ଦୁର୍ଘଟଣାଗସ୍ତ ହେଲା ଆମେରିକାର ଘରୋଇ ବିମାନ, ୭ ମୃତ୍ୟୁ

ବରଫ ଝଡ଼ ଯୋଗୁ ଦୁର୍ଘଟଣାଗସ୍ତ ହେଲା ଆମେରିକାର ଘରୋଇ ବିମାନ। ୭ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ମାଇନ ବାଙ୍ଗର୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ବ୍ୟବସାୟିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ କ୍ରୁ ସଦସ୍ୟ ଗୁରୁତର ଅଛନ୍ତି ବୋଲି ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) କହିଛି । ବମ୍ବାର୍ଡିୟର୍ ଚାଲେଞ୍ଜର ୬୦୦ ବିମାନରେ ୮ ଜଣ ଯାତ୍ରୀ ଥିଲେ। ଗତକାଲି ରାତିରେ ଉଡାଣ ଭରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା,

US
ଯେତେବେଳେ ନ୍ୟୁ ଇଂଲଣ୍ଡ ଏବଂ ଦେଶର ଅନେକ ଅଞ୍ଚଳରେ ଏକ ବିଶାଳ ଶୀତ ଝଡ଼ ଚାଲିଥିଲା। ବୋଷ୍ଟନ୍‌ଠାରୁ ପ୍ରାୟ ୨୦୦ ମାଇଲ୍ ଉତ୍ତରରେ ଥିବା ଏହି ବିମାନବନ୍ଦରରେ ଦୁର୍ଘଟଣା ହୋଇଥିଲା। ଫେଡେରାଲ୍ କର୍ତ୍ତୃପକ୍ଷ ଏବଂ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର୍ ରେକର୍ଡିଙ୍ଗ୍ ଅନୁଯାୟୀ, ଟେକ୍‌ଅଫ୍ ଚେଷ୍ଟା କରିବା ସମୟରେ ଜେଟ୍‌ଟି ଓଲଟି ପଡ଼ି ଜଳି ଯାଇଥିଲା। ବିମାନଟି ରାତି ପ୍ରାୟ ୭ ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ଏବଂ ନ୍ୟାଶନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍‌ଟି ବୋର୍ଡ ଏହି ବିମାନ ଦୁର୍ଘଟଣାକୁ ତଦନ୍ତ କରୁଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+