ଆମେରିକା ଗୁପ୍ତଚର ରିପୋର୍ଟ : ଭାରତ ସହ ଚୀନର ସୀମା ବିବାଦ ଜାରି ରହିବ ଓ ପାକିସ୍ତାନ ଉପରେ ଭାରତ ନେଇପାରେ..

ଆମେରିକା ଗୁପ୍ତଚର ରିପୋର୍ଟ । ଭାରତ ସହ ଚୀନର ସୀମା ବିବାଦ ଜାରି ରହିବ ଓ ପାକିସ୍ତାନ ଉପରେ ଭାରତ ନେଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ ।

ଆମେରିକା । ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଆମେରିକାର ଗୁପ୍ତଚର ରିପୋର୍ଟରେ ଏକ ବଡ଼ ଦାବି କରାଯାଇଛି । ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଲଦାଖ ସମେତ ଉତ୍ତର ପୂର୍ବ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଜାରି ରହିବ । ଏହା ସହିତ ପାକିସ୍ତାନ ବିଷୟରେ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ସହ ଭାରତର ସମ୍ପର୍କ ତିକ୍ତତା ଜାରି ରହିବ।
ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ଲଦାଖରେ LoC ଉପରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହୋଇଥିବା ସଂଘର୍ଷ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ 1975 ପରେ ପ୍ରଥମ ଥର ପାଇଁ ସୀମା ସମ୍ପର୍କରେ ଉଭୟ ଦେଶରେ ହିଂସାତ୍ମକ ସଂଘର୍ଷ ଘଟିଛି ।

ଚୀନ

ଏହାକୁ ସବୁଠାରୁ ଗମ୍ଭୀର ପ୍ରସଙ୍ଗ ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଛି ।
ରିପୋର୍ଟ ଅନୁଯାୟୀ, ଫେବୃଆରୀ ମଧ୍ୟଭାଗରେ ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ପରେ ସୈନ୍ୟବାହିନୀ କେତେକ ସ୍ଥାନରୁ ଫେରିବାରେ ସଫଳ ହୋଇଥିଲେ। ବିଶ୍ୱର ବିପଦ ଉପରେ ଆକଳନ ପାଇଁ ଏହି ରିପୋର୍ଟ ପ୍ରତିବର୍ଷ ପ୍ରସ୍ତୁତ ହୋଇଥାଏ । ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟରଙ୍କ କାର୍ଯ୍ୟାଳୟ ଗୁପ୍ତଚର ସମ୍ପ୍ରଦାୟ ଉପରେ ନଜର ରଖେ ଏବଂ ଗୁପ୍ତଚର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଥାଏ । ଏଥିସହିତ କାଶ୍ମୀର ପ୍ରସଙ୍ଗ ସହିତ ଆତଙ୍କବାଦୀ ଘଟଣା ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟରେ ସୂଚନା ଦିଆଯାଇଛି ଯେ ପାକିସ୍ତାନର ଆତଙ୍କବାଦ ଉପରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ତେବେ ଯୁଦ୍ଧର ସମ୍ଭାବନା ଅତ୍ୟନ୍ତ କମ୍ ଅଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+