ୟେମେନ୍ ଉପରେ ଆକ୍ରମଣ କଲା ଆମେରିକା-ବ୍ରିଟିଶ!
ୟେମେନ୍ର ୧ ଡ଼ର୍ଜନରୁ ଅଧିକ ହୁତି ନିୟନ୍ତ୍ରିତ ଅଞ୍ଚଳଗୁଡ଼ିକ ଉପରେ ଆମେରିକା ଏବଂ ବ୍ରିଟିଶ ସାମରିକ ବାହିନୀ ମିଳିତ ଭାବେ ଆକ୍ରମଣ କରିଛନ୍ତି । ଆମେରିକୀୟ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇରାନ ସମର୍ଥତ ଏହି ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ବ୍ୟବହୃତ ସାମରିକ ଘାଟି, ଅନ୍ୟାନ୍ୟ ଭିଭିଭୂମି ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଲକ୍ଷ୍ୟକରି ଏହି ଆକ୍ରମଣ କରାଯାଇଛି ।
୨୦୧୪ ମସିହାରୁ ୟେମେନ୍ରେ ହୁତି ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଚାଲିଥିବା ଗୃହଯୁଦ୍ଧ ଏହି ଆକ୍ରମଣ ପରିପ୍ରେକ୍ଷୀରେ ଅଧିକ ତୀବ୍ର ହେବାର ଆଶଙ୍କା କରାଯାଉଛି । ସାମରିକ ବିମାନ ଏବଂ ନୌସେନା ଜାହାଜ ଦ୍ୱାରା ମିଳିତ ବାହିନୀ ପକ୍ଷରୁ ହୁତି ନିୟନ୍ତ୍ରିତ ଅଞ୍ଚଳର ପ୍ରମୁଖ ୫ଟି ସ୍ମଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି ।

ଅନ୍ୟପକ୍ଷରେ ହୁତି ନିୟନ୍ତ୍ରିତ ଗଣମାଧ୍ୟମ ଅନୁଯାୟୀ ହଦୈଦା ବିମାନ ବନ୍ଦର ଏବଂ କଟାୟକ୍ ଅଞ୍ଚଳରେ ୭ଟି ଆକ୍ରମଣ କରାଯାଇଥିଲା । ସେଠାରେ ହୁତି ନିୟନ୍ତ୍ରିତ ଏକ ସାମରିକ ଘାଟି ରହିଛି। ଏହା ବ୍ୟତୀତ ରାଜଧାନୀ ସାନା ର ସାୟାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ବାହିନୀ ପକ୍ଷରୁ ୪ଟି ଆକ୍ରମଣ କରାଯାଇଥିବା ବେଳେ ଯେମେନ୍ର ଧାମାର ପ୍ରଦେଶର ୨ଟି ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା ବୋଲି ହୁତି ପକ୍ଷରୁ କୁହାଯାଇଛି ।












Click it and Unblock the Notifications