US Elections 2024 : ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ

ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ। ୫୦ ରାଜ୍ୟରେ ହେବ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ। ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ। ଜାନୁଆରୀ ୨୦ରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

US Election Results 2024

ଏହି ନିର୍ବାଚନ ଜିତିବାକୁ ହେଲେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ ଭୋଟ୍‌ର ଆବଶ୍ୟକତା ରହିଛି। ସଦ୍ୟ ଜନମତ ସର୍ଭେ ଅନୁଯାୟୀ, ୭ ପ୍ରମୁଖ ରାଜ୍ୟ ଆରିଜୋନା, ନେଭଡା, ଓ୍ବିସ୍‌କନ୍‌ସିନ, ମିଚିଗାନ, ପେନ୍‌ସିଲ୍‌ଭାନିଆ, ନର୍ଥ କରୋଲିନା ଏବଂ ଜର୍ଜିଆର ଫଳାଫଳ ନିର୍ଣ୍ଣାୟକ ଭୂମିକା ନେବ। ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ କିନଷ୍ଟନ୍‌, ନର୍ଥ କରୋଲିନାରେ ରାଲି କରିବା ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଟାର୍ଗେଟ କରିଛନ୍ତି। ହାରିସ୍‌ଙ୍କର କୌଣସି ଦୂରଦୃଷ୍ଟି ଏବଂ ବିଚାରଧାରା ନଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ସେ କେବଳ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାଲୋଚନା କରୁଥିବା ଟ୍ରମ୍ପ୍‌ କହିଛନ୍ତି। ଅନ୍ୟପକ୍ଷରେ ଗାଜା ଯୁଦ୍ଧ ବନ୍ଦ କରିବା, ପଣବନ୍ଦୀଙ୍କୁ ଫେରାଇ ଆରିବା, ଇସ୍ରାଏଲ୍‌ର ସୁରକ୍ଷା ଏବଂ ପାଲେଷ୍ଟିନୀୟମାନଙ୍କୁ ମର୍ଯ୍ୟାଦାର ସହ ନିଜର ଭାଗ୍ୟ ନିର୍ଣ୍ଣୟ ଅଧିକାର ସୁନିଶ୍ଚିତ କରିବେ ବୋଲି ଡେମୋକ୍ରାଟ୍‌ ପ୍ରାର୍ଥୀ ହାରିସ୍‌ ପ୍ରତିଶ୍ରୁତି ଦେଇଛନ୍ତି।

ସୋମବାର ପ୍ରଚାରର ଶେଷ ଦିନରେ ଉଭୟ ଟ୍ରମ୍ପ୍‌ ଏବଂ ହାରିସ୍‌ ସମର୍ଥନ ହାସଲ ପାଇଁ ଦିନ ତମାମ ଉଦ୍ୟମ ଚଳାଇଥିଲେ। ଆମେରିକା ଇତିହାସରେ ପୂର୍ବେ କେବେ ଏଭଳି ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇ ନ ଥିଲା।

ଟ୍ରମ୍ପ୍‌ ପ୍ରଥମ ପୂର୍ବତନ ରାଷ୍ଟ୍ରପତି, ଯାହାଙ୍କୁ ଗମ୍ଭୀର ଅପରାଧ ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଛି। ଅନ୍ୟପକ୍ଷରେ ଦଳୀୟ ଚାପ ଯୋଗୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯିବା ପରେ ଜୁଲାଇରେ ୬୦ ବର୍ଷୀୟା ଉପରାଷ୍ଟ୍ରପତି ହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ କରିଥିଲା। ବିଳମ୍ବରେ ହେଲେ ମଧ୍ୟ ସେ ପ୍ରଚାରରେ ବେଶ୍‌ ଅଗ୍ରଗତି କରିଛନ୍ତି। ଜନମତ ସର୍ଭେ ଅନୁଯାୟୀ ଉଭୟ ହାରିସ୍‌ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ରଣାଙ୍ଗନ ରାଜ୍ୟଗୁଡ଼ିକରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଛି। ଇତିମଧ୍ୟରେ ୭୭ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ମତଦାନ କରିସାରିଥିବାବେଳେ ମଙ୍ଗଳବାରର ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ପୂର୍ବ ଦୁଇଟି ନିର୍ବାଚନରେ ଡେମୋକ୍ରାଟ ଏବଂ ରିପବ୍ଲିକାନ୍‌ ଭୋଟରମାନେ ଶହେ ବର୍ଷର ରେକର୍ଡ ଭାଙ୍ଗିଥିଲେ। ବହୁ ସଂଖ୍ୟାରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବ୍ୟାଟେଲଗ୍ରାଉଣ୍ଡ ରାଜ୍ୟଗୁଡ଼ିକରେ ହାରିସ୍‌ଙ୍କ ପ୍ରଚାର ଟିମ୍‌ ଘରକୁ ଘର ଯାଇ ପ୍ରଚାର କରିଥିଲେ। ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନ ଥିବା ଭୋଟର ବିଶେଷ କରି ମହିଳାମାନେ ହାରିସ୍‌ଙ୍କ ସମର୍ଥନରେ ବାହାରୁଥିବା ଆଭ୍ୟନ୍ତରୀଣ ତଥ୍ୟରୁ ଜଣାପଡ଼ିଛି ବୋଲି ତାଙ୍କ ପ୍ରଚାର କମିଟି ଅଧ୍ୟକ୍ଷ ଜେନ୍‌ ଓ'ମାଲି ଡିଲୋନ୍‌ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+