Get Updates
Get notified of breaking news, exclusive insights, and must-see stories!

ଜେଲେନସ୍କିଙ୍କୁ ବଡ଼ ଝଟକା ଦେଲା ଆମେରିକା, ୟୁକ୍ରେନିକୁ ଦେବନି ଅସ୍ତ୍ର

ହ୍ବାଇଟ ହାଉସରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଘଟିଥିବା ତୁ ତୁ ମେଁ ମେଁ ସାରା ବିଶ୍ବରେ ଚର୍ଚ୍ଚିତ ଖବର ପାଲଟିଥିଲା ।ଆଉ ଏହି ଆଶଙ୍କା ମଧ୍ୟ କରାଯାଉଥିଲା କି ହୁଏତ କିଛି ବଡ ପଦକ୍ଷେପ ଗ୍ରହଣ କରିପାରନ୍ତି ଆମେରିକା ରାଷ୍ଟ୍ରପତି । ୪୮ ଘଣ୍ଟା ନପୁରୁଣୁ ଟ୍ରମ୍ପ ପ୍ରଶାସନର ଘୋଷଣା ୟୁକ୍ରେନକୁ ଚିନ୍ତାରେ ପକାଇଛି ,

ୟୁକ୍ରେନ ପ୍ରତି ଆମେରିକାର ସରକାରଙ୍କ ଆଭିମୁଖ୍ୟକୁ ନେଇ ସବୁଠି ଚର୍ଚ୍ଚା । ତତକାଳୀନ ବାଇଡେନ ସରକାର ରୁଷକୁ ବିରୋଧ ଓ ୟୁକ୍ରେନକୁ ପୂର୍ଣ୍ଣ ସମର୍ଥନ ଜଣାଇ ଆସୁଥିବାବେଳେ ଏବେ କ୍ରମଶ ଚିତ୍ର ବଦଳୁଛି । ୟୁକ୍ରେନକୁ ଆମେରିକା ଦେଉଥିବା ସାମରିକ ସହାୟତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଦେଇଛନ୍ତି। ରୁଷ୍ ସହିତ ଯୁଦ୍ଧ ବନ୍ଦ ଲାଗି ପ୍ରସ୍ତାବିତ ଶାନ୍ତି ବୁଝାମଣାକୁ ଗ୍ରହଣ କରିବାକୁ ୟୁକ୍ରେନ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି।

ରୁଷ୍ ବିରୋଧୀ ଯୁଦ୍ଧ ବନ୍ଦ ଲାଗି ପ୍ରସ୍ତାବିତ ଶାନ୍ତି ବୁଝାମଣାରେ ସ୍ବାକ୍ଷର କରିବା ଲାଗି ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କି ଆମେରିକା ଠାରୁ ସୁରକ୍ଷା ଗ୍ୟାରେଣ୍ଟି ଲୋଡିଥିବାବେଳେ ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଛନ୍ତି। ୟୁକ୍ରେନର ସୁରକ୍ଷା ପାଇଁ ଆମେରିକା ଗ୍ୟାରେଣ୍ଟି ଦେଲେ ସେ ଶାନ୍ତି ବୁଝାମଣାରେ ସ୍ବାକ୍ଷର କରିବେ ବୋଲି ଜେଲେନସ୍କି ସର୍ତ୍ତ ରଖିଥିଲେ। ମାତ୍ର ଟ୍ରମ୍ପ କହିଥିଲେ ଯେ ଯୁଦ୍ଧ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ହାନି ଘଟୁଛି। ତେଣୁ ଏହି ଜୀବନ ହାନି ରୋକିବା ଲାଗି ଶାନ୍ତି ପ୍ରସ୍ତାବକୁ ୟୁକ୍ରେନ ଗ୍ରହଣ କରିବା ଦରକାର।

zelensky

ଗତ ସପ୍ତାହରେ ହ୍ବାଇଟ ହାଉସରେ ଶାନ୍ତି ଆଲୋଚନା ବେଳେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଟ୍ରମ୍ପଙ୍କ ସାମରିକ ସହାୟତା ବନ୍ଦ ନିଷ୍ପତ୍ତି ପରେ ଜେଲେନସ୍କି ନରମିଛନ୍ତି। ମଙ୍ଗଳବାର ଜେଲେନସ୍କି କହିଛନ୍ତି ଯେ ଟ୍ରମ୍ପଙ୍କ ନେତୃତ୍ବ ଅଧୀନରେ ସେ କାମ କରିବାକୁ ପ୍ରସ୍ତୁତ। ରୁଷ୍ ସହିତ ୟୁକ୍ରେନ ଯୁଦ୍ଧ ଚଳାଇଥିବାରୁ ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପଙ୍କ ମାର୍ଗଦର୍ଶନରେ ସେ କାମ କରିବେ। ରୁଷ୍ ସହିତ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ସେ ସମସ୍ତ ପ୍ରକାର ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ପ୍ରସ୍ତୁତ।

ୟୁକ୍ରେନବାସୀଙ୍କ ସହିତ ସେ ଯୁଦ୍ଧ ବନ୍ଦ କରିବାକୁ ବିଶେଷ ଆଗ୍ରହୀ ବୋଲି ଜେଲେନସ୍କି କହିଛନ୍ତି। ରୁଷ୍ ବିରୋଧରେ ଯୁଦ୍ଧ କରିବା ଲାଗି ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ବାଧୀନ ଆମେରିକା ପ୍ରଶାସନ ୟୁକ୍ରେନକୁ ୩୫,୦୦୦ କୋଟି ଡଲାର ସାମରିକ ସହାୟତା ଯୋଗାଇ ଦେଇଥିଲେ। ବାଇଡେନ ପ୍ରଶାସନର ଏହି ସହାୟତା ବଦଳରେ ଆମେରିକା କିଛି ପାଇ ନାହିଁ ବୋଲି ନିକଟରେ ଟ୍ରମ୍ପ କହିଥିଲେ। ଏହି ୩୫,୦୦୦ କୋଟି ଡଲାର ବଦଳରେ ଆମେରିକା ଏହାର ସମ୍ପୂର୍ଣ୍ଣ ନୌସେନାକୁ ପୁନର୍ଗଠନ କରିପାରିଥାନ୍ତା।

ଟ୍ରମ୍ପଙ୍କ ସହିତ ଯୁକ୍ତିତର୍କ ପରେ ଜେଲେନସ୍କି ଲଣ୍ଡନ ଗସ୍ତ କରିଥିଲେ। ସେଠାରେ ସେ ୟୁରୋପୀୟ ସଂଘ ରାଷ୍ଟ୍ର ନେତା ଓ ବ୍ରିଟେନ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମରଙ୍କୁ ସାକ୍ଷାତ କରିଥିଲେ। ସୋମବାର ଜେଲେନସ୍କି କହିଥିଲେ ଯେ ୟୁକ୍ରେନ ନିଜର ଆତ୍ମରକ୍ଷା ପାଇଁ ଲଢେଇ କରୁଛି। ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଲାଗି ଆଗ୍ରହୀ ମାତ୍ର ରୁଷ୍ ଏଥିପାଇଁ ଆଗ୍ରହୀ ନୁହେଁ। ତେଣୁ ରୁଷ୍ ଏହାର ଆକ୍ରମଣକୁ ଜୋରଦାର କରିଚାଲିଛି। ଗତ ସପ୍ତାହକ ମଧ୍ୟରେ ରୁଷ୍ ୧୦୫୦ଟି ଡ୍ରୋନ ଆକ୍ରମଣ ଓ ୧୩୦୦ ବୋମାମାଡ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+