ଆମେରିକା-ଇସ୍ରାଏଲ୍ର ଆକ୍ରମଣ; ୪୦ ଇରାନୀୟ ଛାତ୍ରୀ ମୃତ
ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, ଇରାନର ମିନାବ ସହରସ୍ଥିତ ଏକ ସ୍କୁଲ ଉପରେ ଆକ୍ରମଣ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ୪୦ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ଏହାଛଡା ୬୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ଭାବରେ ୨୪ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଥିଲା। ଏବେ ତାହା୪୦ କୁ ବୃଦ୍ଧି ପାଇଛି। ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରି ଏହି ଆକ୍ରମଣର ଜବାବ ଦେଇଛି।

ଦକ୍ଷିଣ ଇରାନର ହୋର୍ମଜଗାନ୍ ପ୍ରଦେଶର ମିନାବ ସହରରେ ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନାରୀ ଗାର୍ଡର ଏକ ଘାଟି ରହିଛି। ତେବେ ଏୟାରଷ୍ଟ୍ରାଇକ୍ରେ ଏକ ପ୍ରାଥମିକ ବିଦ୍ୟାଳୟ ଆକ୍ରମଣର ଶିକାର ହୋଇଥିଲା। ତାହା ଏକ ଗାର୍ଲସ୍ ସ୍କୁଲ ଥିଲା ଏବଂ ଛାତ୍ରୀମାନେ ପାଠପଢ଼ୁଥିବା ସମୟରେ ଆକ୍ରମଣ ହୋଇଥିଲା । ସ୍କୁଲ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତ ଛାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଉଛି।












Click it and Unblock the Notifications