ଆମେରିକା ଦୂତାବାସ ଉପରେ ଭୟଙ୍କର ଆକ୍ରମଣ କଲା ଇରାନ
ମଧ୍ୟପ୍ରାଚ୍ୟ ଉପରେ ସମ୍ଭାବ୍ୟ ବଡ଼ ଯୁଦ୍ଧର ବାଦଲ ଛାଇଯାଇଛି । ଦୁଇ ବଡ଼ ଦେଶ ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷକୁ ଅନେକ ଦିନ ହେଲାଣି । ଏପରି ସ୍ଥିତିରେ ଆବଶ୍ୟକ ସଂଜମତା ବଦଳରେ ଅଧିକ ଉଗ୍ର ହୋପଡ଼ିଛନ୍ତି ଦୁଇ ରାଷ୍ଟ୍ର । କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରି ପରସ୍ପରର ସାମରିକ ପ୍ରତିଷ୍ଠାନ ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ।
ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି ଯେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲୀ ଆକ୍ରମଣରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଛି । ୧୨୦୦ ରୁ ଅଧିକ ଆହତ ହୋଇଛନ୍ତି। ମନ୍ତ୍ରଣାଳୟର ମୁଖପାତ୍ର ହୁସେନ କରମାନପୁର କହିଛନ୍ତି ଯେ ଇସ୍ରାଏଲୀ ବିସ୍ଫୋରଣର ୬୫ ଘଣ୍ଟା ପରେ ମୋଟ ୧୨୭୭ ଜଣ ଆହତ ହୋଇଛନ୍ତି । ୨୨୪ ଜଣଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଶିଶୁ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମୃତକଙ୍କ ମଧ୍ୟରୁ ୯୦% ସାଧାରଣ ନାଗରିକ।

ଆଜି ଇରାନ କ୍ଷେପଣାସ୍ତ୍ର ମାଡ଼ରେ ତେଲ ଅଭିଭରେ ଥିବା ଆମେରିକୀୟ ଦୂତାବାସ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କାହାରି ଆହତ ହେବାର କୌଣସି ଖବର ନାହିଁ। ଇସ୍ରାଏଲରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମାଇକ୍ ହୁକାବି 'ଏକ୍ସ'ରେ କହିଛନ୍ତି ଯେ ଦୂତାବାସ କାର୍ଯ୍ୟାଳୟ ନିକଟରେ ଏକ କ୍ଷେପଣାସ୍ତ୍ର ବିସ୍ଫୋରଣ ହୋଇଥିଲା।
ଯାହା ଫଳରେ ସାମାନ୍ୟ କ୍ଷତି ହୋଇଥିଲା। ସେ କହିଛନ୍ତି ଯେ ବିସ୍ଫୋରଣର ଶବ୍ଦ ଏବଂ କମ୍ପନ ଆଖପାଖ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା, କିନ୍ତୁ କାହାରି କ୍ଷତି ହୋଇନାହିଁ। ବର୍ତ୍ତମାନ ପାଇଁ, ଆମେରିକୀୟ ଦୂତାବାସ ଏବଂ କନସୁଲେଟ୍ ବନ୍ଦ ରଖାଯାଇଛି। ସେଠାରେ 'ଆଶ୍ରୟସ୍ଥଳ' ନିର୍ଦ୍ଦେଶାବଳୀ ଅର୍ଥାତ୍ ସମସ୍ତ ଲୋକଙ୍କୁ ନିଜ ନିଜ ସ୍ଥାନରେ ସୁରକ୍ଷିତ ରହିବାକୁ କୁହାଯାଇଛି।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ......











Click it and Unblock the Notifications