ଆମେରିକୀୟ ସେନା ନୂଆ ନିୟମ , ସେନାରେ ଦାଢି-ପଗଡି ଉପରେ କଟକଣା
ଆମେରିକୀୟ ସେନା ନୂଆ ନିୟମ ଯୋଗୁଁ ବିବାଦରେ ଫସିଛି। ନୂଆ ନିୟମାବଳୀରେ ଦାଢି ଓ ଲମ୍ବା କେଶ ଉପରେ କଟକଣା ଲାଗିଛି । ଯାହା ଫଳରେ ଶିଖ୍, ମୁସଲିମ୍ ଓ ଅର୍ଥୋଡକ୍ସ ୟେହୁଦୀ ସୈନିକଙ୍କୁ ନିଜ ଧର୍ମ ଓ ସେବା ମଧ୍ୟରୁ ଯେ କୌଣସି ଗୋଟିଏକୁ ଚୟନ କରିବାକୁ ପଡିବ। ନିକଟରେ ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଜସେଥ୍ ଦାଢି ରଖୁଥିବା ସୈନିକଙ୍କ ମଜା ଉଡାଇଥିଲେ। ସେ ଦାଢି ରଖୁଥିବା ସୈନିକଙ୍କୁ 'ବିୟୋର୍ଡୋସ' ବୋଲି ଉଚ୍ଚାରଣ କରିଥିଲେ। ତାଙ୍କର ଏହି ବୟାନ ନିନ୍ଦା ଓ ଅପମାନଜନକ ବୋଲି କୁହାଯାଉଛି।

ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ ସମିତି(ଏସଜିପିସି) ଆମେରିକାର ଏହି ନିଷ୍ପତ୍ତିରେ ଆପତ୍ତି କରିଛନ୍ତି। ଏସଜିପିସିର ମୁଖପାତ୍ର ଗୁରୁଚରଣ ଗ୍ରେବାଲ କହିଛନ୍ତି କି ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଶିଖ୍ ଓ ପଞ୍ଜାବୀ ସମୁଦାୟକୁ ଟାର୍ଗେଟ୍ କରାଯାଇଛି। ଏହା ପୂର୍ବରୁ ପଗଡି ହଟାଯାଇଥିଲା ଏବଂ ହାତକଡି ପକାଯାଇ ଅପମାନିତ କରାଯାଇଥିଲା। ଶିଖ୍ ଧର୍ମ ପାଇଁ କେଶ, କିରପାନ, କଡା ଆଦି ଧାର୍ମିକ ବିଶ୍ବାସର ପ୍ରତୀକ। ଆମେରିକାର ଏହି ନୂଆ ନିୟମ ଧାର୍ମିକ ଭାବନା ପ୍ରତି କୁଠାରଘାତ, ତେଣୁ ଏସଜିପିସି ଓ ପଞ୍ଜାବର ନେତା ଏହି ନିଷ୍ପତ୍ତିକୁ କଡା ବିରୋଧ କରୁଛନ୍ତି। ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟ ଏଭଳି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।












Click it and Unblock the Notifications