ନିର୍ବାଚନ ରାଲି ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଷଡ଼ଯନ୍ତ୍ର; ବନ୍ଧୁକଧାରୀଙ୍କୁ ଗିରଫ କଲା ପୋଲିସ
ନିର୍ବାଚନ ରାଲି ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଷଡ଼ଯନ୍ତ୍ର । କାଲିଫର୍ଣ୍ଣିଆର କୋଚେଲ୍ଲାରେ ରାଲି ବେଳେ ହତ୍ୟା ଷଡ଼ଯନ୍ତ୍ର। ଟ୍ରମ୍ପଙ୍କ ରାଲି ବେଳେ ଜଣେ ବନ୍ଧୁକଧାରୀଙ୍କୁ ଗିରଫ କଲା ପୋଲିସ । କାରରୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କଲା ପୋଲିସ । ଜୁଲାଇରେ ଟ୍ରମ୍ପଙ୍କ ରାଲିବେଳେ ଗୁଳି ଫୁଟାଇଥିଲେ ଦୁର୍ବୃତ୍ତ।
ସୂଚନାଯୋଗ୍ୟ, ପୂର୍ବରୁ ଦୁଇଥର ଟ୍ରମ୍ପଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି । ଏହାପୂର୍ବରୁ ଜୁଲାଇ ୧୩ରେ ମାଥ୍ୟୁ କ୍ରୁକ୍ସ ପେନ୍ସିଲଭାନିଆର ବଟଲର ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଦେଇଥିଲେ। ଏହା ପରେ ସେପ୍ଟେମ୍ବରରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା । ଗଲ୍ଫ କୋର୍ସରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରୁଥିବା ବେଳେ ରିୟାନ ଓ୍ବେସଲି ରାଓ୍ବଥ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ।

ତୃତୀୟ ଥର ପାଇଁ ଟ୍ରମ୍ପଙ୍କୁ ସାଂଘାତିକ ଭାବେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ଓ୍ବେମ ମିଲର । ଯେତେବେଳେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରୁଥିଲେ, ସେହି ସ୍ଥାନଠାରୁ କିଛି ଦୂରରେ ସୁରକ୍ଷାକର୍ମୀମାନେ ମିଲରଙ୍କୁ ଗିରଫ କରିଥିଲେ । ତାଙ୍କ ନିକଟରୁ ଗୁଳି ଓ ପ୍ରେସ୍ର ଏକ ନକଲି ପରିଚୟପତ୍ର ଜବତ କରାଯାଇଛି। ଟ୍ରମ୍ପଙ୍କ ରାଲି ପାଇଁ ତାଙ୍କର ଏକ ପାସ୍ ମଧ୍ୟ ଥିଲା । ପୋଲିସ ଦେଇଥିବା ସୂଚନା ଅନୁଯାୟୀ ମିଲର ଲସଭେଗାସର ବାସିନ୍ଦା ।
ରିଭରସାଇଡ୍ କାଉଣ୍ଟି ଶେରିଫ ଚାଡ୍ ବିୟାନକୋଙ୍କ ଅନୁଯାୟୀ, କାଲିଫର୍ନିଆର କୋଚେଲା ଭ୍ୟାଲିରେ ପୋଲିସ ଟ୍ରମ୍ପଙ୍କ ଉପରେ ହୋଇଥିବା ରାଲିରେ ଆଉ ଏକ ହତ୍ୟା ଉଦ୍ୟମକୁ ରୋକିଛି ।
ଲସଭେଗାସ୍ର ୪୯ ବର୍ଷୀୟ ଭେମ ମିଲର୍ ନାମକ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରାଲି ସାଇଡଠାରୁ ପ୍ରାୟ ଦେଢ଼ ମାଇଲ ଦୂରରେ ଏକ କଳା ଏସ୍ୟୁଭିରେ ରିଭରସାଇଡ କାଉଣ୍ଟି ଡେପୁଟି ଅଟକାଇଥିଲା । ମିଲର ମିଥ୍ୟା ଭିଆଇପି ଏବଂ ମିଡିଆ ପରିଚୟପତ୍ର ଦେଖାଇ ପ୍ରାରମ୍ଭିକ ସୁରକ୍ଷା ଯାଞ୍ଚ ପଏଣ୍ଟ ଦେଇ ଯାଇଥିବାର ଜଣାଯାଇଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications