ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲା ଜାତିସଂଘ
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇ ଲକ୍ଷାଧିକ ଜୀବନ ବଞ୍ଚାଇ ଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଡିଜାଷ୍ଟର ରିସ୍କ ରିଡକସନ୍ ବା UNDRR ମୁଖ୍ୟ ମାମି ମିଜୁତୋରି ।
ଭୁବନେଶ୍ୱର: ମିଳିତ ଜାତିସଂଘ (ଜାତିସଂଘ) ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇ ଲକ୍ଷାଧିକ ଜୀବନ ବଞ୍ଚାଇ ଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଡିଜାଷ୍ଟର ରିସ୍କ ରିଡକସନ୍ ବା UNDRR ମୁଖ୍ୟ ମାମି ମିଜୁତୋରି ।

ମାମି ମିଜୁଟୋରି ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ବିପଦକୁ ସାମ୍ନା କରିବା, ପ୍ରସ୍ତୁତି ଏବଂ ପରିସ୍ଥିତି ଯୋଜନାରେ ବିନିଯୋଗ କରିବା ପାଇଁ ଓଡିଶାର ଏକ ଉଦାହରଣ ସୃଷ୍ଟି କରିଛି ।
କେବଳ ସେତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକୀୟ ରାଜନୈତିକ ପ୍ରତିବଦ୍ଧତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ମାମି ମିଜୁଟୋରି । ସେ ମଧ୍ୟ 1999 ମସିହାର 'ସୁପର ସାଇକ୍ଲୋନନ୍' ସମୟରେ ତତ୍କାଳୀନ ଗିରିଧର ଗମାଙ୍ଗଙ୍କ ନେତୃତ୍ୱାଧୀନ ସରକାରଙ୍କ ଭୁଲ ପରିଚାଳନାକୁ ମନେ ପକାଇଥିଲେ, ଯେତେବେଳେ ଓଡିଶାରେ ପ୍ରାୟ 10,000 ଲୋକଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସେହି ପରିସ୍ଥିତି ରାଜ୍ୟରେ ପୁନର୍ବାର ସୃଷ୍ଟି ହୋଇନାହିଁ । ଏହା ପୂର୍ବରୁ UNDRR ୨୦୧୩ରେ ବାତ୍ୟା ଫାଇଲିନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ।












Click it and Unblock the Notifications