ଟ୍ରମ୍ପ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ନାମଲେଖା ଉପରେ ଲାଗିଲା କଟକଣା
ଆମେରିକାର ପ୍ରତିଷ୍ଠିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ଛାତ୍ରମାନଙ୍କ ପାଇଁ ପ୍ରବେଶ ବନ୍ଦ କରିଛି । ଟ୍ରମ୍ପ ପ୍ରଶାସନ ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଜାତୀୟ ଛାତ୍ରମାନଙ୍କୁ ପ୍ରବେଶ ଦେବା ପାଇଁ ଆବଶ୍ୟକ ସାର୍ଟିଫିକେସନକୁ ରଦ୍ଦ କରିଛି । ଏହି ନିଷ୍ପତ୍ତି ଭାରତ ସମେତ ବିଭିନ୍ନ ଦେଶର ଅନେକ ଛାତ୍ରଙ୍କ ସ୍ୱପ୍ନକୁ ଚୂନା କରିଛି ।
ଗତ କାଲି ଟ୍ରମ୍ପ ପ୍ରଶାସନର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS) ଏହି ନିଷ୍ପତ୍ତି ନେଇଛି । ଏହି ନିଷ୍ପତି ଦ୍ବାରା ବର୍ତ୍ତମାନ ହାୱର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୬,୮୦୦ ବିଦେଶୀ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ଏଥିରେ ଭାରତର ମଧ୍ୟ ୭୮୮ ଜଣ ଛାତ୍ର ସାମିଲ ଅଛନ୍ତି ।

ରିପୋର୍ଟ ଅନୁସାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ଆଡମିସନ୍ ପାଇଁ ହାୱର୍ଡ ବିଶ୍ୱବିଦ୍ୟାଳୟକୁ ୭୨ ଘଣ୍ଟା ମଧ୍ୟରେ ବିଦେଶୀ ଛାତ୍ରଛାତ୍ରୀଙ୍କ ବିଷୟରେ ଆମେରିକୀୟ ସରକାରଙ୍କୁ ସୂଚନା ଦେବାକୁ ପଡିବ । ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି ଏବଂ ଯଦି ସେମାନେ ଏପରି ନ କରନ୍ତି ତେବେ ସେମାନଙ୍କୁ ଆମେରିକା ଦେଶ ଛାଡିବାକୁ ପଡ଼ିପାରେ।












Click it and Unblock the Notifications