ରାଜି ହେଲା ୟୁକ୍ରେନ, ଯୁଦ୍ଧରେ ଲାଗିବ ବ୍ରେକ୍ !
ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧ ପରେ ମଙ୍ଗଳବାର ଜେଦ୍ଦାଠାରେ ଏକ ଆଲୋଚନାରେ ୟୁକ୍ରେନ ୩୦ ଦିନିଆ ଯୁଦ୍ଧବିରତି ପାଇଁ ଆମେରିକୀୟ ପ୍ରସ୍ତାବକୁ ସମର୍ଥନ କରିଛି ଏବଂ ରୁଷ ସହିତ ତୁରନ୍ତ ଆଲୋଚନା କରିବାକୁ ରାଜି ହୋଇଛି। ୟୁକ୍ରେନର ସକାରାତ୍ମକ ପ୍ରତିକ୍ରିୟା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନକୁ ପୁଣିଥରେ ସାମରିକ ସହାୟତା ଯୋଗାଇଦେବା ଏବଂ ତିନି ବର୍ଷର ଯୁଦ୍ଧର ଶେଷ ହେବାର ପୂର୍ବାନୁମାନ କରିବାକୁ ପ୍ରେରଣା ଦେଇଛି।ୟୁକ୍ରେନ୍ର ଏହି ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଏବେ ଅସ୍ତ୍ରବିରତି ପାଇଁ ପୁଟିନ ମାନିବେ ବୋଲି ଆଶା କରୁଛୁ।

ଆଗାମୀ ଦିନରେ ୩ ବର୍ଷ ହେଲାଣି ଲାଗିରହିଥିବା ଋଷ-ୟୁକ୍ରେନ୍ ଯୁଦ୍ଧ ଉପରେ ବିରାମ ଲାଗିପାରେ। ଏଥିପାଇଁ ମୁଁ ଖୁବଶୀଘ୍ର ପୁଟିନଙ୍କ ସହ ଆଲୋଚନା କରିବି। ଋଷ ସହ ଯୁଦ୍ଧ ବନ୍ଦ କରିବା ଉଦ୍ଦେଶ୍ୟରେ ସାଉଦି ଆରବର ରିୟାଦରେ ଆମେରିକା ଓ ୟୁକ୍ରେନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ ହୋଇଛି । ଗତମାସରେ ୱାଶିଂଟନ ସ୍ଥିତ ହ୍ୱାଇଟ୍ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଉଭୟ ଦେଶ ପକ୍ଷରୁ ଏହା ପ୍ରଥମ ଆଲୋଚନା ।
ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଓ ଏନ୍ଏସ୍ଏ ମାଇକ୍ ୱାଲ୍ଜ ପ୍ରତିନିଧିତ୍ୱ କରୁଥିବା ବେଳେ ୟୁକ୍ରେନ ପକ୍ଷରୁ ଜେଲେନ୍ସ୍କିଙ୍କ ଘନିଷ୍ଠ ସହଯୋଗୀ ଆନ୍ଦ୍ରୀ ୟର୍ମାକ ଏହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ସାଉଦି ଆରବରେ ଉପସ୍ଥିତ ଥିବା ଜେଲେନ୍ସ୍କି ଏହି ଆଲୋଚନାରେ ସାମିଲ ହୋଇନାହାନ୍ତି ।












Click it and Unblock the Notifications