ୟୁରୋପୀୟ ୟୁନିଅନରେ ଯୋଗ ଦେବ ୟୁକ୍ରେନ
ଋଷ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନ ୟୁରୋପୀୟ ୟୁନିଅନ (EU) ରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଦିନ ୟୁରୋପୀୟ ୟୁନିଅନର ସଂସଦ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଆବେଦନକୁ ଅନୁମୋଦନ କରିଛି ।
କିଭ୍: ଋଷ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନ ୟୁରୋପୀୟ ୟୁନିଅନ (EU) ରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଦିନ ୟୁରୋପୀୟ ୟୁନିଅନର ସଂସଦ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଆବେଦନକୁ ଅନୁମୋଦନ କରିଛି । ଯାହା ପରେ ୟୁକ୍ରେନ ବର୍ତ୍ତମାନ EU ର ସଦସ୍ୟ ହେବା ପ୍ରକ୍ରିୟା ଆରମ୍ଭ କରିପାରିବ। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋମବାର ୟୁକ୍ରେନକୁ 27 ସଦସ୍ୟ ବିଶିଷ୍ଟ ୟୁରୋପୀୟ ୟୁନିଅନର ସଦସ୍ୟ ହେବା ପାଇଁ ଏକ ଆବେଦନ ଦାଖଲ କରିଛନ୍ତି । ଯାହା ଆଜି ୟୁଏଇ ସଂସଦ ଦ୍ୱାରା ଅନୁମୋଦିତ ହୋଇଛି। ଏହାର ଠିକ ପୂର୍ବରୁ ରାଷ୍ଟ୍ରପତି ଜେଲେନସ୍କି ୟୁରୋପୀୟ ୟୁନିଅନର ସଂସଦକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ, ଆମେ ମଧ୍ୟ ୟୁରୋପର ସଦସ୍ୟ ହେବା ପାଇଁ ସଂଗ୍ରାମ କରୁଛୁ।

ମିଡିଆ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁଏଇ ଆବେଦନପତ୍ରରେ ଦସ୍ତଖତ କରିବାର ଚିତ୍ର ପୋଷ୍ଟ କରିଛନ୍ତି। ଏହା ସହ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ସାକ୍ଷାତ ହେବାର ସମ୍ଭାବନା ମଧ୍ୟ ହ୍ରାସ ପାଇଛି। ୟୁକ୍ରେନ କ୍ରମାଗତ ଭାବରେ ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନକୁ ନିଜ ଅଧୀନରେ ଆଣିବା ପାଇଁ ନିଷ୍ଠୁର ଉଦ୍ୟମ କରୁଥିବା ଅଭିଯୋଗ କରିଛି। ଏହି ସମୟରେ, ପୁଟିନଙ୍କ ଆଣବିକ ବିପଦ ଛାୟାରେ ଯୁଦ୍ଧର ପଞ୍ଚମ ଦିନରେ ଋଷ ଏବଂ ୟୁକ୍ରେନ ଅଧିକାରୀମାନେ ସେମାନଙ୍କର ବୈଠକ କରିଥିଲେ । କିନ୍ତୁ ଏହି ବୈଠକ କୌଣସି ସକାରାତ୍ମକ ଫଳାଫଳ ଦେଇ ନଥିଲା।
ୟୁକ୍ରେନର ରାଷ୍ଟ୍ରପତିଙ୍କ ଜଣେ ଉପଦେଷ୍ଟା ସୋମବାର ସକାଳେ କହିଛନ୍ତି ଯେ, ଋଷ ସହ ପ୍ରଥମ ରାଉଣ୍ଡ ଆଲୋଚନା ଶେଷ ହୋଇଛି ଏବଂ ଦୁଇ ପ୍ରତିନିଧୀ ନିଜ ରାଜଧାନୀରେ ପରାମର୍ଶ ପାଇଁ ଘରକୁ ଫେରିଛନ୍ତି। ମାଇଖାଇଲୋ ପୋଡୋଲିକଙ୍କ ଉଦ୍ଧୃତ ରିପୋର୍ଟ ଅନୁଯାୟୀ, ୟୁକ୍ରେନ-ବେଲା ଋଷ ସୀମାରେ ଆଲୋଚନା ଏକ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ପର୍ଯ୍ୟବେସିତ ଏବଂ ନିକଟ ଭବିଷ୍ୟତରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇପାରେ। ଏହି ସମୟ ମଧ୍ୟରେ, ୟୁକ୍ରେନ ୟୁଏଇ ସଦସ୍ୟତା ହାସଲ କରିବାର ମାନଦଣ୍ଡକୁ ପହଞ୍ଚିବା ପାଇଁ ଅନେକ ବର୍ଷ ଦୂରରେ ଥିଲା । କିନ୍ତୁ ମଙ୍ଗଳବାର ଏହାର ପ୍ରୟାସ ସଫଳ ହେଲା ।












Click it and Unblock the Notifications