ପାଲେଷ୍ଟାଇନ୍ ସହ ୬ଦେଶର ଲୋକଙ୍କ ଉପରେ ବ୍ୟାନ ଲଗାଇଲା ଆମେରିକା

ପାଲେଷ୍ଟାଇନ ଓ ଆଉ ୭ ଦେଶର ଲୋକଙ୍କ ଆମେରିକା ପ୍ରବେଶ ଉପରେ ସଂପୂର୍ଣ୍ଣ ରୋକ ଲଗାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ସେ(Donald Trump) ଗୋଟିଏ ବିଜ୍ଞପ୍ତିରେ ଦସ୍ତଖତ ମଧ୍ୟ କରିଛନ୍ତି। ଖାଲି ସେତିକି ନୁହେଁ, ଜାତୀୟ ସୁରକ୍ଷା, ଲୋକଙ୍କ ସୁରକ୍ଷା ଓ ଭିସା ଅବଧି ପରେ ଆମେରିକାରେ ରହୁଥିବା ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରମ୍ପ ଅନ୍ୟ ୧୫ଟି ଦେଶର ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରିଛନ୍ତି। ଏହାକୁ ମିଶାଇ ଆମେରିକା ମୋଟ ଉପରେ ୩୯ଟି ଦେଶର ଲୋକଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ ବ୍ୟାନ କିମ୍ବା କଟକଣା ଲଗାଇଛି।

ହ୍ୱାଇଟ ହାଉସ ପକ୍ଷରୁ ବୁର୍କିନା ଫାସୋ, ମାଲି, ନାଇଜେର, ଦକ୍ଷିଣ ସୁଦାନ, ସିରିଆ, ଲାଓସ ଓ ସିଇରା ଲେନୋର ଲୋକଙ୍କୁ ଆମେରିକା ବାରଣ କରାଯାଇଛି। ସେହିପରି ପାଲେଷ୍ଟାଇନ ଅଧିକାରୀଙ୍କ ଦ୍ୱାରା ଯାତ୍ରା ଦସ୍ତାବିଜ ପାଇଥିବା ଲୋକଙ୍କୁ ମଧ୍ୟ ଆମେରିକାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏହି ବ୍ୟାନ ଓ କଟକଣା ନିୟମ ଜାନୁଆର ୧ରୁ କାର୍ଯ୍ୟକାରୀ ହେବ।

ଏପରି ଘୋଷଣାର ଦୁଇ ସପ୍ତାହ ପୂର୍ବରୁ ହୋମଲ୍ୟାଣ୍ଡ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ ଘୋଷଣା କରିଥିଲେ ଯେ ଟ୍ରମ୍ପ ପ୍ରଶାସନ ନିଜର ଯାତ୍ରା ବ୍ୟାନ ଯୋଜନାକୁ ଆହୁରି ବିସ୍ତାର କରିବାକୁ ଚାହୁଁଛନ୍ତି। ଏହାକୁ ୧୯ରୁ ପ୍ରାୟ ୩୦ ଦେଶ କ୍ଷେତ୍ରରେ ଲାଗୁ କରିବାକୁ ଯୋଜନା ଚାଲିଛି। ସେହି ସମୟରେ ସେ ପ୍ରକୃତ ସଂଖ୍ୟା କିମ୍ବା ଦେଶଗୁଡ଼ିକର ନାଁ କହି ନଥିଲେ। ଏବେ ହ୍ୱାଇଟ ହାଉସ ବ୍ୟାନ ହୋଇଥିବା ଦେଶଗୁଡ଼ିକର ତାଲିକା ପ୍ରକାଶ କରିଛି।

trump

ପୂର୍ବରୁ ଆମେରିକା ପକ୍ଷରୁ ଆଫଗାନିସ୍ତାନ, ବର୍ମା, ଚାଡ, କଙ୍ଗୋ, ଇକ୍ୟୁଟୋରିଆଲଏ ଗୁଏନା, ଇରିଟ୍ରେଆ, ହାଇଜି, ଇରାନ, ଲିବ୍ୟା, ସୋମାଲିଆ, ସୁଦାନ ଓ ୟେମେନ ଭଳି ୧୨ଟି ଦେଶ ଉପରେ ଟ୍ରାଭେଲ ବ୍ୟାନ ଲଗାଇଥିଲା। ଏବେ ଆଉ ୭ଟି ଦେଶର ଲୋକଙ୍କ ଆମେରିକା ପ୍ରବେଶ ଉପରେ ରୋକ ଲାଗିଛି।

ଆଶିଂକ କଟକଣା ଲାଗୁ ହୋଇଥିବା ୧୫ଟି ଦେଶ ମଧ୍ୟରେ ଆଙ୍ଗୋଲା, ଆଣ୍ଟିଗୁଆ ଓ ବର୍ବୁଡା, ବେନିନ, କେଟ ଡଲଭୋଇରେ, ଡୋମିନାକ, ଗାବୋନ, ଗାମ୍ବିଆ, ମାଲାୱି, ମାଉରିଟାନିଆ, ନାଇଜେରିଆ, ସେନେଗଲ, ତାଞ୍ଜାନିଆ, ଟୋଙ୍ଗା, ଜାମ୍ବିଆ ଓ ଜିମ୍ବାୱେ। ବୁରୁଣ୍ଡି, କ୍ୟୁବା, ଟୋଗୋ ଓ ଭେନେଜୁଏଲାର ଲୋକଙ୍କ ପ୍ରବେଶ ଉପରେ ମଧ୍ୟ ଆଶିଂକ କଟକଣା ଲାଗୁ ହେବ।

ଅର୍ଥାତ ଏହି ସବୁ ଦେଶର ଲୋକ ଆମେରିକା ପ୍ରବେଶ କରିବା ପରେ କଡ଼ା ସୁରକ୍ଷା ଯାଞ୍ଚର ସମ୍ମୁଖୀନ ହେବେ। ସେମାନଙ୍କୁ ସୀମିତ ସଂଖ୍ୟାରେ ଆମେରିକା ପ୍ରବେଶ ଓ ରହଣୀ ପାଇଁ ଅନୁମତି ମିଳିବ। ତେବେ ତୁର୍କିମେନିସ୍ତାନ ଉପରେ ଲାଗୁ ହୋଇଥିବା କଟକଣାକୁ ଟ୍ରମ୍ପ ହଟାଇ ଦେଇଛନ୍ତି। ତୁର୍କିମେନିସ୍ତାନର ଲୋକମାନେ ଏବେ ଅଣ ଇମିଗ୍ରେସନ ଭିସା ପାଇଁ ଆବେଦନ କରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+