ୟୁକ୍ରେନ ଉପରେ ରୁଷର 'ପ୍ରଚଣ୍ଡ' ଆକ୍ରମଣ, ରାଜଧାନୀ କିଭ୍ ଉପରେ ୮୦୦ରୁ ଅଧିକ ଡ୍ରୋନ୍ ମାଡ଼
ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ ରୁଷିଆର ଏକ ସେ କ୍ଷେପଣାସ୍ତ୍ର ଆକ୍ରମଣ ଫଳରେ ଅତିକମ୍ରେ ୩ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିବାବେଳେ ୧୮ଜଣ ଆହତ ଏବଂ ଅନେକଗୁଡ଼ିଏ କୋଠା ଭାଙ୍ଗିରୁଜି ଯାଇଛି । ସୂଚନା ଅନୁଯାୟୀ ଆକ୍ରମଣ ଫଳରେ ହଠାତ୍ ସ୍ଥାନୀୟ ଅଞ୍ଚଳରେ ନିଆଁ ଲାଗିଯାଇଥିଲା । କିଭ ମେୟର କହିଛନ୍ତି, ଡ୍ରୋନ ଜରିଆରେ ବିଲଡିଂ ଉପରେ ହମଲା ଯୋଗୁଁ ନିଆଁ ଲାଗିଥିଲା । ଗତକାଲି ରାତିରୁ ଆଜି ଭୋର ପର୍ଯ୍ୟନ୍ତ ରାଜଧାନୀ କିଭର ବିଭିନ୍ନ ସ୍ଥାନ ଉପରେ ରୁଷ ତରଫରୁ ଆକ୍ରମଣ ହୋଇଥିଲା । ଗୋଟିଏ ଦାଗମ ଘର, ୧୬ ମହଲା କୋଠା ଓ ଗୋଟିଏ ୪ ମହଲା କୋଠାକୁ ଟାର୍ଗେଟ କରାଯାଇଥିଲା । ରାତି ତମାମ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୫ ଜଣ ଆହତ ହୋଇଛନ୍ତି । ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କିଙ୍କ ହୋମ ଟାଉନ୍ କିଭ୍ ରିହ ଉପରେ ମଧ୍ୟ ହମଲା ହୋଇଛି ।
ତେବେ ୭୪୭ ଡ୍ରୋନ ଓ ୪ ମିସାଇଲକୁ ନଷ୍ଟ କରାଯାଇଥିବା ୟୁକ୍ରେନ ବାୟୁସେନା ଦାବି କରିଛି । ସେପଟେ ୟୁକ୍ରେନ ମଧ୍ୟ ପାଲଟା ଆକ୍ରମଣ କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରଳାୟର ଦାବି, ୟୁକ୍ରେନର ୬୯ଟି ଡ୍ରୋନକୁ ମାରି ଖସାଇ ଦିଆଯାଇଛି ।

ରୁଷିଆ ଏହି ଯୁଦ୍ଧରୁ ବିରତ ରହିବା ନିମନ୍ତେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କୂଟନୈତିକ ପଦକ୍ଷେପ ଅଦ୍ୟାବଧୂ ଫଳପ୍ରଦ ହୋଇନଥିବା ଜଣାଯାଇଛି । ସୂଚନାଯୋଗ୍ୟ ରୁଷ୍ -ୟୁକ୍ରେନ୍ ଯୁଦ୍ଧ ସାଢ଼େ ୩ ବର୍ଷ ଧରି ଲାଗିରହିଛି ।












Click it and Unblock the Notifications