ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି(BLA) ଆତଙ୍କୀ ସଂଗଠନ ଘୋଷିତ କଲା ଆମେରିକା

ଆତଙ୍କୀସ୍ତାନ ପ୍ରେମରୁ ଉବୁଟୁବୁ ହେଉଥିବା ଆମେରିକା ଏବେ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଓ ତା'ର ଏକ ଶାଖା ମଜିଦ ବ୍ରିଗେଡକୁ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫଟିଓ) ଭାବେ ଘୋଷଣା କରିଛି। ଆମେରିକୀୟ ବୈଦେଶିକ ବିଭାଗ ସୋମବାର ଏହି ଘୋଷଣା କରିଛି। ବିଭାଗ କହିଛି, ମଜିଦ ବ୍ରିଗେଡକୁ ବିଏଲଏର ଏକ ଉପନାମ ଭାବେ ସ୍ୱତନ୍ତ୍ର ଭାବେ ନାମିତ ବିଶ୍ୱ ଆତଙ୍କବାଦୀ (ଏସଡିଜିଟି) ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

us

ବିଏଲଏ ପାକିସ୍ତାନର ବଲୁଚିସ୍ତାନ ଅଞ୍ଚଳରେ ସକ୍ରିୟ। ଏହା ପାକିସ୍ତାନୀ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଆସୁଛି। ଏହା ଦ୍ୱାରା ସେଠାକାର ସ୍ଥିତି ଅଶାନ୍ତ ଓ ହିଂସାତ୍ମକ ହେଉଛି। ୨୦୧୯ରେ ବିଏଲଏକୁ ବିଶ୍ୱ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଥିଲା। ଏହା ପରେ ବିଏଲଏ ଓ ମଜିଦ ବ୍ରିଗେଡ ଅନେକ ବଡ଼ ଆତଙ୍କବାଦୀ ହମଲାରେ ଜଡ଼ିତ ରହିଛି।

୨୦୨୪ରେ ବିଏଲଏ କରାଚୀ ବିମାନବନ୍ଦର ଓ ଗ୍ୱାଦାର ବନ୍ଦର ନିକଟରେ ଆତ୍ମଘାତୀ ହମଲା କରିଥିଲା। ଏହି ହମଲା ସୁରକ୍ଷା ବ୍ୟବସ୍ଥାକୁ ବଡ଼ ଚ୍ୟାଲେଞ୍ଜ ଦେଇଥିଲା। ୨୦୨୫ରେ ବିଏଲଏ କ୍ୱେଟାରୁ ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରିଥିଲା। ଏହି ହମଲାରେ ୩୧ ଜଣ ନାଗରିକ ଓ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ। ପ୍ରାୟ ୩୦୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଦୀ କରାଯାଇଥିଲା। ଏହା ଆତଙ୍କ ସହ ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ଉଜାଗର କରିଥିଲା।

ଆମେରିକୀୟ ବୈଦେଶିକ ବିଭାଗ କହିଛି, ଏହି ପଦକ୍ଷେପ ଆତଙ୍କବାଦ ବିରୋଧରେ ଟ୍ରମ୍ପ ପ୍ରଶାସନର ପ୍ରତିବଦ୍ଧତା ଦେଖାଉଛି। ବିଏଲଏକୁ ଆତଙ୍କବାଦୀ ଘୋଷଣା କରିବା ଆତଙ୍କ ବିରୁଦ୍ଧ ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+