Get Updates
Get notified of breaking news, exclusive insights, and must-see stories!

US Presidential Elections 2024 Results LIVE: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି

US ELECTIONS 2024: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି । ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟୀ ଭାଷଣ। ଆମେରିକାବାସୀଙ୍କୁ ଥ୍ୟାଙ୍କୟୁ କହିଲେ ଟ୍ରମ୍ପ । ଆମେରିକାବାସୀ ମୋତେ ବିଶ୍ବାସକୁ ନେଇଥିବାରୁ ଧନ୍ୟବାଦ ।

US Presidential Election 2024

Nov 06, 2024, 9:37 pm IST

ଟ୍ରମ୍ପଙ୍କ ବିଜୟ ପରେ, ଏମିତି ପ୍ରତିକ୍ରିୟା ଦେଲେ ଚୀନ

ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ୍‌ କହିଛନ୍ତି, ‘ଆପୋସ ସମ୍ମାନ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ପରସ୍ପର ସହଯୋଗ ଭିତ୍ତିରେ ଚୀନ-ଆମେରିକା ସମ୍ପର୍ଗ ଜାରି ରହିବ। ଆମେରିକାର ନାଗରିକଙ୍କ ପସନ୍ଦକୁ ଆମେ ସମ୍ମାନ ଜଣାଉଛୁ।’
Nov 06, 2024, 7:18 pm IST

୩ ବିବାହ, ୫ ସନ୍ତାନ: ଡୋନାଲ୍ଡ ଟ୍ରମ୍ପଙ୍କ ପରିବାର

ଜୟ ସହ ଟ୍ରମ୍ପ ବିଶ୍ୱର ଶକ୍ତିଶାଳୀ ଦେଶର ଶାସନ କ୍ଷମତାକୁ ପୁଣି ଫେରିଛନ୍ତି। ଏମିତିରେ ତାଙ୍କ ବିଷୟରେ ସବିଶେଷ ଜାଣିବା। ଯେମିତିକି ଡୋନାଲ୍ଡ ଟ୍ରମ୍ପ କିଏ? ତାଙ୍କ ପରିବାରରେ କିଏ କିଏ ଅଛନ୍ତି?ଇତ୍ୟାଦି…ଡୋନାଲ୍ଡ ଟ୍ରମ୍ପ ତାଙ୍କ ରାଜନୈତିକ କ୍ୟାରିୟର ତଥା ବ୍ୟକ୍ତିଗତ ଜୀବନ ପାଇଁ ସମ୍ବାଦରେ ଅଛନ୍ତି। ୭୮ ବର୍ଷୀୟ ଟ୍ରମ୍ପଙ୍କର ଚାରି ଭାଇଭଉଣୀ ଅଛନ୍ତି। ସେ ମଧ୍ୟ ତିନିଥର ବିବାହ କରିଥିଲେ ଏବଂ ତାଙ୍କର ପାଞ୍ଚ ସନ୍ତାନ ଅଛନ୍ତି।
Nov 06, 2024, 5:42 pm IST

ଭାରତର ଜ୍ବାଇଁ ହେଲେ ଆମେରିକାର ଉପ ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ଫଳାଫଳ ଘୋଷଣା ହେବା ପରେ ବିଜୟୀ ହୋଇଛନ୍ତି ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେହିପରି ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜେ.ଡି. ଭାନ୍ସ ମଧ୍ୟ ବିଜୟୀ ହୋଇଛନ୍ତି। ଗତ ଥରର ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଉପରାଷ୍ଟ୍ରପତି ହୋଇଥିବାବେଳେ ଚଳିତଥର ଉପରାଷ୍ଟ୍ରପତି ହୋଇଥିବା ଜେ.ଡି. ଭାନ୍ସଙ୍କର ବି ଭାରତ ସହିତ ବଡ଼ ସମ୍ପର୍କ ରହିଛି। କାରଣ ସମ୍ପର୍କରେ ଦେଖିବାକୁ ଗଲେ ଜେ.ଡି. ଆନ୍ଧ୍ରପ୍ରଦେଶ ତଥା ଭାରତର ଜ୍ବାଇଁ ହେବେ। ଭାନ୍ସଙ୍କ ସ୍ତ୍ରୀ ଉଷା ଭାନ୍ସ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଝିଅ।
Nov 06, 2024, 5:24 pm IST

ଆମେରିକାରେ ଇତିହାସ ରଚିଛନ୍ତି ୬ ଭାରତୀୟ ବଂଶୋଦ୍ଭବ

ଆମେରିକାରେ ଇତିହାସ ରଚିଛନ୍ତି ୬ ଭାରତୀୟ ବଂଶୋଦ୍ଭବ। ଏମାନେ ଆମେରିକାର ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ଆମେରିକା ପ୍ରତିନିଧି ସଭାରେ ୫ ଜଣ ଭାରତୀୟ ବଂଶୋଦ୍ଭବ ରହିଥିଲେ। କିନ୍ତୁ ଏଥର ଏହି ସଂଖ୍ୟା ୬କୁ ବୃଦ୍ଧି ପାଇଛି।
Nov 06, 2024, 5:09 pm IST

ସଂଖ୍ୟାଗରିଷ୍ଠତା ଅତିକ୍ରମ କଲେ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଏକ ବଡ଼ ବିଜୟ ପଞ୍ଜିକରଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ଆଗକୁ ବଢିଛନ୍ତି। ଏପର୍ଯ୍ୟନ୍ତ ଟ୍ରମ୍ପ 277 ଇଲେକ୍ଟୋରାଲ କଲେଜ ଭୋଟ ପାଇଥିବାବେଳେ କମଲା ହାରିସ ମାତ୍ର 226 ଭୋଟ ପାଇଛନ୍ତି। ଟ୍ରମ୍ପଙ୍କୁ ଏପର୍ଯ୍ୟନ୍ତ 60 ମିଲିୟନରୁ ଅଧିକ ଭୋଟ୍ ମିଳିଛି। ତେଣୁ ତାଙ୍କର ବିଜୟ ଏକ ବିରାଟ ଆଦେଶ ଭାବରେ ଦେଖାଯାଉଛି | ଏହା ସହ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।
Nov 06, 2024, 4:44 pm IST

ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ୟୁକ୍ରେନ ରାଷ୍ଟ୍ରପତି

ୟୁକ୍ରେନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ପଦରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ସେ କହିଛନ୍ତି ଯେ ଟ୍ରମ୍ପଙ୍କୁ ତାଙ୍କର ପ୍ରଭାବଶାଳୀ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ସେ ସେପ୍ଟେମ୍ବରରେ ଟ୍ରମ୍ପଙ୍କ ସହ ହୋଇଥିବା ସାକ୍ଷାତକୁ ମନେ ପକାଇଥିଲେ ଯେଉଁଥିରେ ୟୁକ୍ରେନ-ଆମେରିକାର ରଣନୀତିକ ଭାଗିଦାରୀ, 'ବିଜୟ ଯୋଜନା' ଏବଂ ୟୁକ୍ରେନ ବିରୁଦ୍ଧରେ ଋଷର ଆକ୍ରୋଶର ଅନ୍ତ ଘଟାଇବା ପାଇଁ ଆଲୋଚନା କରାଯାଇଥିଲା। ଟ୍ରମ୍ପଙ୍କ 'ଶକ୍ତି ମାଧ୍ୟମରେ ଶାନ୍ତି' ଦର୍ଶନକୁ ସେ ପ୍ରଶଂସା କରି କହିଛନ୍ତି ଯେ ଏହି ଉପାୟ ହିଁ ୟୁକ୍ରେନକୁ ଶାନ୍ତି ଆଣିପାରେ।
Nov 06, 2024, 4:24 pm IST

ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ଜର୍ଜିଆ ମେଲୋନି

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଟ୍ରମ୍ପଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି। ଏହି ସମୟରେ ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନି ମଧ୍ୟ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମେଲୋନି ଲେଖିଛନ୍ତି ଯେ ଇଟାଲୀ ସରକାର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଯେ ଇଟାଲୀ ସରକାର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Nov 06, 2024, 4:07 pm IST

ଏତେ କୋଟିର ମାଲିକ ଡୋନାଲ୍ଡ ଟ୍ରମ୍ପ

ପୁଣି ଆମେରିକାରେ ରାଜ୍ କରିବେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଯଦି ଆମେ ତାଙ୍କ ସମ୍ପତ୍ତି କଥା କହିବା, ତେବେ ତାଙ୍କ ପାଖରେ ୭.୭ ବିଲିୟନ ଡଲାର ସମ୍ପତ୍ତି ଅଛି |
Nov 06, 2024, 4:06 pm IST

ବିଶ୍ୱ ନେତାମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ବିଶ୍ୱ ନେତାମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକା ନିର୍ବାଚନ: ବିଶ୍ୱ ନେତାମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Nov 06, 2024, 3:08 pm IST

ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ନେତାନ୍ୟାହୁ

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ରମ୍ପଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି
Nov 06, 2024, 2:20 pm IST

ଆମେରିକାର ୪୭ତମ ରାଷ୍ଟ୍ରପତି ଟ୍ରମ୍ପ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୋ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଐତିହାସିକ ନିର୍ବାଚନ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ । ମୋଦି ଆହୁରି ଲେଖିଛନ୍ତି, ତୁମେ ଯେପରି ନିଜ ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢାଉଛ ମୁଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ୍ ଏବଂ ଷ୍ଟ୍ରାଟେଜିକ୍ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଆମର ସହଯୋଗକୁ ନବୀକରଣ କରିବାକୁ ଅପେକ୍ଷା କରିଛି । ଆସନ୍ତୁ ଆମ ଲୋକଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପାଇଁ ଏକତ୍ର କାର୍ଯ୍ୟ କରିବା ।
Nov 06, 2024, 1:56 pm IST

ଦେଶର ସବୁ ସମସ୍ୟା ଦୂର କରିବି; ଜିତିବା ପରେ ଏଭଳି କହିଲେ ଟ୍ରମ୍ପ

ଦେଶର ସବୁ ସମସ୍ୟା ଦୂର କରିବି; ଜିତିବା ପରେ ଏଭଳି କହିଲେ ଟ୍ରମ୍ପ
Nov 06, 2024, 1:55 pm IST

ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାର ପ୍ରଥମ ଦିନରେ ନେବେ ବଡ଼ ନିଷ୍ପତ୍ତି

୪ ବର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବାକୁ ଯାଉଛନ୍ତି। ସେ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ଜାନୁଆରୀ ୨୦୨୫ରେ ସେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଭୋଟରଙ୍କୁ ତାଙ୍କର ଶେଷ ସମ୍ବୋଧନରେ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ତାଙ୍କର ପ୍ରଥମ ପଦକ୍ଷେପ କ’ଣ ହେବ ବୋଲି ସୂଚାଇ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି,ତାଙ୍କ ପ୍ରଶାସନରେ ପବ୍ଲିକ୍‌ ହେଲ୍‌ଥ ସହ ଜଡିତ ୨ ମାମଲାରେ ରବର୍ଟ ଏଫ କେନେଡି ଜୁନିୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।
Nov 06, 2024, 1:24 pm IST

ନିର୍ବାଚନରେ ଜିତିବା ପରେ ଆସିଲା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା

ଆମେରିକାର ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବହୁମତ ମିଳିଛି। ଏହା ପରେ ସେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ରମ୍ପ ଆମେରିକାର ଲୋକଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଆଜି ପୂର୍ବରୁ ଏପରି ଦୃଶ୍ୟ କେବେ ଦେଖି ନ ଥିଲି । ଆମେ ଆମର ସୀମାକୁ ମଜବୁତ କରିବୁ । ଦେଶର ସମସ୍ତ ସମସ୍ୟାର ସମାଧାନ କରିବୁ।
Nov 06, 2024, 1:20 pm IST

ଟ୍ରମ୍ପ ରାଷ୍ଟ୍ରପତି ହେବା ପୂର୍ବରୁ ହେଲା ବଡ଼ ଖେଳ! ରାତାରାତି ବଦଳିଗଲା

ଟ୍ରମ୍ପ ରାଷ୍ଟ୍ରପତି ହେବା ପୂର୍ବରୁ ହେଲା ବଡ଼ ଖେଳ! ରିପୋର୍ଟ ଅନୁଯାୟୀ, ରବିନଉଡ ପ୍ଲାଟଫର୍ମରେ ରାତାରାତି ବିଶେଷ ଟ୍ରେଣ୍ଡିଙ୍ଗ୍‌ ସେଶନରେ ଏହି ଉତ୍ସାହ ୪୩% କୁ ବୃଦ୍ଧି ପାଇଛି ଏବଂ ଶେୟାର ପିଛା ମୂଲ୍ୟ $ 48 (ପାଖାପାଖି ୩,୯୭୦) ଅତିକ୍ରମ କରିଛି। ଗତ ମାସ (ଅକ୍ଟୋବର) ବିଷୟରେ କହିବାକୁ ଗଲେ କମ୍ପାନୀର ସେୟାର ଦ୍ୱିଗୁଣିତ ହୋଇଛି।
Nov 06, 2024, 1:16 pm IST

ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ

ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇତିହାସର ଏହା ହେଉଛି ସବୁଠାରୁ ବଡ ରାଜନୈତିକ ମୁହୂର୍ତ୍ତ।
Nov 06, 2024, 1:07 pm IST

ଥ୍ୟାଙ୍କୟୁ ଆମେରିକା: ଟ୍ରମ୍ପ

ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟୀ ଭାଷଣ। ଆମେରିକାବାସୀଙ୍କୁ ଥ୍ୟାଙ୍କୟୁ କହିଲେ ଟ୍ରମ୍ପ । ଆମେରିକାବାସୀ ମୋତେ ବିଶ୍ବାସକୁ ନେଇଥିବାରୁ ଧନ୍ୟବାଦ ।
Nov 06, 2024, 12:46 pm IST

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି
Nov 06, 2024, 12:35 pm IST

ଭୋଟ ସମାନ ହୋଇଗଲେ କେମିତି ସ୍ଥିର ହେବ ବିଜେତା ?

ଯୁକ୍ତରାଷ୍ଟ୍ରରେ ସମୁଦାୟ ୫୦ଟି ରାଜ୍ୟ ଅଛି। ତେଣୁ ଉଭୟ ପ୍ରାର୍ଥୀ ଜିତିବା ପାଇଁ ଅତି କମରେ ୨୬ଟି ରାଜ୍ୟର ସମର୍ଥନ ପାଇବା ଉଚିତ୍‌। ସିଆର୍‌ଏସ୍‌ ଅର୍ଥାତ୍‌ କଂଗ୍ରେସ ଅନୁସନ୍ଧାନ ସେବା ଅନୁଯାୟୀ ଯଦି ନିର୍ବାଚନ କୌଣସି କାରଣରୁ ବନ୍ଧା ହୁଏ ତେବେ ଏହି ପରିସ୍ଥିତିରେ ପ୍ରତ୍ୟେକ ରାଜ୍ୟ ଗୋଟିଏ ଭୋଟ ଦେବାର ଅଧିକାର ପାଇବେ। ପ୍ରତ୍ୟେକ ରାଜ୍ୟରୁ ଆସିଥିବା ପ୍ରତିନିଧୀଙ୍କୁ ନିଜ ପସନ୍ଦର ପ୍ରାର୍ଥୀ ପାଇଁ ଗୋଟିଏ ଭୋଟ ଦେବାକୁ ଅନୁମତି ଦିଆଯିବ, ଏହା ପରେ ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିବ ତାହା ସ୍ଥିର ହେବ
Nov 06, 2024, 12:08 pm IST

ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟ୍ରେଣ୍ଡରେ ଡେମୋକ୍ରାଟିକ ପାର୍ଟିର କମଲା ହାରିସଙ୍କଠାରୁ ଆଗରେ ଅଛନ୍ତି। ୭ ସ୍ୱିଙ୍ଗ ଷ୍ଟେଟ୍‌ରେ ମଧ୍ୟ ଟ୍ରମ୍ପ ଆଗରେ ଥିବା ଦେଖିବାକୁ ମିଳିଛି ।
Nov 06, 2024, 11:35 am IST

ଟ୍ରମ୍ପଙ୍କ ବିଜୟୀ ପାଇଁ ହୋମ ଯଜ୍ଞ

ଆମେରିକାରେ ଜାରି ରହିଛି ରାଷ୍ଟ୍ରପତି ନିର୍ବାଚନ । ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟ କଡ଼ା ଟକ୍କର ହେଉଥିବାର ଦେଖିବା ପାଇଁ ମିଳୁଛି । ଆମେରିକା ନିର୍ବାଚନ ଫଳାଫଳ ଉପରେ ରହିଛି ସାରା ବିଶ୍ୱର ନଜର । ବର୍ତ୍ତମାନର ଟ୍ରେଣ୍ତ ଅନୁସାରେ, ଟ୍ରମ୍ପ ରହିଛନ୍ତି ଆଗରେ । ସେପଟେ ଟ୍ରମ୍ପଙ୍କ ବିଜୟ ପାଇଁ ଦିଲ୍ଲୀର ସାଧୁମାନେ ହୋମ ଯଜ୍ଞ କରୁଛନ୍ତି ଏବଂ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Nov 06, 2024, 11:04 am IST

ସିନେଟରେ ରିପବ୍ଲିକାନମାନେ ପାର୍ଟିର ବିଜୟ

ସିନେଟରେ ରିପବ୍ଲିକାନମାନେ ପାର୍ଟିର ବିଜୟ
Nov 06, 2024, 10:52 am IST

ସ୍ୱିଙ୍ଗ୍ ଷ୍ଟେଟ୍ ଉତ୍ତର କାରୋଲିନାରେ ଜିତିଲେ ଡୋନାଲ୍ଡ ଟ୍ରମ୍ପ

ସ୍ୱିଙ୍ଗ୍ ଷ୍ଟେଟ୍ ଉତ୍ତର କାରୋଲିନାରେ ଜିତିଲେ ଡୋନାଲ୍ଡ ଟ୍ରମ୍ପ
Nov 06, 2024, 10:10 am IST

ବିବିସି ଆକଳନ

୭ ସୁଇଙ୍ଗ୍‌ ଷ୍ଟେଟ୍‌ ନିର୍ବାଚନ ଫଳାଫଳକୁ ସ୍ଥିର କରିବେ। ପ୍ରାକ୍‌ ନିର୍ବାଚନୀ ସର୍ଭେଠାରୁ ଅଳ୍ପ କିଛି ପଏଣ୍ଟର ଫରକ୍‌ ଆସିଲେ ସୁଇଙ୍ଗ୍‌ ଷ୍ଟେଟ୍‌ଗୁଡ଼ିକରେ ବିଜୟୀ ପ୍ରାର୍ଥୀଙ୍କ ବ୍ୟବଧାନ ବଢ଼ିବ।
Nov 06, 2024, 10:08 am IST

ରଏଟର୍ସ ଆକଳନ

ପ୍ରାରମ୍ଭିକ ଗଣତି ସର୍ବଦା ଭ୍ରମାତ୍ମକ ହୋଇଥାଏ। ସେଥିପାଇଁ ଭୋଟ ଗଣତିର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଅଧିକ ଜନସଂଖ୍ୟା ଥିବା ସହରାଞ୍ଚଳଗୁଡ଼ିକରେ ଗଣତି ଲମ୍ବା ସମୟ ଧରି ଚାଲିବ।
Nov 06, 2024, 10:06 am IST

ଓ୍ବାଶିଂଟନ ପୋଷ୍ଟ ଆକଳନ

ସେପ୍ଟେମ୍ବର ଯାଏ ଟ୍ରମ୍ପ୍‌ ଆଗରେ ଥିଲେ। ଏହା ପରଠାରୁ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା ଅଧିକ ତୀବ୍ର ହୋଇଛି। ଆରିଜୋନା, ନର୍ଥ କ୍ୟାରୋଲିନା ପରି ରାଜ୍ୟରେ ଟ୍ରମ୍ପ୍‌ଙ୍କ ଲିଡ୍‌ କମିଛି। ମିଶିଗାନ୍‌, ପେନ୍‌ସିଲ୍‌ଭାନିଆ ଓ ଓ୍ବିସ୍କୋନ୍‌ସିନରେ ହାରିସ୍‌ଙ୍କ ସ୍ଥିତି ଦୃଢ଼ ରହିଛି।
Nov 06, 2024, 9:50 am IST

ଟ୍ରମ୍ପ ଜିତନ୍ତୁ କିମ୍ବା ହାରିସ୍‌, ଜୟଶଙ୍କର...

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ଭାରତ ଏବଂ ଆମେରିକା ମଧ୍ୟରେ ନିରନ୍ତର ଅଗ୍ରଗତି ହେବ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର କାନବେରାରେ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗଙ୍କ ସହ ମିଳିତ ଖବରଦାତା ସମ୍ମିଳନୀରେ ସେ ଏଭଳି କହିଛନ୍ତି।
Nov 06, 2024, 9:48 am IST

ଆମେରାକ ରାଷ୍ଟ୍ରପତି ରେସରେ ଆଗୁଆ ଟ୍ରମ୍ପ। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଆଗରେ ଡୋନାଲ୍ଡ ଟ୍ରମ୍ପ ଆଗରେ ରହିଛନ୍ତି। ଇଲେକ୍ଟୋରାଲ କଲେଜ ଟ୍ରେଣ୍ଡ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ୧୭୮ଟି ଆସନରେ ଆଗୁଆ ଥିବାବେଳେ କମଲା ହାରିସ ୯୯ଟି ଆସନରେ ଅଟକି ରହିଛନ୍ତି। ନିର୍ବାଚନ ଜିତିବାକୁ ହେଲେ ୨୭୦ ମ୍ୟାଜିକ୍ ନମ୍ବର ଆବଶ୍ୟକ।
Nov 06, 2024, 9:48 am IST

କମଲାଙ୍କ କମବ୍ୟାକ, ନ୍ୟୁୟର୍କରେ ଜିତିଲେ

ନଭେମ୍ବର ୫ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରାରେ, ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ୧୭୮ରୁ ଅଧିକ ଆସନରେ ଆଗୁଆ ଅଛନ୍ତି। ଯେତେବେଳେ କି ଡେମୋକ୍ରାଟିକ ପାର୍ଟିର କମଲା ହ୍ୟାରିସ ୯୯ଟି ଆସନରେ ଆଗରେ ଅଛନ୍ତି। ସୂଚନାଯୋଗ୍ୟ, ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟ କମଲା ହାରିସ ମଇଦାନରେ ଅଛନ୍ତି, ଉଭୟଙ୍କ ମଧ୍ୟରେ କଡା ପ୍ରତିଯୋଗିତା ରହିଛି।
Nov 06, 2024, 9:47 am IST

ଯଦି ହାରିସ୍‌ ରାଷ୍ଟ୍ରପତି ହୁଅନ୍ତି,୨୩୫ ବର୍ଷର ଇତିହାସରେ କେବେ ହୋଇନାହିଁ

ଯଦି ଆମେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ୨୩୫ ବର୍ଷର ଇତିହାସକୁ ଦେଖିବା, ଆଜି ପର୍ଯ୍ୟନ୍ତ କୌଣସି ମହିଳା ବିଜେତା ହୋଇପାରି ନାହାଁନ୍ତି। ୧୮୭୨ରେ ଭିକ୍ଟୋରିଆ ଉଡହୁଲ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିଥିବା ଲଢିଥିବା ପ୍ରଥମ ମହିଳା ଥିଲେ। କମଲା ହାରିସଙ୍କ ପୂର୍ବରୁ ୨୦୧୬ରେ ହିଲାରୀ କ୍ଲିଣ୍ଟନ ରାଷ୍ଟ୍ରପତି ଦୌଡ଼ରେ ଥିଲେ କିନ୍ତୁ ସେ ହାରିଯାଇଥିଲେ। କହୁରଖୁଛୁ ଯେ ଆମେରିକାରେ ରାଷ୍ଟ୍ରପତି ସିଧାସଳଖ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି ନାହିଁ । ଲୋକମାନେ ସିନେଟ ଚୟନ କରନ୍ତି ଏବଂ ତା’ପରେ ସେହି ନିର୍ବାଚିତ ପ୍ରତିନିଧୀମାନେ ରାଷ୍ଟ୍ରପତି ଚୟନ କରନ୍ତି।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+