ରୁଷୀୟ ଆକ୍ରମଣର ଚେତାବନୀ, କିଭ୍‌ରେ ଥିବା ଦୂତାବାସକୁ ବନ୍ଦ କଲା ଆମେରିକା

ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆମେରିକା କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ୍ ଉପରେ ଆକ୍ରମଣ କରିଛି ୟୁକ୍ରେନ । ଏହି ଆକ୍ରମଣକୁ ନେଇ ରୁଷ ରାଗି ଯାଇଥିବା ବେଳେ କୁହାଯାଉଛି ଯେ ୟୁକ୍ରେନ ଉପରେ ରୁଷ୍ ଏକ ବଡ଼ ଆକ୍ରମଣ କରିପାରେ । ସେପଟେ ଏହାରି ମଧ୍ୟରେ ୟୁକ୍ରେନ ରାଜଧାନୀ କିଭରେ ଦୂତାବାସ ବନ୍ଦ କରିଦେଇଛି ଆମେରିକା । ଆମେରିକା ଦୂତାବାସ କହିଛି, ରୁଷୀୟ ଏୟାର ଷ୍ଟ୍ରାଇକର ଆଶଙ୍କାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ମିଳିଛି, ଯେଉଁଥିପାଇଁ ସତର୍କତାମୂଳକ ଭାବେ ଦୂତାବାସକୁ ବନ୍ଦ କରି ଦିଆଯାଇଛି ।

ଦୂତାବାସ ନିଜ କର୍ମଚାରୀମାନଙ୍କୁ କୌଣସି ନିରାପଦ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ପରାମର୍ଶ ଦେଇଛି କି, କିଭରେ ଥିବା ଆମେରିକୀୟ ନାଗରିକମାନେ ଆଲର୍ଟ ସ୍ଥିତିରେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରସ୍ତୁତ ରୁହନ୍ତୁ । ଆମେରିକାର କନସୁଲାର ବ୍ୟାପର ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ "ଗୋଟିଏ ସତର୍କତା ପଦକ୍ଷେପ ସ୍ୱରୂପ ଦୂତାବାଦସକୁ ବନ୍ଦ କରାଯାଇଛି।

US embassy in Kyiv

ଦୂତାବାସ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି।" ଦୂତାବାସ ପକ୍ଷରୁ ୟୁକ୍ରେନରେ ଥିବା ଆମେରିକା ନାଗରିକଙ୍କୁ ମଧ୍ୟ ସମ୍ଭାବ୍ୟ ଏୟାର ରେଡ ଆଲର୍ଟ ପ୍ରତି ସତର୍କ ରହିବା ସହ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ୟୁକ୍ରେନ ମଙ୍ଗଳବାର ୧୦୦୦ ଦିନର ଯୁଦ୍ଧ ମଧ୍ୟରେ ପ୍ରଥମଥର ପାଇଁ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ରୁଷ ଉପରେ ମାଡ଼ କରିଥିଲା। ଜୋ ବାଇଡେନ ପ୍ରଶାସନ ୟୁକ୍ରେନକୁ ମିସାଇଲ ବ୍ୟବହାର କରିବାକୁ ଅନୁମତି ଦେବା ପରେ ଏପରି ଆକ୍ରମଣ ହୋଇଛି। ଏହି ଘଟଣା ପରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ତାଙ୍କ ଯୁଦ୍ଧି ନୀତି ବଦଳାଇ ଦେଇଛନ୍ତି।

ପୂରା ବିଶ୍ୱକୁ ରୁଷ ପରମାଣୁ ଅସ୍ତ୍ରର ଧମକ ଦେବା ସହ ମିସାଇଲ ଆକ୍ରମଣର ଉପଯୁକ୍ତ ଜବାବ ଦିଆଯିବ ବୋଲି କହିଛି। ରୁଷର ଏପରି ଚେତାବୀ ପରେ ପୂରା ବିଶ୍ୱକୁ ୩ୟ ବିଶ୍ୱଯୁଦ୍ଧର ଭୟ ଘାରିଛି। ଏ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+