ବୋମା ବିସ୍ଫୋରଣରେ ଟଳି ପଡ଼ିଲେ ରୁଷ୍‌ର ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ ଇଗୋର କିରିଲୋଭ

ରୁଷର ପରମାଣୁ ପ୍ରୋଗ୍ରାମର ମୁଖ୍ୟ ଇଗୋର କିରିଲୋଭଙ୍କ ମସ୍କୋରେ ଏକ ବିସ୍ଫୋରଣରେ ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ପୁଟିନଙ୍କର ସେ ଅତି ନିକଟତର ବୋଲି ବିବେଚନା କରାଯାଉଥିଲା । ଏହି ବିସ୍ଫୋରଣ ରାଷ୍ଟ୍ରପତି ଭବନଠାରୁ ମାତ୍ର ୭ କିଲୋମିଟର ଦୂରରେ ଘଟିଛି । ୟୁକ୍ରେନର ସିକ୍ୟୁରିଟି ସର୍ଭିସ୍ ଦାବି କରିଛି ଯେ ସେମାନେ ଏହି ଘଟଣା ଘଟାଇଛନ୍ତି ।

କିରିଲଭଙ୍କ ସମେତ ତାଙ୍କର ଜଣେ ସହଯୋଗୀ ବି ଏଥିରେ ପ୍ରାଣ ହରାଇଛନ୍ତି। ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି କ୍ରିମଲିନ୍‌ ସହରରେ ଥିବା ଏକ ଆପାର୍ଟମେଣ୍ଟ ବାହାରେ ଆଜି ସକାଳେ ଏକ ଇଲେକ୍ଟ୍ରି ସ୍କୁଟର ବ୍ଲାଷ୍ଟ ହୋଇଥିଲା। ଏହି ବିସ୍ଫୋରଣରେ କିରିଲଭଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟଙ୍କ ରକ୍ତାକ୍ତ ମୃତଦେହ ଚଟାଣରେ ଛିଟିକି ପଡ଼ିଥିଲା। ଉକ୍ତ ସ୍କୁଟରରେ ବୋମା ଲୁଚାଇ ରଖାଯାଇଥିବା ବେଳେ ତାହା ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Russian general Igor Kirillov in Moscow

କିରିଲଭ ରାଷ୍ଟ୍ରପତି ପୁଟିନ୍‌ଙ୍କ ବେଶ୍‌ ବିଶ୍ୱସ୍ତ ହୋଇଥିବା ବେଳେ ତାଙ୍କର ଏପରି ମୃତ୍ୟୁ ପୁଟିନଙ୍କୁ ଧକ୍କା ଦେଇଛି। ୟୁକ୍ରେନରେ ନିଷିଦ୍ଧ ରାସାୟନିକ ଅସ୍ତ୍ର ବ୍ୟବହାର ଅଭିଯୋଗର ଶୁଣାଣି ଚାଲିଥିବା ବେଳେ କିରିଲଭ ଅନୁପସ୍ଥିତ ରହିଥିଲେ। ଏହାର ଦିନକ ପରେ ଏହି ଘଟଣା ଘଟିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

କୁହାଯାଉଛି ଯେ ଏହି ବିସ୍ଫୋରଣ ପାଇଁ ୩୦୦ ଗ୍ରାମ ଟିଏନଟି (TNT) ବ୍ୟବହାର କରାଯାଇଥିଲା । ଏ ସମ୍ବନ୍ଧରେ ଅପରାଧିକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ଚଳିତ ବର୍ଷ ଅକ୍ଟୋବରରେ ବ୍ରିଟେନ ଇଗୋରଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ୟୁକ୍ରେନରେ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ନଜର ରଖିଥିବା ନେଇ ବ୍ରିଟେନ ତାଙ୍କ ଉପରେ ଅଭିଯୋଗ ଆଣିଥିଲା ।

ଏବେ ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ଯେ ଏକ କୋଠାର ଭଗ୍ନାବଶେଷ ପଡ଼ିଛି ଏବଂ ସେଠାରେ ଆବର୍ଜନା ମଧ୍ୟରେ ଦୁଇଟି ମୃତଦେହ ପଡ଼ି ରହିଛି । ପୋଲିସ ଘଟଣାସ୍ଥଳକୁ କର୍ଡନ କରିନେଇଛି । କୁହାଯାଉଛି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କୋଠାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପଟେ ଇଗୋର କିରିଲୋଭଙ୍କ ମୃତ୍ୟୁ ପରେ ରୁଷୀୟ ସଂସଦର ଡେପୁଟି ସ୍ପିକର କହିଛନ୍ତି, ବହୁତ ଭାବିଚିନ୍ତି ପ୍ଲାନିଂ ଅନୁସାରେ ଏହି ଘଟଣା ଘଟାଯାଇଛି । କିନ୍ତୁ ଏହାର ପ୍ରତିଶୋଧ ନିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+