ସିରିଆରେ ଏୟାରଷ୍ଟ୍ରାଇକ କଲା ଆମେରିକା
ବିଦ୍ରୋହିଙ୍କ କବଜାରେ ସିରିଆ। ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ନେଲ ଆଶ୍ରୟ। ରାଷ୍ଟ୍ରପତି ପଳାଇବା ପରେ ତାଙ୍କ ବାସବଭନ ଲୁଟି ଉତ୍ସବ ମନାଇଲେ ବିଦ୍ରୋହୀ। ଶେଷର ୧୧ ଦିନର ବିଦ୍ରୋହର ଅନ୍ତ ଘଟିଛି। ଦୀର୍ଘ ୨୪ ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡିଛି। ଅସଦଙ୍କ ବିରୋଧରେ ଗତ ୧୪ ବର୍ଷ ହେଲା ବିଦ୍ରୋହ ଜାରି ରହିଥିଲା। ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି।
ଏହାରି ମଧ୍ୟରେ ଆମେରିକା ସିରିଆରେ ଥିବା ଆଇଏସଆଇଏସ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଛି । ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି କି, ମଧ୍ୟ ସିରିଆରେ ଥିବା ଆଇଏସ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି । ଆମେରିକାର ଉଦ୍ଦେଶ୍ୟ ଯୁଦ୍ଧଗ୍ରସ୍ତ ଦେଶରେ ଆଇଏସକୁ ରୋକିବା । ଆମେରିକାର ବାୟୁସେନା ୭୫ରୁ ଅଧିକ ସ୍ଥାନକୁ ଟାର୍ଗେଟ କରିଛି । ସିରିଆରେ ଆଇଏସଆଇଏସ ରୋକିବା ପାଇଁ ଆମେରିକା ଆଗକୁ ଏଭଳି ଆକ୍ରମଣ ଜାରି ରଖିବ ।

୨୪ ବର୍ଷ ଧରି ଅସଦ ସିରିଆକୁ ଶାସନ କରି ଚାଲିଥିଲେ । ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ସିରିଆର ରାଷ୍ଟ୍ରପତି ଥିଲେ ଅସଦ । ବିଦ୍ରୋହୀମାନେ ତାଙ୍କୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ଦାମାସ୍କସରେ ପ୍ରବେଶ କରିଥିଲେ । ସିରିଆ ରାଷ୍ଟ୍ରପତି ଫେରାର ହେବା ପରେ ବିଦ୍ରୋହୀମାନେ ଶତାଧିକ କଏଦୀଙ୍କୁ ଜେଲରୁ ମୁକ୍ତ କରିଦେଇଛନ୍ତି । ଯେଉଁମାନେ ଅସଦଙ୍କ ଶାସନ କାଳରେ ଜେଲରେ ବନ୍ଦୀ ଥିଲେ ସେମାନଙ୍କୁ ଛାଡିଦେଇଛନ୍ତି ବିଦ୍ରୋହୀ ।
ବିଦ୍ରୋହୀମାନେ କଫ୍ୟୁ ଜାରି କରିବା ପରେ ଲୋକମାନେ ଜରୁରୀ ସାମଗ୍ରୀ ନେଇ ଚାଲିଯାଇଥିବେଳେ ବିଦ୍ରୋହୀମାନେ ରାଷ୍ଟ୍ରପତିଙ୍କ ବାସଭବନରେ ପଶି ପୋଷ୍ଟର, ବ୍ୟାନର ଏବଂ ମୂର୍ତ୍ତି ସବୁକିଛି ଭାଙ୍ଗିଛନ୍ତି । ସିରିଆ ରାଷ୍ଟ୍ରପତି ଭବନରେ ସାଧାରଣ ଲୋକମାନେ ପ୍ରବେଶ କରି ଲୁଟପାଟ କରିଛନ୍ତି । ସେମାନେ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ ଅଲଗା କରି ରାସ୍ତାରେ ଘୋଷାରି ଘୋଷାରି ନେଇଛନ୍ତି ।












Click it and Unblock the Notifications