Get Updates
Get notified of breaking news, exclusive insights, and must-see stories!

ଏହି ବିମାନ ବନ୍ଦର ଉପରେ ବୋମା ବର୍ଷା କଲା ଆମେରିକା

ୟେମେନ ଉପରେ ଆମେରିକା ଜୋର୍‌ଦାର୍‌ ଆକ୍ରମଣ ଜାରି ରହିଛି। ଗତକାଲି ଠାରୁ ଆଜି ସୁଦ୍ଧା ୩୦ଟି ସ୍ଥାନକୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଛି। ଆଜି ୟେମେନର କେନ୍ଦ୍ରାଞ୍ଚଳ ମାରିବ୍‌ ଓ ହୋଦେଇଦା ସହରର ବିମାନବନ୍ଦର ଉପରେ ଆମେରିକାର ବୋମାବର୍ଷୀ ବିମାନ ଆକ୍ରମଣ କରିଛି ।

ୟେମେନର ସରକାରୀ ଖବର ସରବରାହ ସଂସ୍ଥା ସାବା ନିଉଜ୍‌ ପକ୍ଷରୁ ପ୍ରକାଶିତ ସୂଚନାନୁସାରେ, ଆଜି ଦିନରେ ଆମେରିକା ମଜ୍‌ଜାର ଜିଲ୍ଲା ଉପରେ ୫ ଥର ବିମାନ ଆକ୍ରମଣ କରିଛି। ଏହା ମଧ୍ୟରୁ ‌ହୋଦେଇଦା ବିମାନବନ୍ଦର ଉପରେ ତିନିଟି ଆକ୍ରମଣ ହୋଇଛି ବିମାନବନ୍ଦରରେ ଥିବା କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଭଣ୍ଡାରଗୃହକୁ ପ୍ରମୁଖ ଟାର୍ଗେଟ୍‌ କରାଯାଇଛି। ସେହିଭଳି ଅଲ୍‌ ଖଥିବ୍‌ ଅଞ୍ଚଳର ନୌଘାଟି ଉପରେ ମଧ୍ୟ ଆକ୍ରମଣ ହୋଇଛି। ଏଥିରେ ହୁତି ନୌସେନାର କମାଣ୍ଡର ମନସୁର ଅଲ୍‌ ସାଦି ଆହତ ହୋଇଛନ୍ତି।

US bombs Yemen Airport after Trump s warning to annihilate Houthi aggression

ଅପରପକ୍ଷରେ, ଲୋହିତ ସାଗରରେ ମୁତୟନ ଥିବା ଆମେରିକାର ‌ହ୍ୟାରି ଏସ୍‌ ତୁର୍ମାନ୍‌ ଯୁଦ୍ଧପୋତକୁ ଆକ୍ରମଣ ନିମନ୍ତେ ଆମେରିକାର ପ୍ରତିରକ୍ଷା ସଚିବ ପେଟେ ହେଗ୍‌ସେଥ୍‌ ନିର୍ଦ୍ଦେଶ ଦେଇଥିଲେ। ସମ୍ପ୍ରତି ପୂର୍ବ ଚୀନ ସାଗରରେ ଯୁଦ୍ଧାଭ୍ୟାସ କରୁଥିବା ଯୁଦ୍ଧଜାହାଜ କାର୍ଲ ଭିନ୍‌ସନକୁ ଏହି ଅଭିଯାନରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୫ରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ହୁତି ବିଦ୍ରୋହୀଙ୍କୁ ଚେତାବନୀ ଦେବାସହ ୟେମେନ ବିରୋଧରେ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ

ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+