ୟୁକ୍ରେନ ଉପରେ ରୁଷ୍ର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ: ୧୨ ସୈନିକ ମୃତ
ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ତିନି ବର୍ଷ ମଧ୍ୟରେ ୟୁକ୍ରେନ ଉପରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି ରୁଷ୍। ୟୁକ୍ରେନ ବାୟୁସେନାର ସୂଚନା ମୁତାବକ, ୟୁକ୍ରେନ ଉପରେ ୪୭୨ଟି ଡ୍ରୋନ୍ରେ ଆକ୍ରମଣ କରିଛି ରୁଷ୍।

ୟୁକ୍ରେନ ବାୟୁସେନା ଯୋଗାଯୋଗ ମୁଖ୍ୟ ୟୁରି ଇଗ୍ନାତ କହିଛନ୍ତି ଯେ, ଏହି ଡ୍ରୋନ୍ ଆକ୍ରମଣ ସହିତ ରୁଷ୍ ସାତଟି ମିସାଇଲ୍ ମାଡ଼ ମଧ୍ୟ କରିଛି। ୟୁକ୍ରେନର ଏକ ତାଲିମ ୟୁନିଟ୍କୁ ଟାର୍ଗେଟ କରି ରୁଷ୍ ଏହି ଆକ୍ରମଣ କରିଛି, ଯେଉଁଥିରେ ୧୨ ଜଣ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୬୦ରୁ ଅଧିକ ଆହତ ହୋଇଛନ୍ତି। ରବିବାର ଦିନ ୧୨ଟା ୫୦ ସମୟରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।












Click it and Unblock the Notifications