Get Updates
Get notified of breaking news, exclusive insights, and must-see stories!

ଆମେରିକାରେ ପ୍ରବାସୀ ଓଡିଆ ପାଳିଲେ ଦୂର୍ଗାପୂଜା

ପବିତ୍ର ଦଶହରା ପାଇଁ ଚାରିଆଡେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଉତ୍ସବମୁଖର ପୁରପଲ୍ଲୀ । ଚଣ୍ଡିପାଠରେ କମ୍ପୁଛି ଚାରିଦିଗ । ଦେଶର ବିଭିନ୍ନ ପ୍ରାନ୍ତରେ ଶୋଭା ପାଉଛନ୍ତି ଦୁର୍ଗତିନାଶିନୀ ମାଆ ଦୁର୍ଗା ।

ଓ୍ବାଶିଂଟନ: ପବିତ୍ର ଦଶହରା ପାଇଁ ଚାରିଆଡେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଉତ୍ସବମୁଖର ପୁରପଲ୍ଲୀ । ଚଣ୍ଡିପାଠରେ କମ୍ପୁଛି ଚାରିଦିଗ । ଦେଶର ବିଭିନ୍ନ ପ୍ରାନ୍ତରେ ଶୋଭା ପାଉଛନ୍ତି ଦୁର୍ଗତିନାଶିନୀ ମାଆ ଦୁର୍ଗା । କେବଳ ଦେଶ ନୁହେଁ ସୁଦୁର ଆମେରିକାରେ ଥିବା ପ୍ରବାସୀ ଓଡିଆ ମଧ୍ୟ ଧୁମଧାମରେ ଶାରଦୀୟ ଦୁର୍ଗା ପୂଜା ପାଳନ କରିଛନ୍ତି ।

Dussehra

ଫ୍ଲୋରିଡାର ଟାମ୍ପା ସହରରେ ଥିବା ପ୍ରବାସୀ ଓଡିଆଙ୍କୁ ନେଇ ଗଠିତ ସଂଗଠନ 'ଫ୍ଲୋରିଆ' ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଆୟୋଜନ କରାଯାଇଛି । ସହରର ଆୟପ୍ପା ମନ୍ଦିରରେ ସେପ୍ଟେମ୍ବର 30 ରୁ ଆଜି ପର୍ଯ୍ୟନ୍ତ ପାରମ୍ପାରିକ ନୀତିକାନ୍ତି ଅନୁସାରେ ମା'ଙ୍କ ପୂଜା ଜାରି ରହିଛି । ପ୍ରତିଦିନ ସଂଧ୍ୟାରେ ଆଳତୀ ସମେତ ସାସ୍କୃତିକ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଭଜନ ସଂଧ୍ୟା, ସାମୁହିକ ଗରବା ନୃତ୍ୟରେ ଝୁମିଥିଲେ ପ୍ରବାସୀ ଓଡିଆଙ୍କ ସମେତ ଅନ୍ୟ ଭାରତୀୟ ମାନେ ।

ଗତ ତିନି ବର୍ଷ ଧରି ଏହି ପୂଜାର ଆୟୋଜନ କରାଯାଇ ଆସୁଛି । ସାମାଜିକ ଦାୟିତ୍ବବୋଧତା ଦୃଷ୍ଟିରୁ ହରିକେନ 'ଇଆନ' ଦ୍ବାରା ପ୍ରଭାବିତ ହୋଇଥିବା ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ସହଯୋଗର ହାତ ବଢାଇଛି ଅନୁଷ୍ଠାନ । ସ୍ଥାନୀୟ ପ୍ରଭାବିତଙ୍କୁ ସହାୟତା ପାଇଁ ଅନୁଦାନ ମଧ୍ୟ ସଂଗ୍ରହ କରାଯାଉଛି । ଆଗାମୀ ବର୍ଷଗୁଡିକରେ ଏହି କାର୍ଯ୍ୟକ୍ରମ କେମିତି ବେଶୀ ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+