Get Updates
Get notified of breaking news, exclusive insights, and must-see stories!

ଇରାନର ମିସାଇଲ୍ କେନ୍ଦ୍ରକୁ ଆମେରିକା ଆକ୍ରମଣ, ମିସାଇଲ କେନ୍ଦ୍ର ଧ୍ୱଂସ

ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଇରାନର ଅନ୍ୟତମ ଟପ୍ ନେତା ଅଲୀ ଲାରିଜାନୀ । ଯାହା ତେହେରାନକୁ ଦେଇଛି ବଡ ଝଟକା । ଏହାରି ଭିତରେ ଷ୍ଟ୍ରେଟ୍ ଅଫ୍ ହରମୋଜରେ ଆମେରିକା କଡା ଆକ୍ସନ୍ ନେଇଛି । ଏଠାରେ ଥିବା ଇରାନର ମିସାଇଲ୍ କେନ୍ଦ୍ରକୁ ଆମେରିକା ଆକ୍ରମଣ କରିଛି ।

US attacks

ୟୁଏସର ବଡ ଦାବି

ୟୁଏସ୍ ଦାବି କରିଛି ଯେ, ଇରାନର ମିସାଇଲ କେନ୍ଦ୍ର ଉପରେ ୫ହଜାର ପାଉଣ୍ଡର ବୋମା ମାଡ଼ ହୋଇଛି। ଏହା ବଙ୍କରକୁ ଧ୍ୱଂସ କରିଦେଇଛି । ଏହି ସବୁ ବଙ୍କରରୁ ଇରାନ ମିସାଇଲ୍ ଆଟାକ୍ କରୁଥିଲା । ତେହେରାନର ତଟବର୍ତ୍ତୀ ଅଞ୍ଚଳରେ ଆମେରିକା ଷ୍ଟ୍ରାଇକ୍ କରିଛି ।

କେବଳ ଗୋଟିଏ ନୁହେଁ, ଆମେରିକୀୟ ସେନା ଏକାଧିକ୫୦୦୦ପାଉଣ୍ଡ୍ ଡିପ୍ ପେନେଟ୍ରେଟର୍ ବୋମା ଇରାନର ବିଭିନ୍ନ ମିସାଇଲ୍ କେନ୍ଦ୍ର ଉପରେ ମାଡ କରିଥିଲେ । ଏହି ସବୁ ସ୍ଥାନରେ ଇରାନ ଆଣ୍ଟି ସିପ୍ କ୍ରୁଜ୍ ମିସାଇଲ୍ ନିୟୋଜିତ କରିଥିଲା । ଯାହା ଷ୍ଟ୍ରେଟ୍ ଅଫ୍ ହର୍ମୋଜର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା ।

ଲାରିଜଜାନୀଙ୍କ ହତ୍ୟା ପରେ ଆକ୍ରମଣ

ପ୍ରଥମେ ଇସ୍ରାଏଲ୍ ସେନା ଇରାନର ଅନ୍ୟତମ ମୁଖ୍ୟ ଚେହେରା ଅଲୀ ଲାରିଜାନୀଙ୍କୁ ହତ୍ୟା କରିଥିଲା । ଏହାପରେ ଆମେରିକା ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ନିକଟରେ ଥିବା ବିଭିନ୍ନ ମିସାଇଲ୍ କେନ୍ଦ୍ରକୁ ଧ୍ୱଂସ କରିଦେଇଛି । ଏହା ଇରାନକୁ ଶକ୍ତ ଝଟକା ବୋଲି କୁହାଯାଉଛି ।

ଲାରିଜାନୀଙ୍କ ମୃତ୍ୟୁ ପରେ ଇରାନରେ ଆଉ ମାତ୍ର ଅଳ୍ପ କେତେଜଣ ମୁଖ୍ୟ ଅଧିକାରୀ ରହିଛନ୍ତି । ସେମାନଙ୍କୁ ହତ୍ୟା କରାଗଲେ ଯୁଦ୍ଧ ଲଢିବାକୁ ତେହେରାନ ସକ୍ଷମ ହେବ ନାହିଁ । ଦେଶ ଏକପ୍ରକାର ନେତୃତ୍ୱବିହୀନ ହୋଇଯିବ । ନୂଆ ସୁପ୍ରିମ ଲିଡର୍ ମୋଜତବା ଖାମେନିଙ୍କୁ ନେଇ ସେତେଟା ସ୍ପଷ୍ଟ ଖବର ଆସୁନି । ସେ ମଧ୍ୟ ସାମ୍ନାକୁ ଆସୁ ନାହାଁନ୍ତି । କେବଳ ବିବୃତ୍ତି ଜାରି କରୁଛନ୍ତି । ତେଣୁ ମୋଜତବା ସୁସ୍ଥ ନଥିବା କୁହାଯାଉଛି । ଏପରି ସ୍ଥିତିରେ ଇରାନ ଅଧିକ ଦିନ ଯୁଦ୍ଧ ଲଢିପାରିବ ନାହିଁ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+