ରୁଷର ସବୁଠାରୁ ବଡ଼ ତୈଳ ବିଶୋଧନାଗାରକୁ ଧ୍ବଂସ କଲା ୟୁକ୍ରେନ
ବିଶ୍ବର ସବୁଠାରୁ ବଡ଼ ତୈଳ ରପ୍ତାନୀକାରୀ ରୁଷର ଦୁଇଟି ପ୍ରମୁଖ ରିଫାଇନାରୀ ଉପରେ ଉପରେ ୟୁକ୍ରେନ୍ର ବଡ଼ ଧରଣର ଡ୍ରୋନ୍ ଆକ୍ରମଣ। ରୁଷ ତୈଳ ବିଶୋଧନାଗାର ଏବଂ ପାଇପଲାଇନଗୁଡ଼ିକୁ ଟାର୍ଗେଟ କରି ଏହି ଡ୍ରୋନ ଆକ୍ରମଣ କରାଯାଇଥିଲା। ରୁଷ ଅଧିକାରୀମାନେ ରବିବାର ସୂଚନା ଦେଇଛନ୍ତି ଯେ, ୟୁକ୍ରେନ ଶନିବାର ରାତିରେ ୩୬୧ ଟି ଡ୍ରୋନ ମାଡ଼ କରିଛି।
ଏହି ଡ୍ରୋନଗୁଡ଼ିକ ମଧ୍ୟରୁ କିଛି ରୁଷର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶାଳ କିରିଶି ତୈଳ ବିଶୋଧନାଗାରର ଏକ ଅଂଶରେ ନିଆଁ ଲଗାଇ ଦେଇଥିଲା। ତଥାପି, ଡ୍ରୋନ ଆକ୍ରମଣ କିମ୍ବା ଅଗ୍ନିକାଣ୍ଡ ଘଟଣାରେ କୌଣସି ମୃତାହତର ଖବର ନାହିଁ। ବର୍ତ୍ତମାନ ସମୟରେ ୟୁକ୍ରେନ ଦ୍ୱାରା ରୁଷ ଉପରେ ଏହାକୁ ସବୁଠାରୁ ବଡ଼ ଆକ୍ରମଣ ବୋଲି ବିବେଚନା କରାଯାଉଛି।
ୟୁକ୍ରେନ ଦ୍ୱାରା ଟାର୍ଗେଟ କରାଯାଇଥିବା ରିଫାଇନାରୀଟି ରୁଷର ଉତ୍ତର-ପଶ୍ଚିମ ଲେନିନଗ୍ରାଡ ଅଞ୍ଚଳରେ ଅବସ୍ଥିତ। ଏହାକୁ କିରିଶି ରିଫାଇନାରୀ ଭାବରେ ଜଣାଶୁଣା। ୟୁକ୍ରେନ ଶନିବାର ରାତିରେ ଡ୍ରୋନ ସାହାଯ୍ୟରେ ଏହାକୁ ଟାର୍ଗେଟ କରିଥିଲା। ଏହାର ସପ୍ତାହ ପୂର୍ବରୁ ୟୁକ୍ରେନ ମଧ୍ୟ ରୁଷର ତୈଳ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା।

ଏହି ରିଫାଇନାରୀ ପ୍ରତିବର୍ଷ ପ୍ରାୟ ୧୭.୭ ନିୟୁତ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଉତ୍ପାଦନ କରେ କିମ୍ବା ପ୍ରତିଦିନ ୩,୫୫,୦୦୦ ବ୍ୟାରେଲ। ୟୁକ୍ରେନର ଜେନେରାଲ ଷ୍ଟାଫଙ୍କ ଅନୁଯାୟୀ, ଏହି ସ୍ଥାନରେ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ କରାଯାଇଛି। ସେମାନେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ରାତି ଆକାଶରେ ଉଚ୍ଚ ଅଗ୍ନିଶିଖା ଏବଂ ଧୂଆଁର ମେଘ ଦେଖାଯାଉଛି।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications