ଚିନ୍ତାରେ ଟ୍ରମ୍ପ, ଆମେରିକା ସଟ୍ଡାଉନ୍ ! ବନ୍ଦ ହୋଇପାରେ ସରକାରୀ ଅଫିସ୍
ଆମେରିକାରେ ସରକାରୀ ବନ୍ଦ ଲାଗୁ ହୋଇଛି, ଯାହା ସରକାରୀ କାର୍ଯ୍ୟକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖିଛି। ଏହା ୨୦୧୯ ପରେ ପ୍ରଥମ ସରକାରୀ ବନ୍ଦ। ୨୦୧୯ ସଟଡାଉନ୍ ସବୁଠାରୁ ଦୀର୍ଘ, ୩୫ ଦିନ ଧରି ଚାଲିଥିଲା।
ସାତ ବର୍ଷ ପରେ ଆମେରିକାର ସଂଘୀୟ ସରକାର ପୁଣି ଥରେ ବନ୍ଦ ହେବାର ସମ୍ମୁଖୀନ ହେଉଛି। ଏକ ଆର୍ଥିକ ବିଲ୍ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କଂଗ୍ରେସ ମଧ୍ୟରେ ସହମତି ଅଭାବରୁ ସରକାରୀ କାର୍ଯ୍ୟ ଠପ୍ ହୋଇଯାଇଛି। ୯୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି।
ଯଦିଓ ପ୍ରତ୍ୟେକ ବନ୍ଦ ଯୋଗୁଁ କିଛି ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା ଚାଲୁ ରହିଥାଏ, ଯାହା ସାଧାରଣ ଜୀବନ ଏବଂ ସୁରକ୍ଷା ପାଇଁ ଅତ୍ୟାବଶ୍ୟକ।ଇତିହାସର ସବୁଠାରୁ ଲମ୍ବା ସଟଡାଉନ୍ ଡିସେମ୍ବର ୨୨, ୨୦୧୮ ରୁ ଜାନୁଆରୀ ୨୫, ୨୦୧୯ ପର୍ଯ୍ୟନ୍ତ ଚାଲିଥିଲା, ମୋଟ ୩୫ ଦିନ।
ଗତ ୬ ବର୍ଷରେ ପ୍ରଥମ ଥର ଆମେରିକା ପୁଣି ଥରେ ସଟ୍ଡାଉନ ମୁହାଣରେ ଛିଡା ହୋଇଛି । ଆମେରିକା ସଂସଦ ଉପର ଗୃହ ସିନେଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟି ଅସ୍ଥାୟୀ ଫଣ୍ଡିଂ ବିଂଲ ପାସ୍ କରିବାରେ ବିଫଳ ହୋଇଛି । ପାର୍ଟିକୁ ୬୦ ଭୋଟର ଆବଶ୍ୟକ ଥିଲା ମାତ୍ର ୫୫ଟି ମିଳିଲା । ତେଣୁ ଏହି ପ୍ରସ୍ତାବ ଗ୍ରହଣ କରାଯାଇନାହିଁ । ଫଣ୍ଡିଂ ସମୟସୀମା ଆଜି ଶେଷ ହେଉଛି । ତେଣୁ ସ୍ପଷ୍ଟ ଯେ ଏହି ସ୍ଥିତି ପାଇଁ ସରକାର ନିଶ୍ଚୟ ଫଣ୍ଡିଂର ବିସ୍ତାର କରିପାରିବ ନାହିଁ ଅର୍ଥାତ କିଛି ଖର୍ଚ୍ଚ କରିପାରିବ ନାହିଁ । ଏହାର ଅର୍ଥ ସଂଘୀୟ ସରକାରର ସବୁ କାର୍ଯ୍ୟ ବନ୍ଦ ହୋଇପାରେ ।
ଆମେରିକାର ଆଇନ ଅନୁଯାୟୀ, ବଜେଟ୍ କିମ୍ବା ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ ନହେବା ପର୍ଯ୍ୟନ୍ତ "ଅଣ-ଅତ୍ୟାବଶ୍ୟକ" ସରକାରୀ ବିଭାଗ ଏବଂ ସେବାଗୁଡ଼ିକୁ ବନ୍ଦ ରଖିବାକୁ ପଡିବ। ଏହି ପରିସ୍ଥିତିକୁ ସଟ୍ଡାଉନ କୁହାଯାଏ । ଗତ ଦୁଇ ଦଶକରେ ଏହା ଆମେରିକା ପଞ୍ଚମ ବଡ଼ ସଟ୍ଡାଉନ୍ ସ୍ଥିତି ହୋଇପାରେ ।

ଏହା ପୂର୍ବରୁ ରିବ୍ଲିକାନ ସରକାର ନଭେମ୍ବର ୨୧ ଯାଏ ଏକ ସ୍ୱଳ୍ପ ବଜେଟ୍ ଘୋଷଣା କରି ବିଲ୍ ପାସ୍ କରିଥିଲେ । ଡେମୋକ୍ରାଟିକ ଅନୁସାରେ ଏହା ପର୍ଯ୍ୟାପ୍ତ ନଥିଲା । ସେ ଚାହୁଁଥିଲେ କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀଷ୍ମକାଳୀନ ମେଗା ବିଲ୍ରୁ ମେଡିକେଟ ଛାଡକୁ ଫେରାଇ ନିଅନ୍ତୁ । ସୁଲଭ ସେବା ଆଇନରୁ ପ୍ରମୁଖ ଟିକସ କ୍ରେଡିଟ୍ ବୃଦ୍ଧି କରାଯାଉ । ହେଲେ ରିପ୍ଲିକାନ ଏହି ଦାବିକୁ ଖାରଜ କରିଛି । ୧୦୦ ସଦସ୍ୟ ଥିବା ଗୃହରେ ପ୍ରସ୍ତାବ ସପକ୍ଷରେ ୬୦ ଭୋଟ ନୁହେଁ ୫୫-୪୫ ଅନ୍ତରରେ ରହିଥିଲା ।
୬ ବର୍ଷ ପରେ ଏହା ପ୍ରଥମ ଥର ହେବ, ଯେଉଁଠି ଫଣ୍ଡିଂ କମ ହେବାରୁ ଆମେରିକାରେ ଅନେକ ସେବା ପ୍ରଭାବିତ ହେବ । ଆମେରିକାର ସଂଘୀୟ ସରକାର, ଟ୍ରମ୍ପ ପ୍ରଶାସନ ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଛି । କଂଗ୍ରେସରୁ ଆବଶ୍ୟକୀୟ ଅନୁମୋଦନ ପାଇବାରେ ବିଫଳ ହୋଇଥିବାରୁ ଟ୍ରମ୍ପ ପ୍ରଶାସନର ପାଣ୍ଠିକୁ ବନ୍ଦ କରି ଦିଆଯାଇଛି ।
ସରକାର ଏହାର ଖର୍ଚ୍ଚ ବିଲ୍ ପାସ୍ କରିବାରେ ବିଫଳ ହୋଇଛି । ଆମେରିକାରେ ସରକାରୀ ସଂସ୍ଥାଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ ହୋଇଯିବ । ଅଣ-ଅତ୍ୟାବଶ୍ୟକୀୟ ଫେଡେରାଲ୍ କର୍ମଚାରୀମାନଙ୍କୁ ବିନା ଦରମାରେ ଛୁଟିରେ ରଖାଯିବ । ସାମରିକ କର୍ମଚାରୀଙ୍କୁ ବିନା ଦରମାରେ କାମ କରିବାକୁ ବାଧ୍ୟ କରାଯିବ।












Click it and Unblock the Notifications