ବ୍ଲାକ ସି'ରେ ବୁଡ଼ିଲା ଏହି ଦେଶର ଯୁଦ୍ଧ ଜାହାଜ 'ମସ୍କୋବା'

Ukraine Destroyed Russian Ship In Black Sea: ବ୍ଲାକ ସି'ରେ ବୁଡ଼ିଲା ଋଷର ଯୁଦ୍ଧ ଜାହାଜ 'ମସ୍କୋବା' । ୟୁକ୍ରେନ୍ ଋଷର ଏହି ବିଶାଳ ଯୁଦ୍ଧ ଜାହାଜକୁ ଧ୍ୱଂସ କରିଥିବା ନେଇ ଦାବି କରିଛି । ୟୁକ୍ରେନ୍ ଗୁପ୍ତଚର ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏହି ଯୁଦ୍ଧ ଜାହାଜ ଉପରେ ସମୁଦ୍ର ମଧ୍ୟରେ ସିଧାସଳଖ ଆକ୍ରମଣ କରାଯିବା ପରେ ଏହା ପାଣିରେ ବୁଡ଼ି ଯାଇଥିଲା ।

ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଫିସିଆଲ ଏକାଉଣ୍ଟରେ ଏହି ଯୁଦ୍ଧା ଜାହାଜ ବୁ଼ଡ଼ିଯାଉଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ଏବଂ ସୂଚନା ଦିଆଯାଇଛି ଯେ, ୟୁକ୍ରେନ୍ ଡିଫେନ୍ସର ଏକ ସ୍ୱତନ୍ତ୍ର ୟୁନିଟ୍ ଋଷର କଳା ସାଗର ପ୍ଲାଇଟର ମିସାଇଲ୍ କାର୍ଭେଟ୍ ଇଭାନୋଭେଟ୍ସକୁ ଧ୍ୱଂସ କରିଦେଇଛି । ତେବେ ୟୁକ୍ରେନର ଏକ ୧୩ ଜଣିଆ ୱାରିୟର୍ସ ଗ୍ରୁପ ଋଷ ଏହି ଯୁଦ୍ଧ ଜାହାଜକୁ ନଷ୍ଟ କରିଦେଇଛି ।

Ukraine-Russia War

ମିଳିଥିବା ସୂଚନା ଅନୁସାରେ, ଋଷର ଏହି ଯୁଦ୍ଧ ଜାହାଜର ମୂଲ୍ୟ ପ୍ରାୟ ୬୦ରୁ ୭୦ ନିୟୁତ ଡଲାର । ଋଷର ଜାହାଜ କଳା ସାଗରରେ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଋଷ କମାଣ୍ତୋ ମାନେ ଏହା ଉପରେ ଆକ୍ରମଣ କରିଥିଲେ । ଯାହା ପରେ ଏହା ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ସମୁଦ୍ରରେ ବୁ଼ଡ଼ି ଯାଇଥିଲା ବୋଲି ୟୁକ୍ରେନ୍ ଦାବି କରିଛି ।

ସୂଚନାଥାଉ ଯେ, ୨୦୨୨ରୁ ୟୁକ୍ରେନ୍ ଏବଂ ଋଷ ଯୁଦ୍ଧ ଜାରି ରହିଛି । ଦିନ ବିତିବାରେ ଲାଗିଛି ହେଲେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଅନ୍ତହେବାର ନାଁ ନେଉ ନାହିଁ । ଦୁଇ ଦେଶର ଅନେକ ଲୋକଙ୍କ ମୃତ୍ୟୁ ହେଲାଣି ବହୁ କ୍ଷୟ କ୍ଷତି ମଧ୍ୟ ହୋଇଛି । ଋଷ ବିପକ୍ଷରେ ଯୁଦ୍ଧରେ ୟୁକ୍ରେନକୁ ଆମେରିକା ପରି ଶକ୍ତିଶାଳୀ ଦେଶ ସାହାଯ୍ୟ କରୁଛି । ଆର୍ଥିକ ସହାୟତା ଏବଂ ଅସ୍ତ୍ରଶସ୍ତ୍ର ସହ ମଧ୍ୟ ଯୋଗାଇ ଦିଆଯାଉଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+