ଋୁଷିଆ ସେନା ଉପରେ ନିଆଁ ବର୍ଷା କଲା ୟୁକ୍ରେନ
କିଭ୍ : ୟୁକ୍ରେନ ଓ ରୁଷ୍ ମଧ୍ୟରେ ଜାରି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାକୁ ଯାଉଛି। ଉଭୟ ଦେଶ କେହି କାହାକୁ ଛାଡ଼ିବା ସ୍ଥିତିରେ ନାହାନ୍ତି। କେତେବେଳେ ରୁଷ୍ ଭୟଙ୍କର ଆକ୍ରମଣ କରୁଛି ତ ଆଉ କେତେବେଳେ ୟୁକ୍ରେନ ଭୟଙ୍କର ଯୁଦ୍ଧ ଆରମ୍ଭ କରିଦେଉଛି । ରୁଷ ଦଖଲରେ ଥିବା ଖାରକିଭ୍ ଅଞ୍ଚଳରେ ନିଆଁ ବର୍ଷା କରି ୟୁକ୍ରେନର ଡ୍ରାଗନ ଡ୍ରୋନ।
ଡ୍ରାଗନ ଡ୍ରୋନ ଜିଆରେ ୟୁକ୍ରେନ ମାଡ଼ କରିଛି thermite incendiary ବୋମା। ଏଥିଯୋଗୁ ସେଠାରେ ଥିବା ଅନେକ ଗଛ ପୋଡ଼ି ଜଳି ପାଉଁସ ହୋଇ ଯାଇଥିବା ବେଳେ ରୁଷର ସାମରିକ ଗାଡ଼ି ଗୁଡ଼ିକ ମଧ୍ୟ ପୋଡ଼ି ଯାଇଛି। ବାସ୍ତବରେ ଏହା ନିଆଁ ନୁହେଁ , ବରଂ ଆଲୁମିନିୟମ ପାଉଡର ଓ ଆଇରନ ଅକ୍ସାଇଡର ମିଶ୍ରଣରେ ତିଆରି ଥର୍ମାଇଟ୍ , ଯାହା ୪୦୦୦ ଡିଗ୍ରୀ ଫାରେନହାଇଟ୍( ୨,୨୦୦ ଡିଗ୍ରୀ ସେଲସିୟସ) ଯାଏ ଅତ୍ୟଧିକ ତାପମାତ୍ରାରେ ଜଳିଥାଏ।

ଥର୍ମାଇଟ୍ ଏତେ ତୀବ୍ରତାରେ ଜଳେ ଯେ ଏହା କେବଳ ଗଛ ଲତା ଆଦିକୁ ଜାଳିପୋଡ଼ି ପାଉଁଶ କରୁନି , ଏହା ରୁଷୀୟ ସୈନିକଙ୍କ ପାଇଁ ଖୁବ୍ ବିପଦ ମଧ୍ୟ ସାବ୍ୟସ୍ତ ହୋଇଛି।












Click it and Unblock the Notifications