ନିଜ ପ୍ରତିନିଧି ମଣ୍ଡଳ ସଭ୍ଯଙ୍କ ଉପରକୁ ଗୁଳିମାଡ କଲା ୟୁକ୍ରେନ

କ୍ଵିବ: ଋଷ ସହ କଥା ବାର୍ତ୍ତା କରିବା ପାଇଁ ଗଠିତ ପ୍ରତିନିଧିଦଳରେ ଜଣେ ବରିଷ୍ଠ ସଦସ୍ୟଙ୍କ ଉପରକୁ ୟୁକ୍ରେନ ଗୁଳି ଚାଳନା କରିଛି। ରାଜଧାନୀ କ୍ଵିବର ଏକ କୋର୍ଟ ସାମ୍ନାରେ ସର୍ବ ସମକ୍ଷରେ ପ୍ରତିନିଧି ଦଳ ସଦସ୍ୟ ଡାନିସଙ୍କ ଉପରକୁ ୟୁକ୍ରେନ ସେନା ଗୁଳି ଚାଳନା କରିଥିଲେ। ଏଥିରେ ଡାନିସ ଘଟଣା ସ୍ଥଳରେ ହିଁ ଟଳି ପଡିଥିଲେ। ଋଷ ସପକ୍ଷରେ ଜାସୁସି କରୁଥିବା ନେଇ ଡାନିସଙ୍କ ବିରୋଧରେ ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି।

Ukrain issue

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଅଧିକ ଜଟିଳ ହୋଇ ପଡିଥିବା ବେଳେ, ୟୁକ୍ରେନ କୌଣସି ରିସ୍କ ନେବାକୁ ପ୍ରସ୍ତୁତ ନୁହେଁ। ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଋଷ ଏବଂ ୟୁକ୍ରେନ ଦୁଇଟି ପର୍ଯ୍ୟାୟରେ କଥାବାର୍ତ୍ତା କରିଛନ୍ତି। ଏଥିପାଇଁ ଦୁଇ ଦେଶ ପକ୍ଷରୁ ପ୍ରତିନିଧି ମଣ୍ଡଳ ଗଠନ କରାଯାଇଛି। ଯଦିଓ ଦେଶ ଗୁଡିକ ନିଜ ବିଶ୍ଵସ୍ତ ତଥା ପାରଦର୍ଶୀ ବିଶେଷଜ୍ଞଙ୍କୁ ଏହି ପ୍ରତିନିଧି ମଣ୍ଡଳରେ ସ୍ଥାନିତ କରିଛନ୍ତି, କିନ୍ତୁ ସେମାନଙ୍କ ଗତିବିଧି ଉପରେ ଗୋଇନ୍ଦା ଅନୁସନ୍ଧାନ କରାଯାଉଛି। ମୃତ ଅଧିକାରୀ ଡାନିସଙ୍କ ପଛରେ ୟୁକ୍ରେନ ଅନୁସନ୍ଧାନ କରୁଥିଲା କିଛି ନିର୍ଦିଷ୍ଟ ସୁରାକ ଆଧାରରେ। ଏପରିକି ତାଙ୍କ ଫୋନ ରେକର୍ଡ କରାଯାଉଥିଲା ତାଙ୍କର ଅଗୋଚରରେ। ଉପଯୁକ୍ତ ତଥ୍ୟ ହାସଲ କରିବା ପରେ ୟୁକ୍ରେନ ଡାନିସଙ୍କ ଉପରେ ସର୍ବ ସାଧାରଣରେ ଗୁଳି ଚଳାଇଥିଲା। ଏହା ଦ୍ଵାରା ଲୋକଙ୍କ ଭିତରେ ଦେଶଦ୍ରୋହୀଙ୍କୁ ନେଇ ହୋଇଥିବା କଡା ଆଭିମୁଖ୍ଯ ବିଷୟରେ ସୂଚିତ କରିଛି ୟୁକ୍ରେନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+