ଚୀନ୍ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଲଗାଇଲେ ଟ୍ରମ୍ପ

ଚରମ ସୀମାରେ ପହଞ୍ଚିଲା ଚୀନ୍ , ଆମେରିକାର ବାଣିଜ୍ୟ ଯୁଦ୍ଧ। ଡ୍ରାଗନ୍ ବିରୋଧରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍ । ସମସ୍ତ ଚୀନ୍ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ସେ ଘୋଷଣା କରିଛନ୍ତି । ଏଥିସହିତ ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଉପରେ ରପ୍ତାନି ନିୟନ୍ତ୍ରଣ ଘୋଷଣା ମଧ୍ୟ କରିଛନ୍ତି ।

ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ଉପରେ ଏକ ପୋଷ୍ଟରେ କହିଛନ୍ତି, ଚୀନ୍ କିଛି ଜିନିଷକୁ ବହୁତ ଅଦ୍ଭୁତ ଢଙ୍ଗରେ ଉପସ୍ଥାପିତ କରିଛି। ସେ ବହୁତ ଆକ୍ରାମକ ହେଉଛି ଓ ସାରା ଦୁନିଆକୁ ପତ୍ର ପଠାଯାଉଛି। ରେୟାର ଆର୍ଥ ସହିତ ଯେ କୌଣସି ଜିନିଷ ଉପରେ, ଯାହା ବିଷୟରେ ସେ ଭାବି ପାରନ୍ତି। ରପ୍ତାନୀ କନଟ୍ରୋଲ କରିବାକୁ ଚୀନ୍ ଚାହୁଁଛି। ତାହା ଚୀନ୍‌ରେ ତିଆରି ହେଉ କିମ୍ବା ନ ହେଉ।

trump

ଟ୍ରମ୍ପ କହିଛନ୍ତି, ଆଜି ପର୍ଯ୍ୟନ୍ତ କେହି ଏଭଳି କରିନାହାନ୍ତି। କିନ୍ତୁ ଚୀନର ଏଭଳି କାର୍ଯ୍ୟକଳାପ ଦୁନିଆର ସବୁ ବଜାରକୁ ରୋକି ଦେବ ଓ ଚୀନ୍ ଦୁନିଆର ପ୍ରାୟ ପ୍ରତି ଦେଶ ପାଇଁ ଜୀବନକୁ ଆହୁରି କଠିନ କରିଦେବ। ଚୀନର ମନୋଭାବରେ ଅତ୍ୟନ୍ତ ଅସନ୍ତୋଷଜନକ। ଅନ୍ୟ ଦେଶମାନେ ଆମ ସହିତ ଯୋଗାଯୋଗ କରିଛନ୍ତି।

ସେମାନେ କହିଛନ୍ତି ଯେ ଗତ ଛଅ ମାସ ମଧ୍ୟରେ ଚୀନ୍ ସହିତ ଆମର ସମ୍ପର୍କ ବହୁତ ଭଲ ରହିଛି, ଯାହା ଏହି ବାଣିଜ୍ୟିକ ଗତିକୁ ଆହୁରି ଚକିତ କରିଦେବ। ଟ୍ରମ୍ପ କହିଛନ୍ତି, ଆମେରିକା ପାଖରେ ଏକାଧିକାର ସ୍ଥିତି ରହିଛି, ଯାହାକି ଚୀନ୍ ତୁଳନାରେ ବହୁତ ଅଧିକ। ମୁଁ ଏହାର ବ୍ୟବହାର କରିବାର କେବେ ନିଷ୍ପତ୍ତି ନେଇଛି। ଏପର୍ଯ୍ୟନ୍ତ ମୋ ପାଖରେ ଏଭଳି କରିବାର କାରଣ ନଥିଲା।

ଆମେରିକା ଦ୍ୱାରା ନୂତନ ଶୁଳ୍କ ଲାଗୁ ହେବା ଦ୍ୱାରା ଟେକ୍ କ୍ଷେତ୍ର ପ୍ରଭାବିତ ହୋଇପାରେ, କାରଣ ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ ଭାବରେ ସଫ୍ଟଓ୍ୱେର୍ ରପ୍ତାନି ଉପରେ ନିଜର କଠିନ ନିୟନ୍ତ୍ରଣକୁ ଦୃଢ଼ କରିବାକୁ କହିଛି।

ଐତିହାସିକ ତଥ୍ୟ ଆଧାରରେ, ଆମେରିକାର ବାଣିଜ୍ୟ ବିଭାଗ ଜାନୁଆରୀ ୨୦୨୫ ରେ ଜାରି ହୋଇଥିବା ନିୟମାବଳୀ ଅନୁଯାୟୀ ଉନ୍ନତ କମ୍ପ୍ୟୁଟିଂ ସଫ୍ଟୱେର୍ ଏବଂ AI ମଡେଲ୍ ଓଜନ ଭଳି ଜିନିଷଗୁଡ଼ିକ ଉପରେ ରପ୍ତାନି ନିୟନ୍ତ୍ରଣକୁ ବିସ୍ତାର କରିଥିଲା।

ଏହାର ଅର୍ଥ ନୁହେଁ ଯେ ସମସ୍ତ ପ୍ରକାରର ସଫ୍ଟୱେର୍ ନିଷିଦ୍ଧ କରାଯିବ, କିନ୍ତୁ କେବଳ ସେହି ବର୍ଗଗୁଡ଼ିକ ଯାହା ସୁରକ୍ଷା-ସମ୍ବେଦନଶୀଳ କିମ୍ବା ଉନ୍ନତ କମ୍ପ୍ୟୁଟିଂ ସହିତ ଜଡିତ। ତଥାପି, ଏହା ନିଶ୍ଚିତ ଭାବରେ ଟେକ୍ କ୍ଷେତ୍ରକୁ କ୍ଷତି ପହଞ୍ଚାଇବ।

ପୂର୍ବରୁ, ଏପ୍ରିଲ ୨୦୨୫ରେ, ଆମେରିକା ପ୍ରଶାସନ କିଛି ସ୍ମାର୍ଟଫୋନ୍, ବ୍ୟକ୍ତିଗତ କମ୍ପ୍ୟୁଟର ଏବଂ ଚିପ୍ ଉପରେ ଥିବା ଟିକସରୁ ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିଥିଲା।

ତଥାପି, ସଦ୍ୟତମ ନୀତିରେ ୧୦୦% ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଯୋଡିବାର ପ୍ରସ୍ତାବ ଦିଆଯାଇଛି, ଯାହା ସେମିକଣ୍ଡକ୍ଟର ଉପରେ ୨୫% ରୁ ୫୦% ଏବଂ ଇଲେକ୍ଟ୍ରୋନିକ୍ସ ଉପରେ ୨୫% ରୁ ୧୪୫% ପର୍ଯ୍ୟନ୍ତ ପୂର୍ବରୁ ଥିବା ଶୁଳ୍କକୁ ଆହୁରି ବୃଦ୍ଧି କରିପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+