Get Updates
Get notified of breaking news, exclusive insights, and must-see stories!

ହିଜାବ ନପିନ୍ଧିଲେ ସାମ୍ବାଦିକାଙ୍କୁ ଦେବିନି ସାକ୍ଷାତକାର: ଇରାନ ରାଷ୍ଟ୍ରପତି

ସାମ୍ବାଦିକା ହିଜାବ ନ ପିନ୍ଧିବାରୁ ସାକ୍ଷାତକାର ଦେଲେନି ଇରାନ ରାଷ୍ଟ୍ରପତି ।

ନ୍ୟୁୟର୍କ: ବର୍ତ୍ତମାନ ସାରା ବିଶ୍ବରେ ହିଜାବ ମାମଲାକୁ ହଇଚଇ ସୃଷ୍ଟି ହୋଇଛି । ଏହାକୁ ଅନେକ ସ୍ଥାନରେ ବିରୋଧ କରାଯାଇଛି । ତେବେ ଇରାନର ରାଷ୍ଟ୍ରପତିଙ୍କ ସାକ୍ଷାତକାର ପାଇଁ ଆମେରିକାର ସାମ୍ବାଦିକା ହିଜାବ ନ ପିନ୍ଧିବାରୁ ସାକ୍ଷାତକାର ପାଇଁ ମନା କରିଦେଇଛନ୍ତି ରାଷ୍ଟ୍ରପତି ଇବ୍ରାହିମ ରଇସୀ।

interview

ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ''ଆମେରିକୀୟ ମହିଳା ସାମ୍ବାଦିକା ହିଜାବ ପିନ୍ଧିବାକୁ ମନା କରିଥିଲେ, ତେଣୁ ରାଷ୍ଟ୍ରପତି ତାଙ୍କୁ ସାକ୍ଷାତକାର ଦେଇନାହାନ୍ତି ।'' ଗୋଟିଏ ପଟେ ହିଜାବକୁ ନେଇ ଇରାନରେ ବିକ୍ଷୋଭର ନିଆଁ ଜଳୁଥିବା ବେଳେ ଏପରି ସ୍ଥଳେ ରାଷ୍ଟ୍ରପତିଙ୍କ ଏପରି ବ୍ୟବହାରରେ ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ।

ରାଷ୍ଟ୍ରପତିଙ୍କ ସାକ୍ଷାତକାର ନେବାକୁ ଥିବା ଜଣାଶୁଣା ଆଙ୍କର କ୍ରିଷ୍ଟିଅନ ଆମନପୋରଙ୍କୁ ଏହାପୂର୍ବରୁ ହିଜାବ ପିନ୍ଧିବାକୁ କୁହାଯାଇଥିଲା । କିନ୍ତୁ ଆଙ୍କର ଜଣକ ଏଥିପାଇଁ ରାଜି ହୋଇ ନଥିଲେ । ଏହାପରେ ଏହି ସ୍ବତନ୍ତ୍ର ସାକ୍ଷାତକାରକୁ ରଦ୍ଦ କରାଯାଇଛି । ଏହାପରେ କ୍ରିଷ୍ଟିଅନ କହିଛନ୍ତି ଯେ, ''ସାକ୍ଷାତକାର ପାଇଁ ତାଙ୍କୁ ହିଜାବ ପିନ୍ଧିବାକୁ ସର୍ତ୍ତ ରଖାଯାଇଥିଲା । କିନ୍ତୁ ସେ ଏହା ପିନ୍ଧିବାକୁ ମନା କରିଦେଇଥିଲେ । ଯେଉଁ କାରଣରୁ ଇରାନ ରାଷ୍ଟ୍ରପତି ତାଙ୍କୁ ସହ ସାକ୍ଷାତକାର ଦେଇନଥିଲେ । ଖାଲି ଚେୟାର ସହିତ ସେ ଟ୍ବିଟରରେ ଫଟୋ ସେୟୟାର କରି ଏପରି ଲେଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+