ଚୀନ ଛାଡୁଛନ୍ତି ଆମେରିକା କମ୍ପାନି , ଜାଣନ୍ତୁ ଏଭଳି କରିବା ପଛରେ କଣ ରହିଛି କାରଣ...

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ କ୍ୱାଡ ସମୁହର ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତରେ ଅଛନ୍ତି। କ୍ୱାଡ ମିଟିଂରେ ଆମେରିକା ସହିତ ସବୁ ସଦସ୍ୟ ରାଷ୍ଟ୍ର ଦକ୍ଷିଣ ଚୀନ୍ ସାଗର ଓ ଏସିଆରେ ଚୀନ୍‌ର ବଢୁଥିବା ଆକ୍ରାମକ ସ୍ୱଭାବକୁ ବିପଦ ବୋଲି କହିଛନ୍ତି। ତେବେ କ୍ୱାର୍ଡ ସମ୍ମିଳନୀକୁ ନେଇ ଚୀନ୍ ନିଜର କଡା ମନ୍ତବ୍ୟ ଦେଇଛି।

ଚୀନ୍ ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ କ୍ୱାଡ ଶିଖର ସମ୍ମିଳନୀ ଉପରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି, ଚୀନ୍ ସହିତ ନିଜର ପ୍ରତିଯୋଗିତାକୁ ବଢାଇବା ପାଇଁ ଆମେରିକା, କ୍ୱାଡ ରୂପରେ ଏକ ଛୋଟ ଗୋଷ୍ଠୀ ତିଆରି କରୁଛି କିନ୍ତୁ ଏହି ୪ ଦେଶର ଜାତୀୟ ହିତ ଅଲଗା ଅଲଗା ରହିଛି। ଏହି ଦେଶ ସହ ଚୀନ୍‌ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଓ ପୁରୁଣା ସମ୍ପର୍କ ରହିଛି ତେଣୁ ଏହି ଗୋଷ୍ଠୀର ଭବିଷ୍ୟତ ଅନ୍ଧକାରମୟ ଏବଂ ଅନିଶ୍ଚିତତା ଭିତରେ ରହିଛି। ଆଉ ଏହିସବୁ ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାହା ହେଉଛି ୫୦ ଆମେରିକୀୟ କମ୍ପାନି ଚୀନରୁ ନିଜ କାରବାର ବନ୍ଦ କରିବାକୁ ଏବେ ଯୋଜନା କରୁଛନ୍ତି ।

ଆମେରିକା ଏବଂ ଚୀନ ମଧ୍ୟରେ ବଢ଼ୁଥିବା ସମସ୍ୟା ଯୋଗୁ ଏବେ ଚୀନରେ ବ୍ୟବସାୟ ବାତାବରଣ ବଦଳୁଛି। ଏଭଳି ସ୍ଥିତିରେ ୫୦ ଆମେରିକୀୟ କମ୍ପାନି ଚୀନରୁ ନିଜ କାରବାର ବନ୍ଦ କରିବାକୁ ଏବେ ଯୋଜନା କରୁଛନ୍ତି । ଏହି କମ୍ପାନି ଗୁଡିକ ଚୀନରେ ୧୨ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି । ଏହା ମଧ୍ୟରୁ ୧୫ କମ୍ପାନି ଭାରତ ଆସିବାକୁ ଚାହୁଁ ଛତି ।

america amp amp china

ଆମେରିକା ଚାମ୍ବର ଅଫ୍ କମର୍ସ ୩୦୬ କମ୍ପାନିକ ଏକ ରିପୋର୍ଟ ଜାରି କରିବା ସହ ଏଭଳି ଦାବି କରିଛି । ଏହି ରିପାର୍ଟ ମୁତାବକ, ମେକ୍ସିକୋ, ୟୁରୋପ ଏବଂ ଆମେରିକାକୁ ଛାଡି ଭାରତ ଏବେ ନିବେଶକଙ୍କ ପସନ୍ଦ ପାଇଟିଛି । ନିବେଶ କ୍ଷେତ୍ରରେ ଗତ ବର୍ଷ ଭାରତ ୫ମ ସ୍ଥାନରେ ଥିଲା। ଚଳିତ ବର୍ଷ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଦକ୍ଷିଣ ପୂର୍ବ ଏସିଆ ରହିଛି। ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ମାଲେସିଆ ଭଳି ଦେଶ ଗୁଡିକ ନିବେଶକଙ୍କର ପ୍ରସନ୍ଦ ପାଇଟିଛି , ଚୀନ ଏବେ ନିବେଶକଙ୍କ ବିଶ୍ଵାସ ହରାଉଛି।

୩୦୬ କମ୍ପାନିଙ୍କୁ ନେଇ ପ୍ରସ୍ତୁତ ଏହି ରିପୋର୍ଟ ମୁତାବକ, ୩୬% କମ୍ପାନିଙ୍କ ବାର୍ଷିକ ରାଜସ୍ୱ ୫୦ ହଜାର କୋଟି ଟଙ୍କା ରହିଛି । ୮୮% କମ୍ପାନି ଗତ ୧୦ ବର୍ଷ ହେବ ଚୀନରେ ନିଜ ଉପସ୍ଥିତି ବଜାୟ ରଖିଛନ୍ତି। ୨୦% କମ୍ପାନିର ରାଜସ୍ୱ ୧୦ରୁ ୫୦ ହଜାର କୋଟି ଟଙ୍କା ରହିଛି। ୧୯% କମ୍ପାନିଙ୍କ ନିକଟରେ ୨ ହଜାରରୁ ଉଦ୍ଧ କର୍ମଚାରୀ କାମ କରୁଛନ୍ତି ।

ଅନ୍ୟ କମ୍ପାନି ଗୁଡିକରେ ୫୦୦ରୁ ୨ ହଜାର ଯାଏ କର୍ମଚାରୀ ରହିଛନ୍ତି। ୪୭% କମ୍ପାନି ଆଗାମୀ ୫ ବର୍ଷରେ ଚୀନରେ କାରବାର ନେଇ ଆଶାବାଦୀ ରହି ଛତି । ମ୍ୟାନେଜମେଣ୍ଟ ସହ ଜଡିତ କମ୍ପାନି ଗୁଡିକ ଏବେ ଭାରତକୁ ପ୍ରାଥମିକତା ଦେଉଛନ୍ତି । ଗତ ବର୍ଷ ଚୀନରେ ନିବେଶ କରିବାକୁ ଇଛୁକ ଥିବା ୪୦% ଆମେରିକା ଜମ୍ପାନି ଭାରତ ଆସିବା ଲାଗି ମନ ବଳାଇଛନ୍ତି । ମ୍ୟାନେଜମେଣ୍ଟ କନସଲଟିଂ କ୍ଷେତ୍ରରେ ୫୪% କମ୍ପାନି ଭାରତ ଆସିବାକୁ ଇଛା ପ୍ରକଟ କରିଥିବା ଏହି ରିପୋର୍ଟରେ ଦାବି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+