ରୁଷ ସେନା ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ
ଗୋଟେ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବା ନେଇ କଥା ବାର୍ତ୍ତା ଚାଲିଥିବା ବେଳେ ୟୁକ୍ରେନ ରୁଷ ଉପରେ କରିଛି ବଡ ଆକ୍ରମଣ । ଏମିତିକି ୟୁକ୍ରେନ୍- ରୁଷ୍ ମଧ୍ୟରେ ଯୁଦ୍ଧବିରତି ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଉଭୟ ଦେଶ ପରସ୍ପର ଉପରକୁ ଘାତକ ଆକ୍ରମଣ ଜାରି ରଖିଛନ୍ତି । ରୁଷର ଆଣବିକ ବୋମାବର୍ଷୀ ବିମାନ ଥିବା ଘାଟି ଉପରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ କରିଛି । ଏହି ଘାଟିଟି ରୁଷ୍-ୟୁକ୍ରେନ୍ ସୀମାଠାରୁ ପ୍ରାୟ ୭୦୦ କିମି ଦୂରରେ ଅବସ୍ଥିତ।

ଏମିତି କି ୟୁକ୍ରେନ୍- ରୁଷ୍ ମଧ୍ୟରେ ଯୁଦ୍ଧବିରତି ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି । ଆକ୍ରମଣ ଯୋଗୁ ଆକାଶରେ ବହୁ ଉଚ୍ଚ ପର୍ଯ୍ୟନ୍ତ ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି । ନିକଟରେ ଥିବା କେତେକ ଘର ସହିତ ହସ୍ପିଟାଲ ଆଦି କ୍ଷତିଗ୍ରସ୍ତ ହୋଇଛି ।












Click it and Unblock the Notifications