ଟ୍ରମ୍ପ୍-ପୁଟିନଙ୍କ ସାକ୍ଷାତ ନେଇ ଜେଲେନକ୍ସିଙ୍କ ଚେତାବନୀ, କହିଲେ ଆମେ ଇଞ୍ଚିଏ ବି ଜମି ଦେବୁନି
ଆସନ୍ତା ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଆଲୋଚନା ହେବା ନେଇ ଘୋଷଣା ହେବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଦେମିର୍ ଜେଲେନେସ୍କି ରୁଷିଆକୁ କୌଣସି ଅଞ୍ଚଳ ପ୍ରଦାନ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରିବ ନାହିଁ ବୋଲି କହିଛି । ଗଣମାଧ୍ୟମରେ ପୋଷ୍ଟ କରି ଜେଲେନେସ୍କି କହିଛନ୍ତି ୟୁକ୍ରେନ୍ବାସୀ ସେମାନଙ୍କର ଜମି ପ୍ରଦାନ କରିବେ ନାହିଁ ।

ଶାନ୍ତି ପ୍ରତିଷ୍ଠା ପାଇଁ ସମାଧାନ ପନ୍ଥା ଅବଲମ୍ବନ ଦିଗରେ ୟୁକ୍ରେନ୍ ନିଶ୍ଚିତଭାବେ ସାମିଲ ହେବ ବୋଲି ଜେଲେନେସ୍କି ଦୋହରାଇଛନ୍ତି । ଦେଶରେ ବାସ୍ତବ ଏବଂ ଦୀର୍ଘସ୍ଥାୟୀ ଶାନ୍ତି ବଜାୟ ରଖିବା ଲାଗି ଅଂଶୀଦାରଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ଆସନ୍ତା ୧୫ ତାରିଖ ଶୁକ୍ରବାର ଶ୍ରୀ ପୁତିନଙ୍କ ସହ ଶ୍ରୀ ଟ୍ରମ୍ପ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବା ଲାଗି ସୂଚନା ଦେଇଥିଲେ ।












Click it and Unblock the Notifications