍‌, କାବୁଲଠାରୁ ୪୦ ମାଇଲ ଉତ୍ତରରେ ପାରୱାନ ପ୍ରଦେଶରେ ଅବସ୍ଥିତ। ୧୯୫୦ ଦଶକରେ ଏହାକୁ ତତ୍କାଳୀନ ସୋଭିଏତ ସଂଘ ନିର୍ମାଣ କରିଥିଲା। ୨୦୦୧ରେ ୯/୧୧ ଆକ୍ରମଣ ପରେ ଆମେରିକା ଏହାକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ୨୦୧୨ରେ ଏହା ୧ ଲକ୍ଷରୁ ଅଧିକ ଆମେରିକୀୟ ସୈନ୍ୟଙ୍କ କେନ୍ଦ୍ର ଥିଲା। ଯୁଦ୍ଧ, ଲଜିଷ୍ଟିକ୍ସ ଓ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ଏହି ଏୟାର ବେସ୍‌ ବ୍ୟବହୃତ ହେଉଥିଲା। ୨୦୨୧ରେ ଆମେରିକା ଏହାକୁ ଆଫଗାନ୍‌ ସୈନ୍ୟଙ୍କୁ ହସ୍ତାନ୍ତର କରିଥିଲା ଏବଂ ଏହା ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଥିଲା।

ବାଗ୍‌ରାମର ଭୌଗୋଳିକ ଅବସ୍ଥିତି ଏହାକୁ ରଣନୀତିକ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ କରିଛି। ଇରାନ, ପାକିସ୍ତାନ, ଚୀନ୍‌ ଓ ମଧ୍ୟଏସିଆ ନିକଟବର୍ତ୍ତୀ ହେଉଥିବାରୁ ଏହା ସାମରିକ ଅଭିଯାନ ପାଇଁ ଏକ ପ୍ରକୃଷ୍ଟ କ୍ଷେତ୍ର। ଟ୍ରମ୍ପ କହିଛନ୍ତି, ଏହା ଚୀନ୍‌ର ପରମାଣୁ ଅସ୍ତ୍ର କାରଖାନାଠାରୁ ମାତ୍ର ଏକ ଘଣ୍ଟା ଦୂରରେ ଏହା ଅବସ୍ଥିତ। ଏହାର ଦୁଇଟି ୧୨,୦୦୦ ଫୁଟ ରନ୍‌ୱେ ରହିଛି। ଏଠାରେ ହସ୍ପିଟାଲ, ରାଡାର ଓ ଅତ୍ୟାଧୁନିକ ସୁବିଧା ରହିଥିବାରୁ ଏହା ବିଶ୍ୱର ଶ୍ରେଷ୍ଠ ଏୟାର୍‌ ବେସ୍‌ ମଧ୍ୟରୁ ଅନ୍ୟତମ। ଆମେରିକା ଏହାର ନିର୍ମାଣ ଓ ଉନ୍ନତି ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରିଛି ବୋଲି ଟ୍ରମ୍ପ କହିଛନ୍ତି। ଚୀନ୍‌ ବିଦେଶ ମନ୍ତ୍ରଣାଳୟ କହିଛି, ଆଫଗାନିସ୍ତାନର ଭବିଷ୍ୟତ ତା'ର ନିଜ ଲୋକଙ୍କ ହାତରେ ରହିଛି। ବାଗ୍‌ରାମ ପୁନଃ ଦଖଲ ପାଇଁ ଆମେରିକାର ପ୍ରୟାସ ବିଶ୍ବରେ ଅସ୍ଥିରତା ବଢ଼ାଇବ ବୋଲି ଚୀନ୍‌ ଆମେରିକାକୁ ଚେତାଇ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+