ପାକିସ୍ତାନକୁ ଆମେରିକାର ଆଉ ଏକ ଉପହାର, ବିଏଲଏକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ବେଲୁଚିସ୍ତାନ ମୁକ୍ତି ବାହିନୀ ବା ବିଏଲଏକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି ଯୁକ୍ତରାଷ୍ଟ୍ର ଆମେରିକା । ଏହା ସହିତ ମାଜିଦ ବ୍ରିଗେଡକୁ ମଧ୍ୟ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି । ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନୀର ଆମେରିକାରେ ଥିବା ସମୟରେ ହିଁ ଏହି ଘୋଷଣା କରାଯାଇଛି । ନିଜେ ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ ଏହି ଘୋଷଣା କରିଛନ୍ତି । ଏହା ଦ୍ବାରା ପାକିସ୍ତାନ ଏକ କୂଟନୈତିକ ବିଜୟ ହାସଲ କରିଛି।

trump

ମାର୍କୋ ରୁବିଓ କହିଛନ୍ତି, 'ଏହି ସଙ୍କଟ ବିରୋଧରେ ଆମର ଲଢ଼େଇରେ ଆତଙ୍କବାଦୀ ଘୋଷଣା କରିବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସମର୍ଥନ ହ୍ରାସ କରିବା ପାଇଁ ଏହା ଏକ ପ୍ରଭାବଶାଳୀ ଉପାୟ ।' ୨୦୧୯ରେ ଅନେକ ଆକ୍ରମଣ ପରେ ବିଏମଏକୁ ସ୍ୱତନ୍ତ୍ର ଭାବରେ ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଥିଲା । ଗତ ମାର୍ଚ୍ଚ ମାସରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ, କ୍ୱେଟାରୁ ପେଶାୱର ଯାଉଥିବା ଏକ ଟ୍ରେନକୁ ଅପହରଣ କରିବା ପାଇଁ ଦାୟିତ୍ବ ନେଇଥିଲା । ଯେଉଁଥିରେ ଡଜନ ଡଜନ ଯାତ୍ରୀ ଏବଂ ଯବାନଙ୍କର ମୃତ୍ୟୁ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+