ଆମେରିକା କଲା ବଡ଼ ଘୋଷଣା, ୟୁକ୍ରେନକୁ ଦେବ ଏତିକି ବିଲିୟନ୍, ଜାଣନ୍ତୁ କାହିଁକି?
ୱାଶିଂଟନ: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ, ପ୍ରାୟ ଏକ ବିଲିୟନ ଆମେରିକୀୟ ଡଲାର ଅଧିକ ସହାୟତା ଯୋଗାଇ ଦିଆଯିବ। କୁହାଯାଉଛି ଯେ, ନୂତନ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ୟୁକ୍ରେନକୁ ମଜବୁତ କରିବା ପାଇଁ କଂଗ୍ରେସ ଅନୁମୋଦନ କରିଥିବା ସମସ୍ତ ଅର୍ଥ ପ୍ରଦାନ କରିବାକୁ ଚାହୁଁଛି।
ନୂତନ ସହାୟତା ହାଇ ମୋବିଲିଟି ଆର୍ଟିଲିରି ରକେଟ୍ ସିଷ୍ଟମ୍ ତଥା ଏଚଆଇଏମଆରଏସ ପାଇଁ ଡ୍ରୋନ୍ ଏବଂ ଗୋଳାବାରୁଦ ଯୋଗାଇବ। ୟୁକ୍ରେନ ପାଇଁ ବର୍ତ୍ତମାନ ଏହି ଅସ୍ତ୍ରଶସ୍ତ୍ରଗୁଡିକର ବହୁତ ଆବଶ୍ୟକତା ରହିଛି, ଯାହା ୟୁକ୍ରେନକୁ ସୁରକ୍ଷା ସହାୟତା ପଦକ୍ଷେପ ମାଧ୍ୟମରେ ଯୋଗାଇ ଦିଆଯିବ। ଏହା ସହିତ, ପ୍ରଦାନ କରାଯାଇଥିବା ଅସ୍ତ୍ରଶସ୍ତ୍ରଗୁଡିକ ୟୁକ୍ରେନ ସୈନ୍ୟବାହିନୀର ଭବିଷ୍ୟତ ସାମର୍ଥ୍ୟକୁ ବଢ଼ାଇବା ଏବଂ ଯୁଦ୍ଧକ୍ଷେତ୍ରରେ ତୁରନ୍ତ ପରିବର୍ତ୍ତନ ଆଣିବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଆମେରିକାର ୯୮.୮ କୋଟି ଡଲାରର ଏହି ପ୍ୟାକେଜ୍ ସୋମବାର ଘୋଷିତ କରିବା। ଏହା ୭.୨୫ କୋଟି ଡଲାରର ସାମରିକ ସହାୟତା ଠାରୁ ଭିନ୍ନ ବୋଲି କୁହାଯାଉଛି।

କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ଉପରେ ଆକ୍ରମଣ କରିବା ପାଇଁ ଦୀର୍ଘ ଦୂରଗାମୀ ଆମେରିକୀୟ କ୍ଷେପଣାସ୍ତ୍ର ବ୍ୟବହାର କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦୀର୍ଘ ଦିନ ଧରି ଆମେରିକାର କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷିଆ ଭିତରେ ଟାର୍ଗେଟରେ ଆକ୍ରମଣ କରିବା ପାଇଁ ଆର୍ମି ଟାକ୍ଟିକାଲ୍ ମିସାଇଲ୍ ସିଷ୍ଟମ୍ ବ୍ୟବହାର କରିବାକୁ ଅନୁମତି ଲୋଡିଥିଲେ। ଅଟାକମସ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦୦ କିଲୋମିଟର (୧୮୬ ମାଇଲ୍) ପର୍ଯ୍ୟନ୍ତ ରହିଛି।












Click it and Unblock the Notifications